ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହାସମାରୋହରେ ଗଣେଶ ପୂଜା ପାଳିତ 

ମହାସମାରୋହରେ ଗଣେଶ ପୂଜା ପାଳିତ 

ଡାବୁଗାଁ, ୨୭/୮ (ମ. ନି. ସ.)- ସାରା ରାଜ୍ୟରେ ଗଣେଶ ପୂଜା ଚାଲୁ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଅନୁରୂପ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ନବରଙ୍ଗପୁର ଜିଲ୍ଲା ର ସମସ୍ତ ଶିକ୍ଷାନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ବିଧିବଦ୍ଧ ଭାବେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବ୍ରାହ୍ମଣ ପୂଜକଙ୍କ ମନ୍ତ୍ର ଧ୍ବନୀରେ ଡ଼ାକ ବାଜୀ ଜନ୍ତ୍ରରେ ଭକ୍ତି ପରିବେଶ ରେ ଗଜାନନଙ୍କ ପୂଜା ମହୋତ୍ସବ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହେଉଛି l ଡାବୁଗାଁ ବ୍ଳକର ପ୍ରତ୍ୟେକ ବିଦ୍ୟାଳୟ ଓ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଗ୍ରାମ ଛକ ଓ ସାହି ସାହିରେ ପୂଜା କରି ଗ୍ରାମକୁ ଉତ୍ସବ ମୁଖର କରିଛନ୍ତି l ଡାବୁଗାଁ ସଦରମହକୁମା ର ପ୍ରତ୍ୟେକ ବିଦ୍ୟାଳୟରେ ଗଣେଶ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ଦ୍ଵାରା କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରାଯାଇ ଥିବା ବେଳେ ପୂଜକ ମହେଶ ପଣ୍ଡା ଙ୍କ ମନ୍ତ୍ର ଧ୍ୱନି ରେ ମୁଖରିତ ହୋଇ ଉଠି ଥିଲା ପରିବେଶ l ସେହି ପରି ଜୟନ୍ତୀ ନଗର ଛକ, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର, ବିଘ୍ନେଶ୍ୱର ଯୁବକ ସଂଘ ପରିସର, କଳଶୀ ମଣ୍ଡପ ପାଖ, ଜଗନ୍ନାଥଗୁଡାର ରାସ୍ତା ପାର୍ଶ୍ବରେ ବଡ ବଡ ମୂର୍ତ୍ତି ରେ ପୂଜା ପାଉଛନ୍ତି ବିଘ୍ନ ବିନାଶନ ପ୍ରଭୁ ଗଜାନନ l ଭକ୍ତବୃନ୍ଦ ଙ୍କ ଉତ୍କଣ୍ଠା କହିଲେ ନ ସରେ l ରାତ୍ର ୭ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ପୂଜା ନିମନ୍ତେ ବ୍ରାହ୍ଣଣକୁ ଅପେକ୍ଷା କରି ରହିଥିଲେ କଳସୀ ମଣ୍ଡପ ଠାରେ ପୂଜକ ଗଦାଧର ତ୍ରିପାଠୀ ଓ ଜଗନ୍ନାଥଗୁଡା ପୂଜା ମଣ୍ଡପ ଠାରେ ପୂଜକ ମିଟୁ ପଣ୍ଡା ଙ୍କ ଦ୍ଵାରା ପୂଜା କାର୍ଯ୍ୟ ସମ୍ପାଦନ କରାଯାଇଥିଲା l ଡାବୁଗାଁ ସହରରେ ସବୁଠାରୁ ବଡ ଗଣେଶ ମୂର୍ତ୍ତି କଳସୀ ମଣ୍ଡପ ଠାରେ ପୂଜା ପାଉଥିବା ଦେଖିବାକୁ ମିଳିଛି l ସମସ୍ତ ମଣ୍ଡପରେ ଆଲୋକ ମାଳା ସାଜ୍ଜସଜ୍ଜା ରେ ବେଶ୍ ସୁନ୍ଦର ଦେଖାଯାଉଥିଲା ମଣ୍ଡପ ଗୁଡିକ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

କୋଇଲାରି ମା ଲହଜାଲ ଲଙ୍ଗୁର ଠାକୁରାଣୀ ଯାତ୍ରା ସମ୍ପନ୍ନ 

Sunil Chandra Nayak

କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳିତ

Sunil Chandra Nayak

ତେନ୍ତୁଳିସିଙ୍ଗା ମା ପାର୍ବତୀଦେବୀ ଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!