ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ଢଙ୍ଗ ରେ ଜନ୍ମଦିନ ପାଳିଲେ ସମାଜସେବୀ ଦୁର୍ଗା ନାଏକ

ନିଆରା ଢଙ୍ଗ ରେ ଜନ୍ମଦିନ ପାଳିଲେ ସମାଜସେବୀ ଦୁର୍ଗା ନାଏକ

ଜୁନାଗଡ଼,୧୦/୯(ମନୀସ)-ସମାଜସେବୀ ତଥା ଆଇନ ଯିବି ଦୁର୍ଗା ପ୍ରସାଦ ନାଏକ ନିଜ ଜନ୍ମଦିନ ନିଜେ ପଢ଼ିଥିବା ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ପାଳନ କରିଛନ୍ତି। ଏହି ଅବସରରେ ପ୍ରତିବର୍ଷ ଭଳି ଗଣପତି ଚେରିଟେବଲ ଟ୍ରଷ୍ଟ ତରଫରୁ ସେ ଜୁନାଗଡ଼ ହାଇସ୍କୁଲରେ ୨୦୨୪-୨୫ ମସିହାର ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଭଉଣୀ ଆଦ୍ୟାସା ସାହୁଙ୍କୁ ଆର୍ଥିକ ସହାୟତା ଭାବେ ୧୦,୦୦୦ ଟଙ୍କା ଦାନ କରିଛନ୍ତି। ସେହିପରି ଖେଳପଡ଼ିଆ ଓ ପୁରୁଣା ଛାତ୍ର କାର୍ଯ୍ୟାଳୟ ମରାମତି ପାଇଁ ‘ପଞ୍ଚ ସଖା ଶିକ୍ଷାସେତୁ’ ଯୋଜନାକୁ ୧,୧୧,୦୦୦ ଏକ ଲକ୍ଷ ଏଗାର ଟଙ୍କା ଦାନ କରିଛନ୍ତି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଠା ବଣ୍ଟନ କରାଯାଇଥିଲା। ତାଙ୍କ ଜନ୍ମଦିନ ତାଲବନ୍ଧପଡ଼ା ୟୁପି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହର ସହ ପାଳନ ହୋଇଥିଲା। ଏହାସହ ତାଲବନ୍ଧପଡ଼ା ସ୍ଥିତ ସାବିତ୍ରୀ ବାଇ ଫୁଲେ ସ୍କୁଲର ଛୋଟ ଭାଇ ଭଉଣୀମାନଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ସ୍କୁଲଟି ତାଙ୍କ ପିତାଙ୍କ ଶ୍ରାଦ୍ଧ ଦିବସରେ ଉଦ୍ଘାଟିତ ହୋଇଥିଲା। ଶେଷରେ ସେ କଳାହାଣ୍ଡି ବଣିକ ସମାଜର ଜିଲ୍ଲା ସଭାପତି ଓ ଅନ୍ୟ ସଦସ୍ୟମାନଙ୍କ ସହ ମଧ୍ୟ ନିଜ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନରେ ମିଳିଥିବା ଭଲପାଇବା,ଆଶୀର୍ବାଦ,ଶୁଭେଚ୍ଛା ଓ ଅଭିନନ୍ଦନ ପାଇଁ ସେ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ହୋ ଗାଲାଙ୍ଗ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ସ୍ମୃତିରେଖା ପ୍ରଥମ

Sunil Chandra Nayak

ସେଲ୍ଫ ଫାଇନାନସିଂ ବିଜ୍ଞାନ ପାଠ୍ୟକ୍ରମର ଫି’ ଛାଡ ପାଇଁ ଦାବି  ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଲେ ଜୁନାଗଡ ର ଛାତ୍ରଛାତ୍ରୀ

Sunil Chandra Nayak

ସୁରପ୍ରତାପପୁର ଗାଁରେ ଟ୍ରାକ୍ଟର ଓଲଟି ୨ମୃତ ୪ଗୁରୁତର

Sunil Chandra Nayak

Leave a Comment

error: Content is protected !!