ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାତୀୟ କ୍ରୀଡା ଦିବସ ପାଳନ 

ଜାତୀୟ କ୍ରୀଡା ଦିବସ ପାଳନ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଖେଳ କୁଦ ସଂସଦ ଆନୁକୂଲ୍ୟରେ ରାଉରକେଲା ଠାରେ ଏହି ଦିବସ ଆଜି ସକାଳ ୮ଟା ରେ ପାଳନ କରାଯାଇଥିଲା। ଏଥି ପାଇଁ ଏକ ସାଇକେଲ ଯାତ୍ରା ଉଦିତନଗର ହାଇସ୍କୁଲ ଠାରୁ ସେକ୍ଟର ୧୩ଛକ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏହାକୁ ଜିଲ୍ଲା କ୍ରୀଡା ସଂସଦ ର ଉପସଭାପତି ରାଧା ମୋହନ ନାୟକ ଓ ଅନ୍ତର୍ଜାତୀୟ କ୍ରୀଡା ରେଫ୍ରି ଅରବିନ୍ଦ ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ୪୫ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସଂସଦ ର ଅନ୍ୟତମ ଉପସଭାପତି ବିଭୁଦତ୍ତ ବେହେରା ଓ ରାଧା ମୋହନ ନାୟକ ଆଜି ଦିନର ପାଳନର ମହତ୍ୱ ଓ ଉଦ୍ଦେଶ୍ୟ ବିଷୟ ରେ ବର୍ଣ୍ଣନା କରିଥିଲେ । ସଂସଦ ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଟି. ସାର୍ଟ ପ୍ରଦାନ କରାଯାଇଥିଲା । ଶେଷରେ ସାଇକ୍ଲିଙ୍ଗ୍ କୋଚ୍ ଗୋପୀନାଥ ପଣ୍ଡା ଧନ୍ୟବାଦ ଦେଇଥିଲେ। ଏଥିରେ ସର୍ବଶ୍ରୀ ସୁରେନ୍ଦ୍ର ପାଲ, ଆଶିଷ ପ୍ରଧାନ, ଆରତୀ ଚୌଧୁରୀ ଓ ଗୀତା ବାନାର୍ଜୀ ପ୍ରଭୃତି ସହାୟତା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ 

masiha

ପିଣ୍ଡିରୀ ଗୁଡା ବିଜୟ ସହ ଟ୍ରଫି ହାତେଇ ଛନ୍ତି

Leave a Comment

error: Content is protected !!