ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ସ୍ବଳ୍ପ ଦୃଷ୍ଟି ସମ୍ପନ୍ନ ୨୯ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ସ୍ବଳ୍ପ ଦୃଷ୍ଟି ସମ୍ପନ୍ନ ୨୯ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

 ମୟୂରଭଂଜ- ୧୨/୦୯ — ରାଇରଙ୍ଗପୁରରର କୁଚେଇବୁଢି ଗ୍ରାମସ୍ଥ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାଇଟ୍ ସେଭର୍ସ,ଇଣ୍ଡିଆ ଏବଂ ସମଗ୍ର ଶିକ୍ଷା ମିଳିତ ଆନୁକୁଲ୍ୟରେ ଆଜି ଶୁକ୍ରବାର ଦିନ ଵାମନଘାଟୀ ଉପଖଣ୍ଡର ୬ ଟି ବ୍ଳକ ଵିଜାତଳା,ରାଇରଙ୍ଗପୁର,କୁସୁମିତ ଯାମଦା, ବହଳଦା ଏବଂ ତିରିଂ ଅଞ୍ଚଳର ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା ରାସଗୋବିନ୍ଦପୁର ମହାତ୍ମାଗାନ୍ଧୀ ଚିକିତ୍ସାଳୟର ଅଭିଜ୍ଞ ଚକ୍ଷୁ ଚିକିତ୍ସକ ଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମୁର୍ମୁ,ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ,ଏବିଇଓ ହେମ ମାଝୀ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ମଣିଷର ଚକ୍ଷୁ ହେଉଛି ଅମୂଲ୍ୟ ସମ୍ପଦ । ଆଖି ନାହିଁ ଯାହାର,କେହି ନାହିଁ ତାହାର ।ତେଣୁ ଆଖିର ଯତ୍ନ,ଅସୁବିଧା ହେଲେ ଚକ୍ଷୁ ଡାକ୍ତରଙ୍କ ପାଖରେ ଚକ୍ଷୁ ପରୀକ୍ଷା କରିବା,ଔଷଧ ପକାଇବା ,ଆବଶ୍ୟକ ହେଲେ ଚକ୍ଷୁ ଉପକରଣ ବ୍ୟବହାର କରିବା ପାଇଁ ଉପସ୍ଥିତ ଅଭିଭାବକ,ଅଭାଭାବିକା, ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।ତଦସହ ଚକ୍ଷୁ ଉପକରଣର କାର୍ଯ୍ୟକାରିତା, ବ୍ୟବହାର,ଯତ୍ନ ଉପରେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଉଦେଶ୍ୟ ଚକ୍ଷୁ ପିଡିତ ଛାତ୍ରଛାତ୍ରୀ ଯେଭଳି ଚକ୍ଷୁ ସମସ୍ୟାରେ ପିଡିତ ହୋଇ ସ୍କୁଲ ନ ଆସନ୍ତି ।ସେଥିପ୍ରତି ଧ୍ୟାନ ଦେବା ଉଚିତ ।ସମସ୍ତେ ସ୍କୁଲ ଆସନ୍ତୁ ଶିକ୍ଷିତ ହୁଅନ୍ତୁ ଏବଂ ଆଗକୁ ବଢନ୍ତୁ ।ଏହି କାର୍ଯ୍ୟକ୍ରମରେ ୬ ଟି ବ୍ଳକର ୨୯ ଜଣ ଛତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।ଏହି କରଯ୍ଯକ୍ରମରେ ବିଭିନ୍ନ ବ୍ଳକର ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ଚନ୍ଦ୍ର ମହାପାତ୍ର,କିଶୋର କୁମାର ସାହୁ,ସୁଶାନ୍ତ କୁମାର ଷଣ୍ଢ,,ପ୍ରଶାନ୍ତ କୁମାର ଦାସ,ଦୟାନିଧି ଧନୀ,ସାଗରିକା ପଣ୍ଡା,ସତ୍ୟବାନ୍ ଗିରି,ସିଆରସିସି ରୁଦ୍ର ନାରାୟଣ ଗିରି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।ଅନ୍ତର୍ନିଵେଶୀ ସ୍ବେଛାସେବୀ ମାନେ ତୃଣମୂଳ ସ୍ତରରୁ ଶିବିର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପହଞ୍ଚାଇବାରେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

 ମୟୂୟଭଂଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡା ଉଚ୍ଚ ବିଦ୍ୟାପୀଠ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ସମାରୋହରେ ପାଳିତ

masiha

Renowned Lawyer Sai Prasad Felicitated on Completing 25 Years in Profession  

masiha

“ଭୟବିତ ବାଣୀ କାହାକୁ -ନିର୍ଦ୍ଧେଶକ” ମୁଖ୍ୟମନ୍ତ୍ରୀ ଆମୋ ଲୋକ-ଡ଼ିଡ଼ିସିଏ ସୋରେନ

masiha

Leave a Comment

error: Content is protected !!