ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ ଠାରେ ଜେଏମ୍ ଏଫ୍ ସି କୋର୍ଟର ଉଦଘାଟନ

ଥୁଆମୂଳ ରାମପୁର:୩/୪- ମ.ନି.ସ:- ଆଜି ଥୁଆମୂଳ ରାମପୁର ସଦର ମହକୁମାରେ ଠାରେ ସିଭିଲ ଜର୍ଜ ( ଜେଆର ଡିଭିଜନ ) ଅନ୍ତର୍ଭୁକ୍ତ ଜେ.ଏମ୍.ଏଫ୍ ସି କୋର୍ଟ ହାଇକୋର୍ଟର ମୂଖ୍ଯ ବିଚାରପତି ଏସ୍, ମୂରଳୀଧରଙ୍କ ଦ୍ବାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାନ୍ଯବର ଜିଲ୍ଲା ଦୌରା ଜର୍ଜ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ କାନୁଗୋ ଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ଭବାନୀପାଟଣା କୋର୍ଟ ବାର ଆସୋସିଏସନର ଆଇନ ଜୀବୀ ଶ୍ରୀ ମାନସ ରଞ୍ଜନ ମହାନ୍ତି, ଯଯୋବନ୍ତ ନାଏକ, ଥୁଆମୂଳ ରାମପୁର ବ୍ଳକର ଆଇନଜୀବୀ ଶ୍ରୀ ମନୋରଞ୍ଜନ ନାଏକ, ମୂରଳୀ ନାଏକ, ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଉଦଘାଟନୀ ଉତ୍ସବରେ ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ ଯୋଗଦାନ କରିଥିବାବେଳେ ଥୁଆମୂଳ ରାମପୁର ବ୍ଳକର ନବନିର୍ବାଚିତ ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ, ଜିଲ୍ଲା ଓକିଲ ସଙ୍ଘର କର୍ମକର୍ତ୍ତା ଙ୍କ ସମେତ୍ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ। ନ୍ଯାୟପାଇବା ପାଇଁ ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ଲୋକେ ଦୀର୍ଘ ୧୦୦ ରୁ ୧୩୦ କିଲୋମିଟର ଦୂର ଭବାନୀପାଟଣା ସହରକୁ ଯିବାକୁ ପଡୁଥିଲେ। ଯାହାଫଳରେ ବିଭିନ୍ନ ପ୍ରକାରର ଅସୁଧାର ସମ୍ମୁଖୀନ ହେଉଥିଲେ। ବହୁ ଦିନରୁ ଏହି ବ୍ଳକରେ ଏକ କୋର୍ଟ ସ୍ଥାପନ ନେଇ ଦାବି କରି ଆସୁଥିଲେ।ଶେଷରେ ମଙ୍ଗଳବାର ୩/୫/୨୦୨୨ ଦିନରେ କୋର୍ଟ ର ଉଦଘାଟନ ହୋଇଯାଇଛି। ବହୁଦିନ ପରେ କୋର୍ଟ ସ୍ଥାପନ ହେବା ହେତୁ ଅଞ୍ଚଳରେ ଖୁସିର ବାତାବରଣ ଖେଳିଯାଇଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆଜିଠୁ ମାଓ ସପ୍ତାହ,ପୁଲିସ ପାଇଁ ଚ୍ୟାଲେଞ୍ଜ୍, ଅଧିକ ଉଗ୍ର ହେବା ଆଶଙ୍କା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କହିଦେବା କଥା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!