ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିତ୍ୟ ଆଲୁମିନା ରିଫାଇନାରୀ ଓ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର  . କଂସାରିଗୁଡାଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ରାଣୀ ଚିକିତ୍ସାଳୟ 

ଆଦିତ୍ୟ ଆଲୁମିନା ରିଫାଇନାରୀ ଓ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର 

. କଂସାରିଗୁଡାଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ରାଣୀ ଚିକିତ୍ସାଳୟ 

ରାୟଗଡା, ୫/୯ – ଗ୍ରାମାଞ୍ଚଳରେ ପଶୁପାଳନକୁ ନେଇ ଉତ୍ସାହ ବୃଦ୍ଧି ଓ ସ୍ଥାୟୀ ଜୀବିକା ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ରାୟଗଡା ଜିଲ୍ଲା କଂସାରିଗୁଡା ଠାରେ ପ୍ରତିଷ୍ଠିତ ଆଦିତ୍ୟ ଆଲୁମିନା ରିଫାଇନେରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ଏହି ୟୁନିଟ୍ । ଆଜି ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ) ମଧ୍ୟରେ ଆନୁଷ୍ଠାନିକ ଭାବେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଯାଇଛି। ସ୍ଥାନୀୟ କଂସାରିଗୁଡ଼ା ଠାରେ ଏହି ଆଧୁନିକ ପ୍ରାଣୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ । ଆଦିତ୍ୟ ଆଲୁମିନା ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଏହି ଅଭିନବ ପଦକ୍ଷେପ ଗ୍ରହଣ ହୋଇଥିବା ବେଳେ ସ୍ଥାନୀୟ ଗ୍ରାମାଞ୍ଚଳରେ ଉନ୍ନତ ପ୍ରାଣୀ ସ୍ୱାସ୍ଥ୍ୟସେବା ପାଇଁ ଥିବା ଆବଶ୍ୟକତାକୁ ପୂରଣ ନେଇ ଏହାର ଲକ୍ଷ୍ୟ ରଖିଛି । ଏହି ଅଭିଯାନ ଅଧୀନରେ ଗୃହପାଳିତ ଗାଈ, ଛେଳି, କୁକୁଡ଼ା ଓ ବୁଲା ଜୀବଜନ୍ତୁଙ୍କୁ ଉଚ୍ଚମାନର ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଏଥିସହିତ ଏହି ସେବାକୁ ଆହୁରି ବ୍ୟାପକ କରିବା ପାଇଁ ଏକ ସ୍ୱତନ୍ତ୍ର ଆନିମଲ ହେଲଥ୍ ଭ୍ରାମ୍ୟମାଣ ଭ୍ୟାନ୍ ବ୍ୟବସ୍ଥା କରାଯାଇଛି । ଯାହା ମୋବାଇଲ୍ ସେବା ସହିତ କଂସାରିଗୁଡ଼ା ଏବଂ ଲକ୍ଷ୍ମୀପୁର ଅଞ୍ଚଳର ପ୍ରାୟ ୫୦ଟି ଗ୍ରାମରେ ପ୍ରାଣୀ ସ୍ବାସ୍ଥ୍ୟ ସେବା ଯୋଗାଇବ । ଏହି ସୁବିଧା ଗୃହ ପାଳିତ ପଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଏବଂ ଗ୍ରାମୀଣ ପରିବାରର ଆର୍ଥିକ ଉନ୍ନତିରେ ସହାୟକ ହେବ । ଏ ନେଇ ଆଦିତ୍ୟ ଆଲୁମିନା ରିଫାଇନେରୀ ୟୁନିଟ୍ ହେଡ୍ ଏବଂ ସଭାପତି ଶ୍ରୀ ମଜହର ବେଗ୍ କହିଛନ୍ତି ଯେ, “ଏହି ପଦକ୍ଷେପ ସମସ୍ତଙ୍କ ପାଇଁ ଅଭିବୃଦ୍ଧି, ସ୍ଥାୟୀ ଜୀବିକା ଓ ପ୍ରାଣୀ ଚିକିତ୍ସା ମାଧ୍ୟମରେ ତୃଣମୂଳ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।” ପ୍ରାଣୀ ଚିକିତ୍ସା ସେବା ବ୍ୟତୀତ, ଆଦିତ୍ୟ ବିର୍ଲା ରିଫେନେରି ସିଏସଆର ଦ୍ଵାରା ଏହି ଅଭିଯାନ ମାଧ୍ୟମରେ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା, ଆୟ ବୃଦ୍ଧି ଏବଂ ଉନ୍ନତ ପଶୁପାଳନ ଅଭ୍ୟାସ ମାଧ୍ୟମରେ ଗ୍ରାମୀଣ ସମୁଦାୟକୁ ସଶକ୍ତ କରିବା ଉପରେ ଏକ ସାମଗ୍ରିକ ପଦକ୍ଷେପ । ସମ୍ପ୍ରତି ପ୍ରୟାସ ପାଇଁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏହାର ଦୀର୍ଘକାଳୀନ ସଫଳତା ପାଇଁ ବୈଷୟିକ ଜ୍ଞାନକୌଶଳ ଏବଂ କାର୍ଯ୍ୟକ୍ଷେତ୍ରରେ ପରିଚାଳନାଗତ ସହାୟତା ପ୍ରଦାନ କରିବ । ଏହି ବୁଝାମଣା ପତ୍ର ଆଦିତ୍ୟ ଆଲୁମିନା ରିଫାଇନାରୀର ୟୁନିଟ୍ ହେଡ୍ ଏବଂ ସଭାପତି ଶ୍ରୀ ମଜହର ବେଗ୍ ଏବଂ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡଃ ଅନିତା ପାତ୍ରଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ପ୍ରଫେସର ଡଃ ମୁକ୍ତି କାନ୍ତ ମିଶ୍ର, ସଭାପତି, ସିୟୁଟିଏମ୍, ଶ୍ରୀମତୀ ଅରୁନ୍ଧତୀ ବିଶ୍ୱାଳ, ନିର୍ଦ୍ଦେଶକ – ପାର୍ଟନରସିପ୍ସ, ସିୟୁଟିଏମ୍, ଦୀପକ ମହାନ୍ତି, ମୁଖ୍ୟ – ଏଚ୍ଆର, ଆଦିତ୍ୟ ଆଲୁମିନା ରିଫାଇନାରୀ, ମୃତ୍ୟୁଞ୍ଜୟ ଲେଙ୍କା, ଉପ-ସଭାପତି ମାଇନ୍ସ, ତନ୍ମୟ ମାହାନ୍ତି, ମୁଖ୍ୟ ସିଏସଆର ଏବଂ ଆର୍ ଓ ଆର୍ ଙ୍କ ସମେତ ଆଦିତ୍ୟ ଆଲୁମିନା ଓ ସିୟୁଟିଏମ୍ ଅନୁଷ୍ଠାନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

ଆଦିତ୍ୟ ଆଲୁମିନା ରିଫାଇନେରୀର ଏହି ପଦକ୍ଷେପ ଗୋଷ୍ଠୀ କଲ୍ୟାଣ ଏବଂ ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ହିଣ୍ଡାଲକୋ ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ଦର୍ଶାଉଛି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ଉପଲକ୍ଷେ ମ.ରାମପୁର ଡ୍ରାଇଭର ସଂଘର ସଚେତନତା ଶୋଭାଯାତ୍ରା

masiha

Ex MP Niranjan Bishi Raises Strong Voice Against Proposed 40% Job Cut at Rourkela Steel Plant

Sunil Chandra Nayak

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୭୭ତମ ଜନ୍ମ ଦିବସ ପାଳିତ

masiha

Leave a Comment

error: Content is protected !!