ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୫ ଅନୁଷ୍ଠିତ 

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୫ ଅନୁଷ୍ଠିତ 

 ଢେଙ୍କାନାଳ: ତା.୦୫.୦୯.୨୦୨୫ରିଖ:   ଆଜି ସ୍ଥାନୀୟ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଗୁରୁ ଦିବସ ନିରାଡ଼ମ୍ବର ଭାବେ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ-୨୦୨୫ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ମାର୍ଗଦର୍ଶନରେ ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ଅବସର ପ୍ରାପ୍ତ କଳା ଶିକ୍ଷକ, ସୁସାହିତ୍ୟିକ,ସୁସଙ୍ଗଠକ,ବିଶିଷ୍ଠ ନାଟ୍ୟକାର ଓ ଅଭିନେତା, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ପ୍ରାକ୍ତନ ଡ଼ା ଦେବୀ ପ୍ରସାଦ ମିଶ୍ର ଓ ପ୍ରାକ୍ତନ ସମର ଶିକ୍ଷାର୍ଥୀ ନୌବାହିନୀ ଏନ୍ ସିସି ଅଫିସର୍ ତଥା ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।ମୁଖ୍ୟଅତିଥି ସ୍ଵୀୟ ଅଭିଭାଷଣରେ ଗୁରୁ- ଛାତ୍ର ସମ୍ପର୍କର ସେତୁବନ୍ଧ ଓ ଅତୀତର ଅଭୁଲା ସ୍ମୃତିଚାରଣ ହିଁ ଶିକ୍ଷା ଓ ଶିକ୍ଷାୟତନର ବିକାଶର ମୂଳମନ୍ତ୍ର ବୋଲି ମତ ପ୍ରକାଶ କରି ଥିଲେ।ତାଙ୍କ ଦ୍ଵାରା ପରିବେଷିତ ମିଛ ଗପର ସ୍ରଷ୍ଟା ସ୍ଵର୍ଗତଃ ବାସୁଦେବ ପଟ୍ଟନାୟକଙ୍କ ମିଛ ଗପର ବର୍ଣନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହିତ ପରିଶେଷରେ ସଭାରେ ହାସ୍ୟରୋକ ସୃଷ୍ଟି କରିଥିଲା।ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା ଦେବୀ ପ୍ରସାଦ ମିଶ୍ର,ସ୍ଵୀୟ ଅଭିଭାଷଣରେ ମହାନ ଗୁରୁ,ଶିକ୍ଷାବିତ୍ ତଥା ଭାରତର ପ୍ରାକ୍ତନ ମହାମହିମ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ,ଗୁରୁ ଦିବସର ତାତ୍ପର୍ଯ୍ୟ,ବିଦ୍ୟାଳୟର ଅତୀତର ଅଭୁଲା ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଯେଉଁ ମାନେ ଶିକ୍ଷା କ୍ଷେତ୍ରରେ ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଓ ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ସମସ୍ତେ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ସଫଳ ରୂପାୟନ କରିବାକୁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ଏହି ଅବସରରେ ପଞ୍ଚମ ଶ୍ରେଣୀର ଛାତ୍ର ବି.ଶ୍ରେୟାନ୍ ସ୍ ,ସପ୍ତମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସାନଭି ତ୍ରିପାଠୀ,ଦଶମ ଶ୍ରେଣୀର ଛାତ୍ରୀ ସାଇ ସ୍ନେହା ବେହେରା,ନବମ ଶ୍ରେଣୀର ଇପ୍ସିତା ପ୍ରିୟଦର୍ଶିନୀ ସାହୁ,ଶୁଭମ୍ ଲେଙ୍କା,ରତ୍ନ ମଞ୍ଜରୀ ସାମଲ,ଅମିତ୍ ନାୟକ,ମେହେକା ଫାତ୍ ମା, ତେଜସ୍ଵୀନି ମିଶ୍ର,ଅଂଶୁପ୍ରଭା ଷେଣ୍ଢ,ଷଷ୍ଠ ଶ୍ରେଣୀର ଶ୍ରୀୟାଶ୍ରୀ ସାମଲ ଓ ସାଇ ପ୍ରସାଦ ମିଶ୍ର ପ୍ରମୁଖ ଛାତ୍ରୀ, ଛାତ୍ରବୃନ୍ଦ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସ୍ୱ ସ୍ୱ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଆଲୁମିିନି ଆସୋସିଏସନ୍ ର ସଭ୍ୟ,ସଭ୍ୟା ବୃନ୍ଦ,ଅଭିଭାବକ,ଅଭିଭାବିକା ଓ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର,ମୋ ସ୍କୁଲ କାର୍ଯ୍ୟକ୍ରମର ସଂଯୋଜକ,ଅବସର ପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠା ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ବିଦ୍ୟାଳୟର ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ପ୍ରାକ୍ତନ ଛାତ୍ର, ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ,ବାଳକ ବିଭାଗର ଦାୟିତ୍ୱରେ ଥିବା ଥାର୍ଡ ଅଫିସର ଦିପ୍ତିଶ କୁମାର ଶତପଥୀ, ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର,ସମର ଶିକ୍ଷାର୍ଥୀ ସ୍ଥଳ ବାଳକ ବାହିନୀର ପ୍ରାକ୍ତନ ଏନ୍.ସି.ସି.ଅଫିସର୍ ,ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,ନଳିନୀ ବେହେରା,ଜ୍ୟୋତି ରଞ୍ଜନ ନାୟକ, ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀର ଥାର୍ଡ ଅଫିସର ଅନୁପମା ପଣ୍ଡା,କଲ୍ୟାଣୀ ବଡ଼ଜେନା ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କିରଣମୟୀ ମହାଳିକ,ପ୍ରାକ୍ତନ ଛାତ୍ରୀ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଦାୟିତ୍ୱରେ ଥିବା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ଏଲିମେଣ୍ଟାରି ଶିକ୍ଷୟିତ୍ରୀ ଅନିତା ସାହୁ,ସ୍ମିତା ପଟ୍ଟନାୟକ,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ଅଜିତ କୁମାର ବାରିକ,ଭୋକେଶନାଲ ଦାୟିତ୍ୱରେ ଥିବା ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୂଖ୍ୟ ଅତିଥି,ମୁଖ୍ୟବକ୍ତାଙ୍କ ସମେତ ଉପସ୍ଥିତ ସମସ୍ତେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ, ଧୂପ -ଦୀପ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ଛାତ୍ରୀ,ଛାତ୍ରମାନେ ସୁମଧୁର ସ୍ବାଗତ ସଙ୍ଗୀତ ଗୁରୁବନ୍ଦନା ଗାନ କରିଥିଲେ।ବିଦ୍ୟାଳୟର ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,ଗୁରୁ ଦିବସର ଆଭିମୁଖ୍ୟ ବର୍ଣ୍ଣନା,ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ,ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀବୃନ୍ଦଙ୍କ ସହ ମିଳିତ ଭାବରେ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ସଂଯୋଜନା କରିଥିଲେ।ସମର ଶିକ୍ଷାର୍ଥୀ ସ୍ଥଳ ବାଳକ ବାହିନୀର ପ୍ରାକ୍ତନ ଏନ୍.ସି.ସି.ଅଫିସର୍ ,ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

Silver Jubilee Celebration or 42 Mouza Bikash Parisad.

Sunil Chandra Nayak

ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ୧୨ଟି ପଞ୍ଚାୟତ ଅଞ୍ଚଳବାସୀ, ନେଲେ ସାମୁହିକ ଶପଥ

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ କାର୍ଯ୍ୟକ୍ରମକୁ ସୁଚାରୁ, ସ୍ୱଚ୍ଛ ଓ ସଫଳ ଭାବେ ପରିଚାଳନା କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Leave a Comment

error: Content is protected !!