ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାଣିକପୁର ପଞ୍ଚାୟତରେ କଳାକନା ବୁଲାଇଲେ ଦୁଵୃର୍ତ୍ତ

ମାଣିକପୁର ପଞ୍ଚାୟତରେ କଳାକନା ବୁଲାଇଲେ ଦୁଵୃର୍ତ୍ତ

 ମୟୂରଭଂଜ – -୫/୦୯ —  ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳର ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତରେ ବୁଧବାର ଦିନ ରାତିରେ ଦୁବୃର୍ତ୍ତ ମାନେ କଳାକନା ବୁଲାଇଥିବା ନେଇ ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଆଜି ଶୁକ୍ରବାର ଦିନ ସରପଞ୍ଚ ଶୁଶାନ୍ତ ମୁଣ୍ଡା ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଟୁଡୁ ପଞ୍ଚାୟତ ଅଫିସ୍ ଯାଇ ଦେଖନ୍ତି ତ ପଞ୍ଚାୟତ ଅଫିସରେ ତାଲା ଭଙ୍ଗା ଯାଇଛି । ଅଫିସ ଭିତରେ ଇନଭର୍ଟର,ସୋଲାର ବେଟେରୀ, କମ୍ପ୍ୟୁଟର ,ଏଲସିଡି,ଛୋଟ ବେଟେରୀ ଇତ୍ଯାଦି ଲୁଟ କରି ନେଇଛନ୍ତି ।ଏହାକୁ ନେଇ ଆଜି ସରପଞ୍ଚ ସୁଶାନ୍ତ ମୁଣ୍ଡା ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ମାମଲା କେଶ ନମ୍ବର ୮୪/୨୫ ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଜଙ୍ଘିଆ ଗ୍ରାମ୍ୟ ବିଲରୁ ବୃଦ୍ଧ ଚାଷୀର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର 

masiha

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

masiha

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

masiha

Leave a Comment

error: Content is protected !!