ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଛାତ୍ରୀଙ୍କ କୃତିତ୍ୱ

ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଛାତ୍ରୀଙ୍କ କୃତିତ୍ୱ

ଆସିକା, ୩୦/୮/୨୫ — ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ଫୁଲବାଣୀ ସରସ୍ଵତୀ ଶିଶୁ ମନ୍ଦିରରେ ଆୟୋଜିତଦକ୍ଷିଣ ପୂର୍ବ ସଂଭାଗ ବିଜ୍ଞାନ ମେଳା ରେ ଗଞ୍ଜାମ,ଗଜପତି ଓ କନ୍ଧମାଳ ଜିଲ୍ଲାର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ ଧରାକୋଟ ବ୍ଲକର ମୁଣ୍ଡମରାଇ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀ ସ୍ୱପ୍ନିକା ପ୍ରିୟଦର୍ଶିନୀ ଅଂଶ ଗ୍ରହଣ କରି ଜୀବାଶ୍ମ ଇନ୍ଧନ ଉପରେ ଆଧାରିତ ନମୁନା ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି। ଏହାସହ ଆସନ୍ତା ସେପ୍ଟେମ୍ବର ମାସ ଛଅ ତାରିଖ ଦିନ ହେବାକୁଥିବା ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରକାଶ ଥାଉକି ସ୍ଵପ୍ନିକା ଙ୍କ ବାପା ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସକ ଭାବରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମାତା ସୁଭଶ୍ରୀ ବିଷୋୟୀ ଜଣେ ସୁଗୃହିଣୀ ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ଶିଶୁ ମନ୍ଦିରର ଛାତ୍ର, ଛାତ୍ରୀ,ଅଭିଭାବକ,ଗୁରୁଜୀ,ଗୁରୁମା,ପରିଚାଳନା କମିଟି ଏବଂ ଅନ୍ୟାନ୍ୟ ସ୍ତରରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ରାଇରଙ୍ଗପୁର ରଥଯାତ୍ରା-୨୦୨୩ କମିଟିର ଅଧ୍ୟକ୍ଷ ଭାବେ ଅଭିଷେକ ପଟ୍ଟନାୟକ ମନୋନୀତ

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

ଭେଳା ଗ୍ରାମର ଷୋହଳ ପ୍ରହରୀ ନାମ ଯଜ୍ଞ ବାତିଲ

Sunil Chandra Nayak

Leave a Comment

error: Content is protected !!