ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ଆଜ ପୁରା ଅକ୍ଷୟ ତୃତୀୟା
ନାମେ ଜଗତ ବିଖ୍ୟାତ
ଦିନ ଏହି ଯେ ଅତି ପବିତ୍ର
ବିଶ୍ଵଭୁବନେ ଯେ ଖ୍ୟାତ ll

ଆବିର୍ଭୁତ ନେଲେ ଆଜ ଦିନେ
ଭଗବାନ ପର୍ଶୁରାମ
ମାଁ ଗଙ୍ଗା ସ୍ବର୍ଗୁ ହେଲେ ଆଗତ
ଧରାମୁଖେ କଲେ କର୍ମ ll

ସର୍ବ କାର୍ଯ୍ୟ ସିଦ୍ଧି ରହି ଅଛି
ଆଜ ଅକ୍ଷୟ ତୃତୀୟା
ସୁବର୍ଣ୍ଣ ଯଦି କରିବ କ୍ରୟ
ହେବ ଯେ ଲକ୍ଷ୍ମୀଙ୍କ ଦୟା ll

ସୂର୍ଯ୍ୟ କିରଣ ହେବ ପ୍ରଖର
ପଡେ ଏଯେ ଧରଣୀରେ
ଶୁଭ ଅନୁକୂଳ କାର୍ଯ୍ୟ ହେବ
ସଫଳ ଲଭେ ଏ ବାରେ ll

ହିନ୍ଦୁ ଶାସ୍ତ୍ର ମତେ ଯେ ରହିଛି
ପକାଇବ ଅଖି ମୁଠି
ଶୁଭ ଏହି ଅକ୍ଷୟ ତୃତୀୟା
ହେବ ସଦା ଅନ୍ନ ବୃଷ୍ଟି ll


ତ୍ରିନାଥ ପଟ୍ଟନାୟକ

( ଅଧ୍ୟାପକ ତଥା କବି)
ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା- କୋରାପୁଟ

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନମୋ ନମଃ ଶ୍ରୀ ଗଣେଶ

Sunil Chandra Nayak

ଆର୍‌ପିଏର ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ

Sunil Chandra Nayak

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ଯକ୍ରମ 

Sunil Chandra Nayak

Leave a Comment

error: Content is protected !!