ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ

କଳାହାଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ 

ଭବାନୀପାଟଣା, ୫।୯: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନେ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ପବିତ୍ର ମୋହନ ସାହୁ ଓ ହେମସାଗର ମହାନନ୍ଦ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ଯକ୍ଷ ଡ. ଦେଶବନ୍ଧୁ ସାହୁ, ବିଶିଷ୍ଟ ଶିକ୍ଷାବିତ୍ ଜଗବନ୍ଧୁ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଚୟନିତ ଭବାନୀପାଟଣା ବ୍ଲକ୍‌ର ତଳବେଲଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନୀଳାଞ୍ଚଳ ପାନ ଏବଂ ପୁରୁଣାପଡା ଉ.ପ୍ରା ବିଦ୍ୟାଳୟର ବିଷ୍ଣୁପ୍ରିୟା ଚଣ୍ଡ; ଧର୍ମଗଡ଼ ବ୍ଲକ୍‌ର ବ୍ରାହ୍ମଣଛେଣ୍ଡିଆ ଉଚ୍ଚ ବିଦ୍ୟାଳୟର ଶିବଶଙ୍କର ମିଶ୍ର ଓ ରାଜେନ୍ଦ୍ର ଆଚାର୍ଯ୍ୟ, କନାଗାଁ ଉଚ୍ଚ ବିଦ୍ୟାଳୟର ପଲ୍ଲବୀ ପଣ୍ଡା ଓ ବଗାଡ଼ ଉ.ପ୍ରା ବିଦ୍ୟାଳୟର ବଟକୃଷ୍ଣ ବେହେରା; ଗୋଲାମୁଣ୍ଡା ବ୍ଲକ୍‌ର ଭାଟିପଡା ଉ.ପ୍ରା ବିଦ୍ୟାଳୟର ଗୀତାଞ୍ଜଳି ସାହୁ, ଜୟପାଟଣା ବ୍ଲକ୍‌ରୁ ହୀରାପୁର ଉଚ୍ଚ ବିଦ୍ୟାଳୟର ହେମନ୍ତ ମାଝୀ; ଜୁନାଗଡ଼ ବ୍ଲକ୍‌ର ଜୁନାଗଡ଼ ଉଚ୍ଚ ବିଦ୍ୟାଳୟର ମଳୟ ମୁଣ୍ଡ ଓ ବ୍ରାହ୍ମଣୀଗୁଡା ଉଚ୍ଚ ବିଦ୍ୟାଳୟର ସୋନାଲି କୁମାରୀ ମାଝୀ; କଲମପୁର ବ୍ଲକ୍‌ର ମଣ୍ଡଳ ଉଚ୍ଚ ବିଦ୍ୟାଳୟର ବୀରେନ୍ଦ୍ର ଚୌହାନ ଓ ଖମନପଡା ପ୍ରାଥମିକ ବିଦ୍ୟାଳୟର ଦେବେନ୍ଦ୍ର ନାଏକ; କର୍ଲାମୁଣ୍ଡା ବ୍ଲକ୍‌ର ସୁରୁଜୁଲି ଉ.ପ୍ରା ବିଦ୍ୟାଳୟର ପ୍ରତାପ ପ୍ରଧାନ; କେସିଙ୍ଗା ବ୍ଲକ୍‌ର କେସିଙ୍ଗା ଉଚ୍ଚ ବିଦ୍ୟାଳୟର ଯୁଗଳ ଛତ୍ରିଆ, ରଶ୍ମିତା ପାଣିଗ୍ରାହୀ, ରଶ୍ମିସ୍ମିତା ବେହେରା ଓ ନବୀନ ନାଏକ, ସିରୋଲ ଉଚ୍ଚ ବିଦ୍ୟାଳୟର ପ୍ରଳୟ ମହାପାତ୍ର, ନୁନମାଠ ଉଚ୍ଚ ବିଦ୍ୟାଳୟର କାଞ୍ଚନଲତା ଷଡ଼ଙ୍ଗୀ, କେସିଙ୍ଗା ୱାର୍ଡ ନଂ ୯ ପ୍ରାଥମିକ ବିଦ୍ୟାଳୟର ପୂଜାରାଣୀ ବଳସାମନ୍ତ; କୋକସରା ବ୍ଲକ୍‌ର ଜବାହର ଉଚ୍ଚ ବିଦ୍ୟାଳୟ, କୋକସରାର ଅମିତ ମହାନ୍ତି ଓ ଡେଙ୍ଗାଗୁଡା ପ୍ରାଥମିକ ବିଦ୍ୟାଳୟର ପଦ୍ମଲୋଚନ ସାହୁ; ଲାଞ୍ଜିଗଡ଼ ବ୍ଲକ୍‌ର କନର୍ଲା ପ୍ରାଥମିକ ବିଦ୍ୟାଳୟର ଆଦିତ୍ୟ ପଣ୍ଡା; ମଦନପୁର ରାମପୁର ବ୍ଲକ୍‌ର ନୁନପୁର ଉଚ୍ଚ ବିଦ୍ୟାଳୟର ସଞ୍ଜୟ ସେଠୀ ଓ ପ୍ରକାଶ ସେଠୀ, ମଦନପୁର ରାମପୁର ଉ.ପ୍ରା ବିଦ୍ୟାଳୟର ଶୁଭ୍ରକାନ୍ତି ସାହୁ; ନର୍ଲା ବ୍ଲକ୍‌ର ନର୍ଲା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ସର୍ମିତା ସେଠୀ ଓ ପ୍ରଶାନ୍ତ ସାହୁ, ରୁପ୍ରାରୋଡ୍ ଉଚ୍ଚ ବିଦ୍ୟାଳୟର ରାକେଶ ସାହୁ, ଘଣ୍ଟମାଳ ବିଘ୍ନେଶ୍ୱର ଉଚ୍ଚ ବିଦ୍ୟାଳୟର ବସନ୍ତ ସାମନ୍ତରାୟ, ତୁଳାପଡା ଦାମୋଦର ଉଚ୍ଚ ବିଦ୍ୟାଳୟର ସନ୍ତୋଷାନନ୍ଦ ନାୟକ ଓ ରୁପ୍ରାରୋଡ୍ ଉ.ପ୍ରା ବିଦ୍ୟାଳୟର ଅନୀଲ ପ୍ରସାଦ ସାହୁ; ଥୁଆମୁଳ ରାମପୁର ବ୍ଲକ୍‌ର କର୍ଲାପାଟ ଉଚ୍ଚ ବିଦ୍ୟାଳୟର କିଶୋର ରାଉତରାୟ ଓ ଡାଳଗୁମା ପ୍ରାଥମିକ ବିଦ୍ୟାଳୟର ସୀମାଞ୍ଚଳ ପୁଝାରୀ; ଭବାନୀପାଟଣା ଉପଖଣ୍ଡ ଭୀମକେଲା କ୍ଲଷ୍ଟରର ସିଆରସିସି ବିଜୟ ସୁନା ଓ ଧର୍ମଗଡ଼ ଉପଖଣ୍ଡ ବରଗାଁ କ୍ଲଷ୍ଟରର ସିଆରସିସି ମନୋଜ ମେହେରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଡିଲେଶ୍ୱର ରଣା ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ଜିଲ୍ଲା ସଂଯୋଜକ ପ୍ରଶାନ୍ତ ନନ୍ଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ରୂପସିଂ ରାଉତ, ଦୁଷ୍ମନ୍ତ ଶେଖର ପାଢ଼ୀ, ବାପାଙ୍ଗି ପ୍ରଧାନ, ସୁଧୀର ଧଙ୍ଗଡ଼ାମାଝୀ, ତିଳୋତ୍ତମା ନାଏକଙ୍କ ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Related posts

ନୀଳଗିରି ଗଛ କଟାକୁ ନେଇ ଭାଇ ଭଉଣୀ ମଧ୍ୟରେ ବିବାଦ ଘଟଣା ପହଞ୍ଚିଲା ଥାନାରେ

masiha

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ଏକାଦଶ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

Sunil Chandra Nayak

ପରଲୋକରେ ଷ୍ଟାମ୍ପ ଭେଣ୍ଡର ଦୈତାରି ପ୍ରସାଦ

masiha

Leave a Comment

error: Content is protected !!