ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡ଼ି ଦଳ ପକ୍ଷରୁ ଜନସେବାରେ ଥଣ୍ଡା ପାନୀୟ ବଣ୍ଟନ

ନର୍ଲା (ମନିସ) ନର୍ଲା ବିଜେଡ଼ି ଦଳ ପକ୍ଷରୁ ବାଲିପଡା ଠାରେ ଥଣ୍ଡା ପାନୀୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଖର ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ନିର୍ଦ୍ଦେଶ କ୍ରମେ ନର୍ଲା ବ୍ଳକ ବିଜେଡ଼ି ସଭାପତି ପରେଶ ପଧାନଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ଲିଲି ଦୀପ, ନମ୍ରତା ସାହୁ, ନର୍ଲା ବ୍ଳକ ସମ୍ପାଦକ ଭୋପାଳ ନାଗ, ସର୍ଗିଗୁଡା ପୂର୍ବତନ ସରପଂଚ ହମେଶ ଜୈନ, କିଶୋର ମାଝୀ, ବରୁଣ ନାଏକ, ଜୟନ୍ତ ଗଉଡ,ପୂର୍ଣ୍ଣ ପୁଝାରୀ ପ୍ରମୁଖ ଏଥିରେ ଉପସ୍ଥିତ ରହି ତୃଷାର୍ତ୍ତ ଲୋକଙ୍କୁ ସର୍ବତ ଓ ଥଣ୍ଡା ପାଣି ବାଣ୍ଟି ଥିଲେ। ଆଗାମୀ ଦିନରେ ଏହି ପରି ବିଭିନ୍ନ ସ୍ଥାନରେ ଜନସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିକଟରେ ପ୍ରେସକ୍ଲବ ପକ୍ଷରୁ ଦାବି 

Sunil Chandra Nayak

Leave a Comment

error: Content is protected !!