ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ରେ ଭାସି ଯାଇ ମହିଳା ମୃତ 

କେନାଲ ରେ ଭାସି ଯାଇ ମହିଳା ମୃତ 

ଆସିକା,୧୦/୯/୨୫ — ଧରାକୋଟ ଥାନା ଅନ୍ତର୍ଗତ ଜାନବିଲି ଗ୍ରାମର ଶଙ୍କର ବିଷୋୟୀ ଙ୍କ ସ୍ତ୍ରୀ ରୁନା ବିଷୋୟୀ 42 ବର୍ଷ ବୁଧବାର ଦିନ ସକାଳୁ ନିକଟସ୍ଥ ଋଷିକୂଲ୍ୟା କେନାଲକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଖସି ଯାଇ ଭାସି ଯାଇଥିଲେ । ଏହି ଘଟଣା ଜାଣିବା ପରେ ଘର ଲୋକେ ଧରାକୋଟ ଦମକଳ ବାହିନୀ କୁ ଖବର ଦେବାପରେ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ମୃତ ରୁନା ବିଷୋୟୀ ଙ୍କ ସମ୍ପର୍କୀୟ କେଶବ ବିଷୋୟୀ ଧରାକୋଟ ଥାନାରେ ଏତଲା ଦେବା ପରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ସମ୍ପର୍କରେ ଥାନାରେ 8/25 ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଡ଼ମ୍ଫର-ଟ୍ରକ ଧକ୍କା: ୪ ଗୁରୁତର

masiha

ଲୋକ ନାଥ ପୁର ଶାସନ ଠାରେ ଗୃହ କାର୍ଯ୍ୟ ନିର୍ମାଣ ଧିନ କାର୍ଯ୍ୟ ଚାଲୁ ଥିବା ସମୟ ରେ ଆଜକ୍ସ ଗାଡି ପଲଟି ମହିଳା ଶ୍ରମିକ ମୃତ୍ୟୁ ଜଣେ ଆହତ 

Sunil Chandra Nayak

କାଠଘରା ସରକାରୀ (ଏସ୍.ଏସ୍.ଡି) ଆଶ୍ରମ ବିଦ୍ୟାଳୟ ଠାରେ ପ୍ରଥମ ବାର୍ଷିକ ଉତ୍ସବ – ୨୦୨୪ ପାଳିତ ହୋଇଯାଇଛି

masiha

Leave a Comment

error: Content is protected !!