ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଚେତନତା କାର୍ଯ୍ୟକ୍ରମ

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ସାରନଗରୀ ସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମହିଳା ସଶକ୍ତିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ବିଭିନ୍ନ କ୍ଷେତ୍ରରୁ ପଚାଶ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ କ୍ଲବର ସଭାପତି ରୋଟାରିଆନ ଡ ମିନତୀ ପଣ୍ଡା ଗୋଲାପ କଡି ଏବଂ ଛୋଟ ଉପହାର ଦେଇ ସ୍ୱାଗତ କରିଥିଲେ। ରୋଟାରୀଆନ ଅଜିତ ମୋହନ ପୂଜାରୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ମହିଳା ସଶକ୍ତିକରଣ କମିଟିର ଜିଲ୍ଲା ସହ-ଅଧ୍ୟକ୍ଷ ରୋଟାରିଆନ ପି.ଆର ପାତ୍ର ରୋଟାରୀ ଇଣ୍ଟରନ୍ୟାସନାଲର ମୂଳମନ୍ତ୍ର ଏବଂ କାର୍ଯ୍ୟକଳାପ ସମ୍ପର୍କରେ ସଭାକୁ ସମ୍ବୋଧିତ କରିଥିଲେ। ସଭାପତି ଡ ମିନତୀ ପଣ୍ଡା “ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣ” ବିଷୟରେ କହିଥିଲେ। ବକ୍ତା ଭାବେ ଏସଓଏସ ଭିଲେଜ ର ପ୍ରାକ୍ତନ ନିର୍ଦ୍ଦେଶକ ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଜୀବିକା ବିଷୟରେ ବକ୍ତବ୍ୟ ରଖିଥିଲେ। ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ରୋଟାରିଆନ ବି କେ ତନ୍ତୀ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସମାଜ ପ୍ରତି ଅବଦାନ ପାଇଁ ଗଣମାଧ୍ୟମ ପ୍ରତିନିଧି ସରୋଜ କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କୁ ରୋଟାରୀ ବ୍ରାଣ୍ଡେଡ୍ ଛତା ଏବଂ ଖାଦ୍ୟ ବଣ୍ଟନ କରାଯାଇଥିଲା। ଶେଷରେ ରୋଟାରିଆନ ଅର୍ଚ୍ଚନା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ରୋଟାରିଆନ ଅଜିତ ମୋହନ ପୂଜାରୀ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ ପରିଚାଳନା କରିଥିଲେ। ରୋଟାରିଆନ ଡକ୍ଟର ପଣ୍ଡା, ଅର୍ଚ୍ଚନା ଦେବତା, ପ୍ରଶାନ୍ତ ରଞ୍ଜନ ପାତ୍ର, ଡ ସଞ୍ଜୁକ୍ତା ପତି, ବସନ୍ତ କୁମାର ତନ୍ତୀ, ଅଜିତ ମୋହନ ପୂଜାରୀ, ବିଜୟଲକ୍ଷ୍ମୀ ତ୍ରିପାଠୀ, ଅନିତା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ଉଦଘାଟିତ

masiha

କବି ଓ କବିତାର ଅପୂର୍ବ ସଂଗମ , ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ, ଭାଗନେଲେ ୨୦୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ

Sunil Chandra Nayak

“ଖବର ପ୍ରଭାବ” ଦୀର୍ଘଦିନ ବିଦ୍ୟାର୍ଥୀ ହନ୍ତସନ୍ତ ପରେ କାଉନସିଲୋର ଘର ସମ୍ମୁଖ ରାସ୍ତା ମରାମତି ଆରମ୍ଭ

masiha

Leave a Comment

error: Content is protected !!