ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସୁନାମୁଦୀ ରେ ବିଶାଳ ନୁଆଁଖାଇ ଭେଟଘାଟ. ଅଧିକାର ହାସଲ ପାଇଁ ଆନ୍ଦୋଳନ ଆବଶ୍ୟକ – ସାଂସଦ ନିରଞ୍ଜନ.

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସୁନାମୁଦୀ ରେ ବିଶାଳ ନୁଆଁଖାଇ ଭେଟଘାଟ. ଅଧିକାର ହାସଲ ପାଇଁ ଆନ୍ଦୋଳନ ଆବଶ୍ୟକ – ସାଂସଦ ନିରଞ୍ଜନ.

ପାଟଣାଗଡ ତା 07.09 — ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ବ୍ଲକ ତରଫରୁ ସୁନାମୁଦୀ ଠାରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି. ଆଦିବାସୀ ମାନେ ପାରମ୍ପରିକ ନୃତ୍ୟଗୀତ ସହିତ ଗାଁ ରେ ସାଂସ୍କୃତିକ ଶୋଭାଯାତ୍ରା କରିଥିଲେ. ପରେ ସଂଘ ର ବ୍ଲକ ସଭାପତି ଭୁବନେଶ୍ୱର କୁଅଁର ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା. ସଭା ରେ ମୂଖ୍ୟ ଅତିଥି ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି, ସମ୍ମାନିତ ଅତିଥି ସଂଘ ର ଜ଼ିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦl,ବ୍ଲକ ସଭାପତି ପଦ୍ମନ ପ୍ରଧାନୀ ଟିଟିଲାଗଡ଼, ମନ ରଞ୍ଜନ ଭୋଇ ବଙ୍ଗୋମୁଣ୍ଡା, ରାଜୀବ କୁଅଁର ମୁରିବାହାଲ, ସନ୍ତୋଷ ପୁଟା ସଇଁତଲା , ବଲାଙ୍ଗିର ନଗର ସଭାପତି ରାମଚନ୍ଦ୍ର ମୁର୍ମୁ, ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝୀ,ଶ୍ରୀମତୀ ଲଷ୍ମୀ ଶବର ଖପ୍ରାଖୋଲ, ଭୁବନେଶ୍ୱର ଧରୁଆ ଆଗଲପୁର, ପ୍ରଫୁଲ୍ଲ ପ୍ରଧାନୀ, କୈଳାଶ ପ୍ରଧାନୀ, ପାର୍ଥରାମ ଭୋଇ, ସଂକୀର୍ତନ ସିକା,ସୁନାମୁଦୀ ପଞ୍ଚାୟତ ସଭାପତି, ସମ୍ପାଦକ ପ୍ରମୁଖ ମଞ୍ଚାସିନ ଥିଲେ l ସାଂସଦ ରାଜ୍ୟସଭା, ନିରଞ୍ଜନ ବିଶି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି ସତ କିନ୍ତୁ ଆଦିବାସୀ ସମ୍ପ୍ରଦାୟ ର ବିକାଶ ପାଇଁ କୌଣସି କାର୍ଯ୍ୟ କରାଯାଉନାହିଁ l ଆଦିବାସୀ ସମୁଦାୟ ର କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଯୋଜନା ଗୁଡିକୁ ସରକାର ବନ୍ଦ କରିଦେଉଛନ୍ତି l ଉଦାହରଣ ମାଧ୍ୟମରେ ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରି କହିଲେ ଯେ ରାଜ୍ୟରେ ୨୩ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ପାଇଁ ଘରୋଇ ଇଂରାଜୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଏସଟି ଏସସି ଛାତ୍ରଛାତ୍ରୀ ସରକାରୀ ଖର୍ଚ୍ଚ ରେ ପଢ଼ିବା ସୁଯୋଗ ପାଉଥିଲେ l ଆବାସିକ ସୁବିଧା ପାଇଁ ଅନ୍ଵେଷା ହଷ୍ଟେଲ ପ୍ରତିଷ୍ଠା ହୋଇଛି l ୨0୧୫ ମସିହାରୁ ଓଡିଶା ରେ ୨୩ ହଜାର ଏସଟି ଏସସି ଛାତ୍ରଛାତ୍ରୀ ୯୮ ଟି ଅନ୍ଵେଷା ହଷ୍ଟେଲ ପଢୁଛନ୍ତି l କିନ୍ତୁ ସରକାର ଏହି ଯୋଜନାରେ ଚଳିତ ଶିକ୍ଷା ବର୍ଷ ରୁ ପ୍ରଥମ ଶ୍ରେଣୀ ରେ ନାମ ଲେଖା ବନ୍ଦ କରିଦେଇଛନ୍ତି l ସରକାର ଙ୍କ ଏଭଳିଆ ମାନସିକତା ଏସଟି ଏସସି ବିରୋଧୀ ମନୋଭାବ ର ପରିଚୟ ବୋଲି ସାଂସଦ ଶ୍ରୀ ବିଶି କ୍ଷୋଭ ପ୍ରକାଶ କରିଥିଲେ l ସେହିଭଳି ମେଡିକାଲ, ଇଞ୍ଜିନିୟରିଙ୍ଗ, ପ୍ରଫେସନେଲ ଉଚ୍ଚ ଶିକ୍ଷାନୁଷ୍ଠାନ ରେ ଏସଟି ସମ୍ପ୍ରଦାୟ ପାଇଁ ୨୩ ପ୍ରତିଶତ ସଂରକ୍ଷଣ ବଦଳରେ ୧୨ ପ୍ରତିଶତ ଏବଂ ଏସସି ପାଇଁ ୧୭ ପ୍ରତିଶତ ବଦଳରେ ୮ ପ୍ରତିଶତ କୋଟା ବ୍ୟବସ୍ଥା କୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି କଡ଼ା ସମାଲୋଚନା କରିଥିଲେ l ଜମି,ଜଳ,ଜଙ୍ଗଲ ଉପରେ ଆଦିବାସୀ ଙ୍କ ଅଖଣ୍ଡ ଅଧିକାର ରହିଛି l ଆଦିବାସୀ ବସବାସ କରୁଥିବା ଜମି ଜଙ୍ଗଲ ଅଞ୍ଚଳ ରେ ଖଣିଜ ପଦାର୍ଥ ରହିଛି l ତେବେ ଖଣିଜ ଦ୍ରବ୍ୟ ଉତ୍ତୋଳନ ନାଁ ରେ ଆଦିବାସୀ ମାନଙ୍କୁ ବିସ୍ଥାପନ କରିବା ଅନୁଚିତ ବୋଲି ଚେତାବନୀ ଦେଇଥିଲେ l ଶେଷରେ ଓଡ଼ିଆ ମାଧ୍ୟମରେ ପଢ଼ିଥିବା ମୁରିବାହାଲ ବ୍ଲକ ଚଲକି ଗାଁ ର ବିଷ୍ଣୁ ଚରଣ ମାଝୀ ନିଟ ପରୀକ୍ଷାରେ ୧୧୧ ରେଙ୍କ ରେ କୃତିତ୍ୱ ହାସଲ କରି ବୁର୍ଲା ମେଡିକାଲ କଲେଜ ରେ ଏମବିବିଏସ ପଢ଼ିବା ର ଉଦାହରଣ ସୃଷ୍ଟି କରିଥିବାରୁ ଶ୍ରୀ ମାଝୀ ଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀ ମାଝୀ ଙ୍କୁ ଉତ୍ସାହିତ କରିବା ପାଇଁ ସଂଘ ତରଫରୁ ୫ହଜାର ଟଙ୍କା ଆର୍ଥିକ ସହଯୋଗ କରାଯାଇ ଥିଲା ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଗୁରୁଦିବସ 

masiha

ଆବାସ ଯୋଜନା କାହାପାଇଁ ,ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ,ବେସାହାରା ଭୁଜବଲ

masiha

ଜିଲା ସ୍ତରୀୟ ଅକ୍ଷୟ ତୃତୀୟା ପାଳିତ 

masiha

Leave a Comment

error: Content is protected !!