ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ ପିଲାଙ୍କ ସହାୟତା ଉପକରଣ ବଣ୍ଟନ 

ଦିବ୍ୟାଙ୍ଗ ପିଲାଙ୍କ ସହାୟତା ଉପକରଣ ବଣ୍ଟନ 

    ଡାବୁଗାଁ, ୧୧/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ପରିସରରେ ଦିବ୍ୟାଙ୍ଗ ପିଲାମାନଙ୍କ ନିମନ୍ତେ ସହାୟତା ଉପକରଣ ବଣ୍ଟନ ସହ ଡାକ୍ତରୀ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଭୁବନେଶ୍ଵର ଭାରତୀୟ କୁତ୍ରିମ ଅଙ୍ଗ ନିର୍ମାଣ ନିଗମ ଡା. ବିକ୍ରମ ମହାରଣା, ଡା. ଆକାଶ କୁମାର ରାଇ, ବୈଷୟିକ ସହାୟକ ମହାବୀର ସିଂ ଓ ଅମନ ଦ୍ଵିବେଦୀ ଯୋଗ ଦେଇ ଦିବ୍ୟାଙ୍ଗ ପିଲା ମାନଙ୍କ ଯାଞ୍ଚ କରିଥିଲେ | ପରେ ଦିବ୍ୟାଙ୍ଗ ପିଲାଙ୍କୁ ହୁଇଲଚେୟାର, ଟ୍ରାଇସାଇକେଲ, କାନ ଯନ୍ତ୍ର, କୁତ୍ରିମ ଅଙ୍ଗ, ଆଶାବାଡି, ସେନସର ବାଡି, ବେଲି କିଟ, ସିପି ଚେୟାର ଆଦି ବଣ୍ଟନ କରଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବୀଣା ମାଝି, ସମ୍ମାନୀତ ଅତିଥି ବ୍ଲକ ଶିକ୍ଷା ଅଧକାରୀ ରଶ୍ମିତା ନେତମ, ଗୋଷ୍ଠୀ ସମ୍ବଳ କର୍ମୀ ଛନ୍ଦା ଚରଣ ମେହେର ଓ ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ଓ ଅବିଭାବକ ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମ ଆଞ୍ଚଳିକ ସାଧନ ସଂଯୋଜକ ଗୁପ୍ତେ ପ୍ରସାଦ ନାଗ ପରିଚାଳନାକରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୃତକଙ୍କ ଘରେ ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇଲେ ସୁଖଦୁଃଖର ସାଥୀ ଅଶୋକ

masiha

ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ଜାତୀୟ ଚେତନାରେ ଉଦବୁଦ୍ଧ ଯୁବ ସଂଗଠକ : ଇଂ.ବିପ୍ର ରଞ୍ଜନ ନାୟକ

Sunil Chandra Nayak

Leave a Comment

error: Content is protected !!