ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲାପାଳ ଙ୍କ ଅଭିଯୋଗ କକ୍ଷରେ ନିବେଦନ ପାତ୍ର ଦାଖଲ କଲେ ସାଇଲଷ୍ମୀ ନିବାସୀ

ରାୟଗଡା ଜିଲ୍ଲାପାଳ ଙ୍କ ଅଭିଯୋଗ କକ୍ଷରେ ନିବେଦନ ପାତ୍ର ଦାଖଲ କଲେ ସାଇଲଷ୍ମୀ ନିବାସୀ

 ରାୟଗଡା ଜିଲ୍ଲା ପୌର ପରିଷଦ ସହ ସଂଯୋଗ ହୋଇ ରହିଥିବା ସାଇ ଲଷ୍ମୀ ନଗର ରେ ପାଖା ପାଖି 150ରୁ ଉର୍ଦ୍ଧ ପରିବାର ନୂତନ ଘର ନିର୍ମାଣ କରି ଆଜକୁ ଦୀର୍ଘ 10ବର୍ଷ ରୁ ଉର୍ଦ୍ଧ ଉକ୍ତ ଅଞ୍ଚଳରେ ବସ ବାସ କରୁଛନ୍ତି। ଉକ୍ତ ଅଂଚଳ ଟି ରାୟଗଡା ବ୍ଲକ ଅଧୀନରେ ଥିବା ବାରିଝୋଲା ମୌଜା, ହାଲୁଆ ପଂଚାୟତ ରେ ରହିଅଛି। ଫଳରେ ଉକ୍ତ ଅଞ୍ଚଳ ବାରିଝୋଲା ଗ୍ରାମ ଠାରୁ ଅନେକ ଦୂର ରେ ଅବସ୍ଥିତ। ଉକ୍ତ ସାଇ ଲଷ୍ମୀ ଅଞ୍ଚଳ ର ସମସ୍ତ ବାସିନ୍ଦା ଙ୍କ ଭୋଟ ଲିଷ୍ଟ ପୋୖରାଞ୍ଚଳ ରେ ଅବସ୍ତିତ। ସେହି ଦୃଷ୍ଟିରୁ ପଂଚାୟତ ପକ୍ଷରୁ ନା ପକ୍କା ରାସ୍ତା ଟିଏ, ନା ବିଶୁଦ୍ଧ ପାନୀୟଜଳ ଓ ଆଲୋକି କାରଣ ସୁବିଧା ପାଇବାରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଅଂଚଳ ବାସି ଏକତ୍ରିତ ହୋଇ ହାଲୁଆ ପଂଚାୟତ ର ସରପଞ୍ଚ, ଗୋଷ୍ଠୀଉନୟନ ଅଧିକାରୀ, ବିଧାୟକ ନିକଟରେ ଅଂଚଳ ଦ୍ୱାରସ୍ତ ହୋଇନିଜର ସମସ୍ୟା ଓ ଦୁଃଖ ଜଣାଇ ବା ପରେ ଗୋଷ୍ଠୀ ଉନୟନ ଅଧିକାରୀ, ବିଧାୟକ ଓ ସରପଞ୍ଚ ଅଞ୍ଚଳ ବାସୀଙ୍କ ସମସ୍ୟା କୁ ଶୁଣିବା ପରେ ଉକ୍ତ ସାଇ ଲଷ୍ମୀ ଅଞ୍ଚଳ ପରିଦର୍ଶନ କରି ନିଜେ ଦେଖିବା ପରେ ବିଧାୟକ ଓ ସରପଞ୍ଚ 20ଗୋଟି ସୋଲାର ଲାଇଟ ପ୍ରଦାନ କରିଲେ ଯାହା ଉକ୍ତ ଅଂଚଳ ପାଇଁ ସମୁଦ୍ର କୁ ଶଙ୍ଖ ପାଣି ସଦୃଶ। ଗୋଷ୍ଠୀ ଉନୟନ ଅଧିକାରୀ ବି ଉକ୍ତ ଅଞ୍ଚଳ ଦେଖିବା ପରେ ସେ ଏହି ଅଂଚଳ ବାସୀଙ୍କ ସମ୍ମୁଖରେ ବଡ ବଡ଼ ଭାଷଣ ମାରି ଏହି ଯୋଜନା, ସେହି ଯୋଜନା ରୁ ରାସ୍ତା ଓ ପାନୀୟ ଜଳ ର ବ୍ୟବସ୍ଥା କରିଦେବା ବୋଲି ପ୍ରତିଶୃତି ଦେଇ ଆଜକୁ କିଛି ମାସ ଗାଡି ଗଲାଣି, ବର୍ତମାନ ସୁଦ୍ଧା କିଛି ବି ଉନ୍ନତି କର କାର୍ଯ୍ୟ ଆରମ୍ଭ ହୋଇନାହିଁ, ଶେଷରେ ଉକ୍ତ ଅଞ୍ଚଳ ବାସି ଆଜି ଜିଲ୍ଲାପାଳ ଙ୍କ ଆଭିଯୋଗ କକ୍ଷ ରେ ନିଜ ଅଞ୍ଚଳ ର ଦୁଃଖ ଜଣାଇବା ସହ ସମସ୍ୟା ଗୁଡିକ ଲିଖତ ପ୍ରଦାନ କରିଛନ୍ତି। ଉକ୍ତ ଅଂଚଳ ଲିଖିତ ଅଭିଯୋଗ ରେ ଲେଖିଛନ୍ତି ଏକ ହେଲେ ଆମ ଅଂଚଳ ପୌର ପରିଷଦ କୁ ଲାଗିକି ଅଛି ଆମ ଅଂଚଳ କୁ ପୌର ପରିଷଦ ଅଧିନରେ ସଂଯୋଗ କରନ୍ତୁ, ଯଦି ହେଇ ପାରୁନାହିଁ ବ୍ଲକ ସ୍ଥର ରୁ ଆମ ଅଂଚଳ କୁ ପାନୀୟ ଜଳ, ପକ୍କା ରାସ୍ତା ଓ ଷ୍ଟ୍ରିଟ ଲାଇଟ ବ୍ୟବସ୍ତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଙ୍କୁ ଜଣାଇ ଛନ୍ତି, ଅଂଚଳ ବାସି ଜିଲ୍ଲାପାଳ ପ୍ରତି ବିଶ୍ୱାସ ଓ ଭରସା ରହିଛି, ଜିଲ୍ଲାପାଳ ଆଗାମୀ ଦିନରେ ଅଂଚଳ ବାସୀଙ୍କ ଦୁଃଖ ଦୂର କରିବାରେ ସହଯୋଗ କରିବେ ବୋଲି ଅଂଚଳ ବାସି ଆଶା ବାନ୍ଧି ଛନ୍ତି 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଓ ଆରଟିଓର ମିଳିତ ହେଲମେଟ ଯାଞ୍ଚ ଅଭିଯାନ, ଟ୍ରାଫିକ ନିୟମ ପାଳନ ଉପରେ ଗୁରୁତ୍ୱ

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

Sunil Chandra Nayak

ନେପାଳୀ ଭାଷାରେ ଅନୁବାଦ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

masiha

Leave a Comment

error: Content is protected !!