ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକାନନ୍ଦ ହାଇସ୍କୁଲରେ ଇଣ୍ଟରାକ୍ଟ କ୍ଲବ୍ ର ସ୍ଥାପନା ସହ ଗୁରୁଦିବସ ପାଳନ

ବିବେକାନନ୍ଦ ହାଇସ୍କୁଲରେ ଇଣ୍ଟରାକ୍ଟ କ୍ଲବ୍ ର ସ୍ଥାପନା ସହ ଗୁରୁଦିବସ ପାଳନ

ରାଉରକେଲା : ରୋଟାରି କ୍ଲବ୍ ଅଫ୍ ରାଉରକେଲା ଅର୍ବାନ୍ ତରଫରୁ ଗର୍ଜନ ଠାରେ ଥିବା ବିବେକାନନ୍ଦ ହାଇସ୍କୁଲ ରେ ଗୁରୁଦିବସ ସହ ଇଣ୍ଟରାକ୍ଟ କ୍ଲବ୍ ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 କ୍ଲବ୍ ର ସଭାପତି ରୋଟାରିଆନ୍ ଉଦିତ କୁମାର ସାହୁ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଇ ରୋଟାରିଆନ୍ ଆଲମ ସିଂହ ରୂପ୍ରା, ପ୍ରଥମା ଲେଡି ରୋଟାରିଆନ୍ ହରପାଲ୍ ରୂପ୍ରା, ଆଇପିପି ଆର୍. ସି. ମେହେର, ପିଇ ଡି. ମୋହନ ରାଓ, ଭିପି ମଞ୍ଜୁରାଣୀ ମେହେର, ରୋଟାରିଆନ ଅଞ୍ଜୁ କକ୍କଡ,ରୋଟାରିଆନ୍ ପି. କେ. ମହାନ୍ତି, ଦେବବ୍ରତ ନାୟକ, ଉଷା ଦାସ, ପ୍ରଦୀପ ଦାସ, ରବିକାନ୍ତ ସିଂହ, ବସନୀ ଦାସ ଏବଂ ପଦ୍ମିନୀ ସାହୁ, ମୀନା ମହାନ୍ତି, ସମିତା ନାୟକ, ସହ ରୋଟାରିଲେଟ୍ ହର୍ଷିତା ଓ ଗୋବିନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସର୍ବପଲ୍ଲୀ ରାଧାକୃଷ୍ଣନ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ସଭାପତି ,ଆଇପିପି ଓ ମୁଖ୍ୟ ଅତିଥି ଏହି ଅବସରରେ ବକ୍ତବ୍ୟ ରଖିଥିଲେ । ଏଜି ରୋଟାରିଆନ୍ କିରଣ ଅରୋରାଙ୍କର ସନ୍ଦେଶ ପ୍ରଥମା ଲେଡି ହରପାଲ୍ ରୂପ୍ରା ପଢ଼ି ଶୁଣାଇଥିଲେ । ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷକଙ୍କୁ ସମ୍ମାନ ପ୍ରଦାନ କରାଗଲା । ପ୍ରଧାନଶିକ୍ଷକ ହରିହର ପାଣିଗ୍ରାହୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ପରେ ଇଣ୍ଟରାକ୍ଟ କ୍ଲବ୍ ସ୍ଥାପନା କାର୍ଯ୍ୟକ୍ରମରେ ଡିଜିଇ ଆଲମ ସିଂହ ରୂପ୍ରା ନୂତନ ସଭାପତି ପ୍ରଦ୍ୟୁମ୍ନ ବଡାଇକ୍ ଓ ସମ୍ପାଦକ ବର୍ଷା କୁମ୍ଭାରଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ। ସମସ୍ତ ସଦସ୍ୟଙ୍କୁ ଇଣ୍ଟରାକ୍ଟ ପିନ୍ ଏବଂ ସର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଶେଷରେ ସଭାପତି ରୋଟାରୀଆନ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁଲିହlରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ପାଳିତ

masiha

ଗୋରୁମହିଷାଣୀ ଥାନା ପକ୍ଷରୁ ମାଣିକପୁରରେ ଆମ ପୋଲିସ ସମିତି ବୈଠକ

Sunil Chandra Nayak

Grand Festivities Set to Begin at JK Pur Dussehra 2025

Sunil Chandra Nayak

Leave a Comment

error: Content is protected !!