ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

ଭବାନୀପାଟଣା:- “ସ୍ୱାସ୍ଥ୍ୟ ହିଁ ସମ୍ପଦ” କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା ଙ୍କ ଅଭିନବ ପ୍ରୟାସ ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ପ୍ରଥମ ଥର କରି ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏକ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରି କର୍ମମୟ ବ୍ୟସ୍ତବହୁଳ ଜୀବନ ରେ ସ୍ୱାସ୍ଥ୍ୟ ହିଁ ସମ୍ପଦ କୁ ଗୁରୁତ୍ଵ ଦେଇ ସମସ୍ତ ସରକାରୀ କର୍ମଚାରୀ ନିଜର କାର୍ଯ୍ୟାଳୟ ର ଦାୟିତ୍ଵ କୁ ସୂଚାରୁ ରୂପେ ତୁଲାଇବା କୁ ହେଲେ ନିଜର ତଥା ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରି ଫିଟରଖିବା ସହିତ ସ୍ୱାସ୍ଥ୍ୟବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ସଚେତନତା ପ୍ରତି ଜିଲ୍ଲାପାଳଙ୍କ ଏହି ନୂତନ ପରିକଳ୍ପନା ଓ ମହତ ଉଦ୍ୟମ କୁ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରସଂଶା କରିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିଲୀପ ଦୁବେ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ଭେଷଜ ଚିକିତ୍ସା ବିଭାଗ,ଦାନ୍ତ ଚିକିତ୍ସା ବିଭାଗ, ଚକ୍ଷୁ, ନାସା,କର୍ଣ୍ଣ ଓ ଗଲା,ଶିଶୁ ରୋଗ ବିଭାଗ ଇତ୍ୟାଦି ର ବିଶେଷଜ୍ଞ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା ସହ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ଏହି ଶିବିରରେ ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଶିବାଜୀ ପ୍ରଧାନ, ଡି ଡି ପ୍ଲୀନିଂ ସୁକାନ୍ତ ଦଲେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ସୁବ୍ରତ ସାହୁ, ଏ ପି ଡି,ବିମ୍ବାଧର ସାହୁ, ଡିଇଜିଏମ୍,ସଞ୍ଜୀବ କୁମାର ଚୌଧୁରୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,କର୍ମଚାରୀ ପ୍ରମୁଖ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରରେ ଏକଶତ ରୁ ଉର୍ଦ୍ଧ ସରକାରୀ କର୍ମଚାରୀ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରର ସୁପରିଚାଳନା ରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ଅକ୍ଷୟ କୁମାର ଦାସ ସହଯୋଗ କରିଥିଲେ। ଏଥିରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଲୋକ ରଞ୍ଜନ ମୁଣ୍ଡ, ଅନନ୍ତ କୁମାର ପଣ୍ଡା, ସ୍ୱାସ୍ଥ୍ୟ କର୍ମଚାରୀ ସହଯୋଗ କରିଥିଲେ । 

( ମ ନି ସ ) 

Related posts

ଜଳୁଛି ଜଙ୍ଗଲ ଶୋଇ ରହିଚି ବନ ବିଭାଗ 

masiha

ଭୂବନେଶ୍ବର ଏମ୍ସ ସିଇଓଙ୍କ ରାଇରଙ୍ଗପୁର ଗସ୍ତ !  ଆସନ୍ତା ୧୯ ତାରିଖରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସର ଅଭିଜ୍ଞ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ଵାରା ନିଃଶୁଳ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ନେଇ ସୂଚନା

Sunil Chandra Nayak

ଉମରକୋଟ ଠାରେ ପହଲଗାଁଓ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ହିନ୍ଦୁ ସଂଘଟନ ପକ୍ଷରୁ ବିରୋଧ ପ୍ରଦର୍ଶନ

masiha

Leave a Comment

error: Content is protected !!