ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ରାଜ୍ୟ ସଭାପତିଙ୍କୁ ବହୁଜନ ସଂଗ୍ରାମ ସମିତି ର ଦାବିପତ୍ର 

ବିଜେପି ରାଜ୍ୟ ସଭାପତିଙ୍କୁ ବହୁଜନ ସଂଗ୍ରାମ ସମିତି ର ଦାବିପତ୍ର 

ଜୁନାଗଡ଼,୨୮/୮(ମନୀସ)ଓଡିଶା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ଆମ୍ବେଦ କର ଭବନ ନିର୍ମାଣ ସହ ବିଭିନ୍ନ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅନୁଦାନ ରାଶି ପ୍ରଦାନ ପାଇଁ ଏକ ଦାବିପତ୍ର ଦିଆଯାଇଥିଲା। ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ ଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ସ୍ଥାନୀୟ ଟାଉନହଲ ଠାରେ ବିଜେପି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ହୋଇ ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଏଥିରେ ଜୁନାଗଡ଼ ଠାରେ ନିର୍ମାଣଧୀନ ଆମ୍ବେଦକର ଭବନ କୁ ପୂର୍ଣ୍ଣାଙ୍ଗ, ନୂଆବସ ଷ୍ଟାଣ୍ଡ ଠାରେ ଥିବା ବାବାସାହେବଙ୍କ ଷ୍ଟେଚୁ ର ସୌନ୍ଦର୍ଯ୍ୟକରଣ, ଗନ୍ତୟତପଡା ରାମ ମନ୍ଦିର ଅବଶିଷ୍ଟ କାର୍ଯ୍ୟ ଓ ଦଙ୍ଗାଘାଟପଡ଼ା ଜଗନ୍ନାଥ ମନ୍ଦିରବଳକା କାର୍ଯ୍ୟ ପାଇଁ ସରକାରଂକ ତରଫରୁ ଅନୁଦାନ ରାଶି ଯୋଗାଇଦେବାକୁ ନିବେଦନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ପୁରନେନ୍ଦୁ ମାଝୀ ,ଉଗ୍ରେସେନ କନ୍ଦ ପାନ, କୁମର ମଣି ଦୁର୍ଗା,ସୁଶାନ୍ତ ନାଏକ, ମିନୁ କନ୍ଦ ପାନ, ସୁନ୍ଦରମୋହନ ଛାତ୍ରୀଆ ପ୍ରମୁଖ ସହ ସଂଗଠନର ଅନେକ କର୍ମକର୍ତା ଉପସ୍ଥିତ ରହି ଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

Rayagada Division Observes Constitution Day at DRM Camp Office

Sunil Chandra Nayak

ରାଇରଙ୍ଗପୁରରେ ୧୯୮୬ ମସିହା ମାଟ୍ରିକ ବ୍ୟାଚର ବାଳକ ଓ ବାଳିକା ବିଦ୍ୟାଳୟର ବଂଧୁ ମିଳନ

masiha

Leave a Comment

error: Content is protected !!