ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳରେ ୩,୭୯୭ ଚାଷୀ ପଞ୍ଜୀକରଣ: ରାଜ୍ୟରେ ସର୍ବନିମ୍ନ, ଗତବର୍ଷ ତୁଳନାରେ ବୃଦ୍ଧି: 

କନ୍ଧମାଳରେ ୩,୭୯୭ ଚାଷୀ ପଞ୍ଜୀକରଣ: ରାଜ୍ୟରେ ସର୍ବନିମ୍ନ, ଗତବର୍ଷ ତୁଳନାରେ ବୃଦ୍ଧି: 

କନ୍ଧମାଳ, ତା, ୨୬/୦୮:(ମନିସ): ଖରିଫ ଧାନ ବିକ୍ରି ପାଇଁ କନ୍ଧମାଳ ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାର ବରଗଡ଼ ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ୨୦୬ ଜଣ ଚାଷୀ ଓ କନ୍ଧମାଳରେ ସର୍ବନିମ୍ନ ୩,୭୯୭ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। ଅନଲାଇନ୍ ପଞ୍ଜୀକରଣ କମିବା ପଛରେ ଜିଲ୍ଲାରେ ଦୁର୍ବଳ ମୋବାଇଲ୍ ନେଟୱର୍କ ହିଁ ମୁଖ୍ୟ କାରଣ ବୋଲି କୁହାଯାଇଛି। ଅନ୍ୟପଟେ ଜିଲ୍ଲା କୃଷି ଓ ସମବାୟ ବିଭାଗର ସୂଚନା ଅନୁସାରେ, କନ୍ଧମାଳରେ ଧାନଚାଷ ଉପଯୋଗୀ ଜମିର ପରିମାଣ ଅତି କମ୍| ଏହା ଏକ ମାଳଭୂମି ଅଞ୍ଚଳ ହୋଇଥିବାରୁ ଏଠାରେ ଧାନଚାଷ କମ୍ ହୋଇଥାଏ। ତେବେ ଗତବର୍ଷ ତୁଳନାରେ ଚାଷୀଙ୍କ ପଞ୍ଜୀକରଣ ସଂଖ୍ୟା କିଛି ମାତ୍ରାରେ ବଢ଼ିଛି। ଗତବର୍ଷ ସର୍ବାଧିକ ୨୮୩୪ ଜଣ ଚାଷୀ ପଞ୍ଜୀକରଣ ନାମ ପଞ୍ଜୀକରଣ କରିଥିଲେ | ସମଗ୍ର କନ୍ଧମାଳ ଜିଲ୍ଲାରେ ମୋଟ ୨୩ଟି ସୋସାଇଟି ଜରିଆରେ ଚାଷୀ ନାମ ପଞ୍ଜୀକରଣ କରିଥିଲେ l ସୁତ୍ରା ଲ୍ୟାମ୍ପ୍ସରେ ୪୨୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ସେହିପରି ବାଲିଗୁଡ଼ା ଲ୍ୟାମ୍ପ ରେ ୧୫୧ ଜଣ, ଚକାପାଦରେ ୩୭୧ ଜଣ, ଶଙ୍କରାଖୋଲରେ ୨୭୯ ଜଣ, ବ୍ରାହ୍ମଣୀଗାଁରେ ୭୪ ଜଣ, ଘୁ.ଉଦୟଗିରିରେ ୧୬୧ ଜଣ, ଲିଙ୍ଗାଗଡ଼ରେ ୯୧ ଜଣ, କ.ନୂଆଗାଁରେ ୯୬ ଜଣ, ଗୁଞ୍ଜିବାଡ଼ିରେ ୬୮ ଜଣ, ସାରଙ୍ଗଡ଼ରେ ୧୨୧ ଜଣ, ଖଜୁରୀପଡ଼ାରେ ୧୩୮ ଜଣ, ଦୁତିପଡ଼ାରେ ୧୧୦ ଜଣ, କୋଟଗଡ଼ରେ ୧୮୧ ଜଣ, ଗୋଛାପଡ଼ାରେ ୯୬ ଜଣ, ଫିରିଙ୍ଗିଆରେ ୧୦୯ ଜଣ, ନୂଆପଦରରେ ୫୦ ଜଣ, ଫୁଲବାଣୀରେ ୧୭୩ ଜଣ, ଇନ୍ଦ୍ରଗଡ଼ରେ ୨୭୫ ଜଣ, ରାଇକିଆରେ ୧୩୩ ଜଣ, ଗଡ଼ଗୁଡ଼ାରେ ୧୨୩ ଜଣ, ଟିକାବାଲିରେ ୨୮୬ ଜଣ, ତୁମୁଡ଼ିବନ୍ଧରେ ୨୧୩ ଜଣ ଓ ଝାବାରାଫା ଲ୍ୟାମ୍ପ୍ସରେ ୯୩ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି l

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

Sunil Chandra Nayak

ଟେକ୍ନୋଓ୍ବାର୍ଲଡ ଗ୍ରୁପ ଅଫ୍ ଇନଷ୍ଟିଚ୍ଯୁସନର ୧୦ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ 

masiha

ଗୁଡ଼ାରି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!