ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ପଡା ରେ ଗଣେଶ ପୂଜା ଧୁମଧାମରେ ପାଳିତ

ବଡ଼ପଡା ରେ ଗଣେଶ ପୂଜା ଧୁମଧାମରେ ପାଳିତ

ଜୁନାଗଡ଼,୧/୯(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବଡ଼ପଡା ଠାରେ ଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜା ମହାସମାରୋହ ପାଳିତ ହେଉଛି । ଏହି ଗଣେଷ ପୂଜା କମିଟି ପ୍ରତି ବର୍ଷ ଏକ ନିଆରା ଢଙ୍ଗ ରେ ମୂର୍ତ୍ତି ତିଆରି କରି ପୂଜା କରିବା ସହ ଅଞ୍ଚଳ ରେ ଚର୍ଚ୍ଚା ରେ ରହିଥାନ୍ତି । କେବେ ତିରୁପତି ବାଲାଜି , ତ କେବେ ଜଗନ୍ନାଥ , ବୁଦ୍ଧ , ବାଳଗଣେଶ , ଲାଲ ବାଗ କି ରାଜା ଭଳି ପ୍ରାୟ କୋଡିଏ ବର୍ଷ ରୁ ଉର୍ଦ୍ଧ୍ବ ନିଆରା ଢଙ୍ଗ ରେ ଗଣେଶ ମୂର୍ତି ତିଆରି କରି ପୂଜା କରି ଆସୁଛନ୍ତି । ଚଳିତ ବର୍ଷ ଏପରି ଏକ ସିଦ୍ଧି ବିନାୟକ ମୂର୍ତ୍ତି ନିର୍ମାଣ କରି ଏକ ଆକର୍ଷଣୀୟ ଢଙ୍ଗ ରେ ପୂଜା କରୁଥିବା ରୁ ଶ୍ରଧାଳୁ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି । ମୂର୍ତି ଯେତେ ଆକର୍ଷଣୀୟ ହୋଇଛି ପୂଜା ମଣ୍ଡପ ଓ ସାଜସଜ୍ଜା ଏହାର ଦ୍ବିଗୁଣିତ ହୋଇଥିବା ଦେଖିବାକୁ ମିଳିଛି । ଏହି ପୂଜା ନଅ ଦିନ ଧରି ଆନୁଷ୍ଟିତ ହେବ । ଏହି ପୂଜା ଦେଖିବାପାଇଁ ପ୍ରତି ଦିନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଛି । ଏହି ପୂଜା କମିଟିର ରାଜନ ମାଝୀ , ସିକନ୍ଦର ମାଝୀ , ରବୀନ୍ଦ୍ର ଦୁର୍ଗା , କମଳାକାନ୍ତ ବେଶ୍ରା , ବିକ୍ରନ୍ତ କୁମାର , ସାଗର ଆନଦାନି , ଧର୍ମେନ୍ଦ୍ର ନାଏକ , କୁଞ୍ଜ ବେଶ୍ରା , କାହୁଁ ବେଶ୍ରା , ଅଜିତ ନାଏକ , ବିକ୍ରମ କନ୍ଧପାନ , ସୋନୁ ମାଝୀ ପ୍ରମୂଖ ସକ୍ରିୟ ସଦସ୍ୟ ଦାୟିତ୍ବ ତୁଲାଇ ସମ୍ପନ୍ନ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା,ରାଜ୍ୟ ଆଇନଜୀବୀ ପରିଷଦ ଆହ୍ୱାନ ରେ ରାଜ୍ୟବ୍ୟାପୀ ଓକିଲ ଙ୍କ ଆନ୍ଦୋଳନ ରେ ସାମିଲ ହେଲା ରାଉରକେଲା ଓକିଲ ସଂଘ

Sunil Chandra Nayak

ସାମାଜିକ ସଂଗଠନ ବିପଦର ବଂଧୁ ସେବା ସଙ୍ଗଠନ ପକ୍ଷରୁ ସମାଜସେବା 

masiha

୫୦ ମିଟର ରାସ୍ତା ଖରାପ ସ୍କୁଲ ଛାତ୍ର ଛାତ୍ରୀ ହଟ ହଟା 

masiha

Leave a Comment

error: Content is protected !!