ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଧନାଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

ପ୍ରାଧନାଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

କାମାକ୍ଷାନଗର (ମନିସ)7/9/25 — କାମାକ୍ଷାନଗର ସହର ନିକଟବର୍ତ୍ତୀ ଜିରୀଡମାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଷ୍ଠା ସାହୁଙ୍କୁ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି l ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାର ଉର୍ନତୀ ସକାଶେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ର ବ୍ୟବସ୍ଥା କରାଯାଇଛି l ଏହି ପୁରସ୍କାର ପ୍ରଦାନରେ ଜିରୀଡମାଳି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଷ୍ଠା ସାହୁଙ୍କୁ ଗତ ଗୁରୁଦିବସ ରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ରେ ଥିବା ସମ୍ମିଳନୀ କକ୍ଷରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଛନ୍ତି l ଏହି ଖବର ପ୍ରଚାର ହେବା ପରେ କାମାକ୍ଷାନଗର ଶିକ୍ଷା ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି l ସୂଚନା ଯୋଗ୍ୟ ଗତ ୨୩ ମସିହା ଅକ୍ଟୋବର ମାସରେ କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ଶ୍ରୀମତୀ ସାହୁଙ୍କୁ ଲୋକନାଥ ମିଶ୍ର ସମ୍ମାନ ରେ ସମ୍ମାନିତ କରାଯାଇଥିଲା 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ପରିସର ରେ ଜିଲ୍ଲାସ୍ତରୀୟ ଜନ ଔଷଧି ଦିବସ ପାଳିତ

masiha

ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

କର୍କଟ ରୋଗୀଙ୍କ ପାଇଁ କେଶ ସଂଗ୍ରହ କାର୍ଯ୍ୟରେ ସାମିଲ ହେଲା ‘” ମୋ ଅନୁଷ୍ଠାନ “

masiha

Leave a Comment

error: Content is protected !!