ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ

ଭବାନୀପାଟଣା,୩/୫:(ମ ନି ସ) ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଗବାନ ପର୍ଶୁରାମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଛି। ଏହି ଉପଲକ୍ଷେ ପ୍ରାୟ ୪ଶହ ମୋଟର ସାଇକେଲରେ ଏକ ଭବ୍ୟ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି ସହର ପରିକ୍ରମା କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିରେ ପର୍ଶୁରାମ ଙ୍କ ପୂଜନ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସଦସ୍ୟ ଗଜେନ୍ଦ୍ର ପାଢ଼ୀ ଶସ୍ତ୍ରୀକ ପୂଜା ଓ ଯଜ୍ଞର କର୍ତା ହୋଇଥିଲେ। ପରେ ବରିଷ୍ଠ ଉପଦେଷ୍ଟା ଜଗନ୍ନାଥ ମୁଣ୍ଡ ଙ୍କ ସଭାପତିତ୍ୱ ରେ କଳାହାଣ୍ଡି ବ୍ରାହ୍ମଣ ସମାଜର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରାହ୍ମଣ ସମାଜର ବିଭିନ୍ନ ସମସ୍ୟା, ସଂସ୍କାର ଓ ସମାଜ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ କଳାହାଣ୍ଡି ବ୍ରାହ୍ମଣ ସମାଜର ଜିଲ୍ଲା ସ୍ତରୀୟ ଆଡ଼ହକ କମିଟି ଗଠନ କରାଯାଇଥିଲା। ସର୍ବସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ମୁଣ୍ଡ ଙ୍କୁ ମନୋନୀତ କରାଯାଇଥିବା ବେଳେ ୬ଜଣ ଜନାର୍ଦ୍ଦନ ପଣ୍ଡା, ଭବାନୀ ଶଙ୍କର ମିଶ୍ର, ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ସୁରେଶ ଚନ୍ଦ୍ର ମୁଣ୍ଡ, ବିନୋଦ ଶର୍ମା ଓ ସତ୍ୟ ନାରାୟଣ ପଣ୍ଡା ଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା। ସେହିପରି ସାଧାରଣ ସମ୍ପାଦକ ଭାବେ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭାବେ ଭବେନ୍ଦ୍ର ପଣ୍ଡା ଓ ୨ ଜଣ ସମ୍ପାଦକ ରୂପେ ଉମେଶ ଚନ୍ଦ୍ର ପଣ୍ଡା ଓ ହେମନ୍ତ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା। କୋଷାଧ୍ୟକ୍ଷ ଭାବେ କ୍ଷୀରୋଦ ପ୍ରସାଦ ନେଗି ମନୋନୀତ କରାଯାଇଥିବା ବେଳେ ୮ଜଣ ପ୍ରମୋଦ କୁମାର ଖମାରୀ, ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀମନ୍ତ ପାଢ଼ୀ, କମ୍ଭୁପାଣି ମିଶ୍ର, ବାଞ୍ଛାନିଧି ମିଶ୍ର, ଭାଗିରଥି ପଣ୍ଡା, ସୁମନ ରଥ ଓ ସୁନୀଲ ପତ୍ରଙ୍କୁ କାର୍ଯକାରୀ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା। ସେହିପରି ପର୍ଶୁରାମ ସେନା ପ୍ରମୁଖ ଭାବେ ପ୍ରଶାନ୍ତ ଠାକୁର ଓ ୪ଜଣ ସଦସ୍ୟ ଚିରଞ୍ଜିବି ଭରଦ୍ୱାଜ, ସେବାନନ୍ଦ ପାଢ଼ୀ, ବିଶ୍ୱରଂଜନ ପାତ୍ର ଓ ଶାନ୍ତନୁ କୁମାର ମୁଣ୍ଡ ଙ୍କୁ ମନୋନୀତ କରାଯାଇଥିଲା। ସେହିପରି ପ୍ରଜ୍ଞ୍ୟା ବାହିନୀ ପ୍ରମୁଖ ଭାବେ ଶ୍ରୀମତୀ ସ୍ନେହଲତା ଷଡଙ୍ଗୀ ଙ୍କୁ ମନୋନୀତ କରାଯାଇଥିଲା। ନବଗଠିତ ଜିଲ୍ଲା କମିଟି ଦାୟିତ୍ୱ ଗ୍ରହଣ କରିବା ସହ ସଂଗଠନ କୁ ସୁଦୃଢ କରିବା, ପ୍ରତ୍ୟେକ ବ୍ଲକ ରେ ବ୍ଲକ ସ୍ତରୀୟ କମିଟି ଗଠନ କରିବା ସହ ଜିଲ୍ଲାର ସମସ୍ତ ବ୍ରାହ୍ମଣ ପରିବାରକୁ ସାମିଲ କରି ବ୍ରାହ୍ମଣ ସମାଜର ଏକତା ଓ ଉନ୍ନତି କୁ ଗୁରୁତ୍ୱ ଦିଆଯିବ ବୋଲି ସଭାପତି ଜଗନ୍ନାଥ ମୁଣ୍ଡ ପ୍ରକାଶ କରିଥିଲେ। ସଭାରେ ସତ୍ୟ ନାରାୟଣ ମହାପାତ୍ର ସ୍ୱାଗତ ଭାଷଣ ଓ କ୍ଷୀରୋଦ ପ୍ରସାଦ ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ଓ ଶେଷରେ ହେମନ୍ତ କୁମାର ମୁଣ୍ଡ ବେଦ ମନ୍ତ୍ର ପାଠ କରିଥିଲେ ଓ ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରେ ସାମୁହିକ ପ୍ରସାଦ ସେବନ ଆୟୋଜିତ ହୋଇଥିଲା।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….

Related posts

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଅସୁରଗଡରେ ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ

ଜୟ କୁମାର ମିଶ୍ର ଙ୍କ କବିତା ଦେଶ ହେବ ରଙ୍ଗା, ଉଡିବ ତ୍ରିରଙ୍ଗା

Sunil Chandra Nayak

Leave a Comment

error: Content is protected !!