ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ସ୍ଥିତ କମ୍ପୋଷ୍ଟ କେନ୍ଦ୍ର ଦୁର୍ଗନ୍ଧମୟ, ହସ୍ତସନ୍ତ ପଡାବାସିନ୍ଦା

ଭବାନୀପାଟଣା:୨/୪-ମ.ନି.ସ:-କଳାହାଣ୍ତି ଜିଲ୍ଲା ଭବାନୀପାଟଣା ସଦରମହକୁମା ଠାରେ ଥିବା ନୂଆପଡାର ବିଏସଏନଏଲ କାର୍ଯ୍ଯାଳୟ ନିକଟସ୍ଥ ମାଇକ୍ରୋ କୋମ୍ପୋଷ୍ଟିଂରେ ଦୁର୍ଗନ୍ଧ ଦିନକୁ ଦିନ ବୃଦ୍ଧି ପାଇବା ଯୋଗୁଁ ପଡାବାସୀ ଏବେ ହସ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ପଡାବାସୀ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା ଏହା ଉପରେ କୌଣସି ପ୍ରକାରେ ସମାଧାନ କରୁନଥିବା ଜଣାପଡିଛି। ସହର ମଧ୍ୟରେ ପ୍ରତିଦିନ ୨୩ ଟିପିଡି ବାହାରୁ ଥିବାବେଳେ ମ୍ଯୁନିସିପାଲିଟି ମାତ୍ର ୧୬ ଟିପିଡି ଆବର୍ଜନା ଉଠାଇ ବାକି ୧୬ ଟିପିଡି ଆବର୍ଜନା ମଧ୍ୟରୁ ୧୨ ଟିପିଡି ପ୍ରୋସେସିଂ କରି ନଷ୍ଟ କରୁଛନ୍ତି। ବାକି ଆବର୍ଜନା ନଷ୍ଟ ନହୋଇ ସେମିତି ପଡିରୁହେ। ଏହା ଫଳରେ ଜନସାଧାରଣ ଅନେକ ସମୟରେ ହଇରାଣ ହେଉଛନ୍ତି। ଅନ୍ଯପକ୍ଷରେ ଭବାନୀପାଟଣା ସହରରେ ନୂଆପଡା ନିକଟର ନୂଆ ଏଲଆଇସି ଅଫିସ ପାଖରେ ଥିବା ଏମ୍ ଆର ଏଫ୍ ମେଟେରିଆଲ ରିଟନ୍ ଫେସେଲିଟି ୨ଲକ୍ଷ ୬୦ ହଜାର ଅର୍ଥ ବ୍ଯୟରେ ନିର୍ମିତ ଆବର୍ଜନା ନଷ୍ଟ କରିବା ପାଇଁ ବେଲିଙ୍ଗ ମେସିନ ସ୍ଥାପନ କରାଯାଇଛି। ଏଠାରେ ପୁଣି ବିଦ୍ଯୁତ ସଂଯୋଗ ହୋଇନାହିଁ ତେଣୁ କାର୍ଯ୍ଯକ୍ଷମ ହୋଇପାରୁନାହିଁ। ଯାହାଫଳରେ ଦିନକୁ ଦିନ ସହରର ବିଭିନ୍ନ ସ୍ଥାନର ଆବର୍ଜନା କୁଢକୁଢ ପଡିରହିବା ଫଳରେ ଦୁର୍ଗନ୍ଧରେ ସହର ଫାଟି ପଡୁଛି। ବିଭାଗୀୟ ଅଧିକାରୀ ଏହା ଉପରେ କୌଣସି ପ୍ରକାରେ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ମ୍ଯୁନିସିପାଲିଟି କର୍ମଚାରୀଙ୍କ ଇଛାଶକ୍ତି ଘୋର ଅଭାବଯୋଗୁଁ ପଡାବାସୀ ଏବେ ନୟାନ୍ତ ହେଉଛନ୍ତି। ତେବେ ଏହା ଉପରେ ବିଭାଗୀୟ ଅଧିକାରୀ ହସ୍ତକ୍ଷେପ କରି ତୂରସ୍ତ ଏହାର ସମାଧାନ କରନ୍ତୁ ବୋଲି ସାଧାରଣରେ ଦାବି ହେଉଅଛି।

ଭବାନିପାଟଣା ରୁ କ୍ଷୀରୋଦ ମଙ୍ଗରାଜ ଙ୍କ ରିପୋର୍ଟ।

Related posts

ବଡଫୁର୍ଲା ମହାତ୍ମାଗନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା କ୍ରାନ୍ତିର କଲମ

Sunil Chandra Nayak

ଦେଶରେ ଅନ୍‌ଲାଇନ୍‌ ଶିକ୍ଷା ଚାହିଦା ବଢ଼ୁଛି..୨୦୨୨ରେ ୧୭୦% ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି

Sunil Chandra Nayak

Leave a Comment

error: Content is protected !!