ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ରେ ଭାସି ଯାଇ ମହିଳା ମୃତ 

କେନାଲ ରେ ଭାସି ଯାଇ ମହିଳା ମୃତ 

ଆସିକା,୧୦/୯/୨୫ — ଧରାକୋଟ ଥାନା ଅନ୍ତର୍ଗତ ଜାନବିଲି ଗ୍ରାମର ଶଙ୍କର ବିଷୋୟୀ ଙ୍କ ସ୍ତ୍ରୀ ରୁନା ବିଷୋୟୀ 42 ବର୍ଷ ବୁଧବାର ଦିନ ସକାଳୁ ନିକଟସ୍ଥ ଋଷିକୂଲ୍ୟା କେନାଲକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଖସି ଯାଇ ଭାସି ଯାଇଥିଲେ । ଏହି ଘଟଣା ଜାଣିବା ପରେ ଘର ଲୋକେ ଧରାକୋଟ ଦମକଳ ବାହିନୀ କୁ ଖବର ଦେବାପରେ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ମୃତ ରୁନା ବିଷୋୟୀ ଙ୍କ ସମ୍ପର୍କୀୟ କେଶବ ବିଷୋୟୀ ଧରାକୋଟ ଥାନାରେ ଏତଲା ଦେବା ପରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ସମ୍ପର୍କରେ ଥାନାରେ 8/25 ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଦୁର୍ଘଟଣା ରେ ଗୁରୁତ୍ତର ଯୁବକଙ୍କ ମୃତ୍ୟୁ 

Sunil Chandra Nayak

ଥୁଆମୂଳ ରାମପୁର ବ୍ଲକ ସ୍ତରୀୟ ଆଇ.ସି.ଡ଼ି.ଏସ. ତାଲିମ ଶିବିର

Sunil Chandra Nayak

ଏମିତିବି ଆସେ ମୃତ୍ୟୁ, ସାଇକେଲରୁ ପଡିବାମାତ୍ରେ ସୁରଥ ପଧାନଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!