ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍‌ପିସିବି ପକ୍ଷରୁ ‘ନୀଳ ଆକାଶ ପାଇଁ ନିର୍ମଳ ବାୟୁ’ ସଂପର୍କିତ ଅନ୍ତର୍ଜାତୀୟ ଦିବସ ପାଳିତ

ଏସ୍‌ପିସିବି ପକ୍ଷରୁ ‘ନୀଳ ଆକାଶ ପାଇଁ ନିର୍ମଳ ବାୟୁ’ ସଂପର୍କିତ ଅନ୍ତର୍ଜାତୀୟ ଦିବସ ପାଳିତ

ରାଉରକେଲା ୭/୯/୨୫ : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖା, ଏନଆଇଟି ରାଉରକେଲା ଓ ଆରଏମସି ର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ‘ନୀଳ ଅକାଶ ପାଇଁ ନିର୍ମଳ ବାୟୁ’ ସଂପର୍କିତ ଅନ୍ତର୍ଜାତୀୟ ଦିବସ ସ୍ଥାନୀୟ ଏନଆଇଟିର ତୀର ଅଡିଟୋରିଅମ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ରାଉରକେଲା ଏନ.ଆଇ.ଟି ର ନିର୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ, ଆରଏମସି ଯୁଗ୍ମ କମିଶନର ପଲ୍ଲବୀ ନାୟକ, ଏନ୍‌ଆଇଟିର ଆଲୁମିନି ବିଭାଗ ଡିନ ପ୍ରଫେସର ଡ. ହିମାଂଶୁ ଭୂଷଣ ସାହୁ, ଢେଙ୍କାନାଳ ମୀରାମୁଣ୍ଡୁଳି ସ୍ଥିତ ଟାଟା ଷ୍ଟିଲର ପରିବେଶ ବିଭାଗ ମୁଖ୍ୟ ସଂଜୀବ ପାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଅତିଥି ମାନେ ମିଳିତ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଡା ଶୁଭଙ୍କର ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜିଲ୍ଲା ରେ ପରିବେଶ ଅନୁକୂଳ ‘ଇ’ ବାଇକ ପ୍ରଚଳନ, ଅଭିନଵ ପ୍ରକଳ୍ପ କୁ ପ୍ରୋତ୍ସାହନ, ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି l 

ଆମେ ବୃହତ ସ୍ତରରେ ଚିନ୍ତା କରିବା ସହ ଆଞ୍ଚଳିକ ସ୍ତରରେ ତାହାକୁ କାର୍ଯ୍ୟରେ ଲଗାଇବାକୁ ସେ ପରାମର୍ଶ ଦେଇଥିଲେ l ଏଥିସହ ଆମ ଦୈନନ୍ଦିନ ଜୀବନ ଶୈଳୀ ରେ ପରିବେଶ ଅନୁକୂଳ ଛୋଟ ଛୋଟ ଅଭ୍ୟାସ ଆପଣାଇଲେ ପରିବେଶ ର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି କହିଥିଲେ l ଛାତ୍ର ଓ ଯୁବ ବର୍ଗ ଅଭିନବ ପ୍ରଣାଳୀ ଉଦ୍ଭାବନ କରି ପରିବେଶ ଓ ବିକାଶ ଧାରାରେ ସାମିଲ ହେବାକୁ ଡ଼ ମହାପାତ୍ର ଆହ୍ୱାନ କରିଥିଲେ l

 ଡ଼. କେ. ଉମାମହେଶ୍ୱର ରାଓ ତାଙ୍କ ବକ୍ତବ୍ୟରେ ଜନ ସହଭାଗିତା ଦ୍ୱାରା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ ଓ ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ଆହ୍ୱାନ ଦେଇଥିଲେ । ଆଞ୍ଚଳିକ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ. ଅନୁପ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ ସହ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ରାଉରକେଲାକୁ ଯେଉଁ ନନ୍ ଆଟେନ୍‌ମେଣ୍ଟ ସହର ଘୋଷଣା କରାଯାଇଛି, ସେ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥିମାନେ ବିଷୟବସ୍ତୁ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ l ପରିବେଶର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ କରିଥିଲେ l 

ପ୍ରାରମ୍ଭରେ ଆୟୋଜିତ ବୈଷୟିକ ପର୍ଯ୍ୟାୟ ରେ ଏନଆଇଟି ପ୍ରଫେସର ଡ଼ ଭୀଷ୍ମ ତ୍ୟାଗୀ ବାୟୁର ସ୍ଥିତ ଓ ପ୍ରଭାବ ସମ୍ପର୍କ ରେ ଆଲୋଚନା କରିଥିଲେ l ପୂର୍ବରୁ ଏନଆଇଟି ଏବଂ ୱାଇଏମଏଫଆଇ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ, ଆର.ଆର. ଦାସ, ଚନ୍ଦ୍ରଶେଖର ଚୌହାନ, ରଜତ କୁମାର ସେଠି, ସହକାରୀ ପରିବେଶ ଯନ୍ତ୍ରୀ ପ୍ରିତମ କୁମାର ପତି,ଏ.ଇ.ଏସ. ସୌମ୍ୟ ରଞ୍ଜନ ପ୍ରଧାନ, ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତି, ଓଏସଡ଼ି ବିଭୁତି ଭୂଷଣ ମହନ୍ତ ଙ୍କ ସମେତ ଅନ୍ୟ ଷ୍ଟାଫ୍‌ମାନେ ସହଯୋଗ କରିଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ମିଶନ ଲାଇଫ ଅନ୍ତର୍ଗତ ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାଇବା ନେଇ ଶପଥ ପାଠ କରାଇଥିଲେ lଶେଷରେ ପ୍ରଫେସର ବିକାଶ ଚନ୍ଦ୍ର ମହାରାଜ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଏନଆଇଟି ଛାତ୍ର ରଘୁରାଜ ସମାନୀ ଓ ଛାତ୍ରୀ ରୀତିକା ମଲ୍ଲିକ ସଂଯୋଜନା କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି , ୧୦ଡିଗ୍ରୀ ତଳକୁ ଖସିଲା ପାରଦ

masiha

ବି ଆର ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଫୁଲବାଣୀ ଠାରେ ବହୁ ସମାରୋହରେ ପାଳିତ 

Sunil Chandra Nayak

ବିଧାୟକଙ୍କ ମଦ ବିକ୍ରି ଲଢେଇ ବିଫଳ, କର୍ମୀ ହତାଶ , ଭାଟି ଖୋଲିଲା ପ୍ରଶାସନ 

masiha

Leave a Comment

error: Content is protected !!