ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ଜିଲ୍ଲାର ମାନ୍ୟବର ସାଂସଦ ଡ଼.ଭର୍ତ୍ତୃହରି ମହତାବଙ୍କ ୬୯ ତମ ଜନ୍ମ ଜୟନ୍ତୀ 

କଟକ ଜିଲ୍ଲାର ମାନ୍ୟବର ସାଂସଦ ଡ଼.ଭର୍ତ୍ତୃହରି ମହତାବଙ୍କ ୬୯ ତମ ଜନ୍ମ ଜୟନ୍ତୀ 

କଟକ : କଟକ ସଦର ୪୨ମୌଜା ବୁଦ୍ଧିଜୀବୀ ଓ ନାଗରିକ ମିଳିତ ମଞ୍ଚ ତରଫରୁ କଟକର ପ୍ରିୟ ସାଂସଦ ତଥା ପ୍ରଜାତନ୍ତ୍ରର ବରେଣ୍ୟ ସମ୍ପାଦକ ଡ଼.ଭର୍ତ୍ତୃହରି ମହତାବଙ୍କ ୬୯ ତମ ଜନ୍ମଦିବସ ଅବସରରେ ତାଙ୍କର ଦୀର୍ଘମୟ ଜୀବନ ଓ ସୁସ୍ଥ ସ୍ବାସ୍ଥ୍ୟ ନିମନ୍ତେ ପ୍ରଭୁ ଶ୍ରୀ ଶ୍ରୀ ନୀଳକଣ୍ଠ ନାଥଙ୍କ ନିକଟରେ ଦୀପଦାନ ଓ ସାମୁହିକ ପୂଜା ଅର୍ଜନା କରାଯାଇଥିଲା । ପରେ ଦେଉଳି ବାଲୁଙ୍କେଶ୍ବର,କଳପଡା କଦମ୍ବେଶ୍ୱର,ଆଇତଳଙ୍ଗ ସ୍ବପ୍ନେଶ୍ବର, ତଳ ବସନ୍ତକୁଣ୍ଡଳ ମା’ ବାଶେଳୀ,ପଟଣା ଜଗନ୍ନାଥ ମନ୍ଦିରରେ ଦୀପଦାନ କରାଯାଇଥିଲା । ଭର୍ତ୍ତୃହରି ମହତାବଙ୍କ ସରଳ, ନିଷ୍ଠାପର ଜୀବନ ଓ ବିନ ବିନମ୍ର ସ୍ବଭାବ ଆଜି ତାଙ୍କୁ କଟକ ଲୋକସଭା ମଣ୍ଡଳୀର ଜନତା ୭ ଥର ସାଂସଦ ଭାବେ ଲୋକସଭାକୁ ପଠାଇଛନ୍ତି । ସେହି ଜନତାଙ୍କ ଆଶା,ଭରଷା,ବିଶ୍ୱାସକୁ ଦୃଢ଼ ଦୃଢ଼ତାର ସହିତ ସେ ସଂସଦରେ କାର୍ଯ୍ୟ କରି ୫ ଥର ସାଂସଦ ରତ୍ନ ହୋଇଛନ୍ତି । କଟକ ଜିଲ୍ଲାର ଉନ୍ନତି ତାଙ୍କର ପରିକଳ୍ପନା ଅନନ୍ୟ ।ଏରଞ୍ଚଠାରେ ଥିବା ଗୋପବନ୍ଧୁ ପୌଢ଼ ନିବାସରେ ଥୁବା ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯିବା ସହିତ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ଇଂ. ମନମୋହନ ପତି ସଭାପତିତ୍ୱ କରିଥିଲେ । ଶୁକଦେବ ପଟ୍ଟନାୟକ, ପିୟୂଷ ପରିଡ଼ା,ରବିନ୍ଦ୍ର କୁମାର ସ୍ବାଇଁ ରବିନ୍ଦ୍ର ମହାନ୍ତି,ଜ୍ୟୋତିରଞ୍ଜନ ଦାସ, ବିଜୟ କୁମାର ରାଉତରାୟ, ୪୨ ମୌଜା ମଣ୍ଡଳ (ବି.ଜେ.ପି) ସଭାପତି ସୁଧାଂଶୁ କୁମାର ଦାସ, ପ୍ରିତିରଞ୍ଜନ ଖଟୁଆ,ସବିତା ଦାସ, ସୁମିତା ଦେବତା, ଶୁଭଶ୍ରୀ ସାସମଲ, ଦୀପକ କୁମାର ପତି,ଦେବୀ ପ୍ରସାଦ ପତି,ଦୁର୍ଗା ପ୍ରସାଦ ପତି,ବିକ୍ରମ କିଶୋର ପତି,ପ୍ରଫୁଲ୍ଲ ଭୋଇ, ମାଧବେନ୍ଦ୍ର ମହାନ୍ତି, ପୂର୍ଣଚନ୍ଦ୍ର ସାହୁ, ରବିନ୍ଦ୍ର ଦେବତା,ସହଦେବ ବେଉରା, ଚନ୍ଦନ ପ୍ରଧାନ,ପରମାନନ୍ଦ ଚୌଧୁରୀ, ନବଘନ ବେହେରା,ଚକ୍ରଧର ବେହେରା,ବିକ୍ରମ ମହାରଣା,ପବିତ୍ର ପ୍ରଧାନ,ସତ୍ୟରଂଜନ ମହାନ୍ତି, କିଶୋର ବାରିକ,ନିର୍ମଳ ସ୍ବାଇଁ, ଦିଲ୍ଲୀପ ବସ୍ତିଆ,ଚିତ୍ତରଂଜନ ବାରିକ, ମହେଶ୍ଵର ବେହେରା,ଅଜୟ କୁମାର ମହାପାତ୍ର,ଅସୀମ ଦାସ,ଅର୍ଜୁନ ବେହେରା,ପ୍ରଦୀପ ପଣ୍ଡା,ହେମନ୍ତ ନାୟକ,ବିକ୍ରମ ନାୟକ,ଚନ୍ଦ୍ରଶେଖର ନାୟକ,ସନ୍ତୋଷ ପତି ପ୍ରମୁଖ ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଲଗାଣ ବର୍ଷାରେ ଭାଙ୍ଗିଲା ଗୁମାବାହାଲ ର ଠେଲକୋ ସାଗର

masiha

ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ 

masiha

ସହିଦ୍ ଙ୍କୁ ମିଳୁନି ସମ୍ମାନ, କୋଷାଗୁମୁଡ଼ା ବିଡ଼ିଓ ଙ୍କ ପ୍ରକୋଷ୍ଠ ଅଳିଆଗଦା ରେ ସହିଦ୍ ଙ୍କ ଫଟୋ ର ଅସମ୍ମାନ

masiha

Leave a Comment

error: Content is protected !!