ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜ ବାସଭବନରେ ପହଁଚିଲା ରାଜୁ ଭାଇଙ୍କର ମୃତ ଶରୀର

ନିଜ ବାସଭବନରେ ପହଁଚିଲା ରାଜୁ ଭାଇଙ୍କର ମୃତ ଶରୀର

ନୂଆପଡା, ଖରିଆର ରୋଡ ସ୍ଥିତ ନିଜ ବାସ ଭବନରେ ନୂଆପଡା ବିଧାୟକ ତଥା ପୂର୍ବ ତନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ଯାହାଙ୍କୁ ଲୋକେ ଶ୍ରଦ୍ଧାରେ ରାଜୁ ଭାଇ ବୋଲି ଡାକନ୍ତି ତାଙ୍କର ମୃତ ଦେହ ଆସି ପହଞ୍ଚି ଥିଲା। ଚେନ୍ନାଇରୁ ଏକ ସ୍ୱତନ୍ତ୍ର ଉଡାଯାହାଜ ଏମ୍ବୁଲେନ୍ସ ଯୋଗେ ତାଙ୍କୁ ରାୟପୁର ଅଣାଯାଇଥିଲା। ସେଠାରୁ ସଡକ ପଥରେ ଛତିଶଗଡ ସୀମାକୁ ଅଣାଯାଇଥିଲା। ଏକ ସୁସଜ୍ଜିତ ଗାଡ଼ିରେ ନୂଆପଡା ଏକତା ଛକ ପର୍ଯ୍ୟନ୍ତ ଅଣାଯାଇଥିଲା।ଯେଉଁଠି ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ। ସେଠାରୁ ତାଙ୍କୁ ଢୋଲକିଆ ଚ୍ୟାରିଟିବଲ ଟ୍ରସ୍ଟ ଆନୁକୂଲ୍ୟରେ ତିଆରି ହୋଇଥିବା ବେସରକାରୀ ବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ଦୂରଦୂରାନ୍ତରୁ ଆସିଥିବା ବିଭିନ୍ନ ରାଜନୈତିକ ଦଳର ନେତା ତଥା ଅନେକ ବ୍ୟକ୍ତିବିଶେଷ ରାଜୁ ଭାଇଙ୍କ ଅନ୍ତିମ ଦର୍ଶନ କରିଥିଲେ। ପରେ ତାଙ୍କୁ ତାଙ୍କ ବାସଭବନ କୁ ନିଆଯାଇଥିଲା। ସମସ୍ତ ପରିବାର ବର୍ଗ ତାଙ୍କର ଶେଷ ଦର୍ଶନ କଲାପରେ ଖରିଆର ରୋଡ ମଶାଣିରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ତାଙ୍କର ଚିତାକୁ ତାଙ୍କର ଏକମାତ୍ର ପୁଅ ଜୟ ଢୋଲକିଆ ମୁଖାଗ୍ନି ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ଗଣ ଧାରଣା ଓ ଆମରଣ ଅନଶନ: ପ୍ରଶାସନ ହସ୍ତକ୍ଷେପ ପରେ ଅନଶନ ପ୍ରତ୍ୟାହୃତ

Sunil Chandra Nayak

ସମାଜସେବୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ 

Sunil Chandra Nayak

ବିଜୁ ସେତୁ ଉପଦେଷ୍ଟାଙ୍କ ବିଭିନ୍ନ ବ୍ରିଜ କାର୍ଯ୍ୟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!