ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇ-ପାଠାଗାର ଓ ବିଜ୍ଞାନାଗାରର ଅଭିମୁଖୀକରଣ କାର୍ଯ୍ୟକ୍ରମ

    ସ୍ଥାନୀୟ ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଇ-ପାଠାଗାର ଓ ବିଜ୍ଞାନାଗାରର ଅଭିମୁଖୀକରଣ କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର , ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ବେହେରା, ସମଗ୍ର ଶିକ୍ଷା ସଂଯୋଜକ ହେମନ୍ତ କୁମାର ଭୋଇ ଏବଂ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଳ ଶବର ଯୋଗଦେଇ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ବିଦ୍ୟାଳୟ ଗୁଡ଼ିକର ନିର୍ମାଣ କାର୍ଯ୍ୟ, ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ବିଦ୍ୟାଳୟର ଇ-ପାଠାଗାର ଓ ବିଜ୍ଞାନାଗାରର ବ୍ୟବହାର, ମଇ ଦୁଇ ତାରିଖରୁ ଜୁନ ମାସ ଚାରି ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ଏବଂ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ କୁମାର ସାହୁ ସଂଯୋଜନା କରିଥିବା ବେଳେ ସିନାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଅକ୍ଷୟ କୁମାର ରଥ, ଅଶୋକ କୁମାର ବେହେରା, ଗୌରୀ ଶଙ୍କର ଦୁବେ, ପ୍ରଶାନ୍ତ କୁମାର ପଣ୍ଡା, ସୁର ବିଜୟ କାନ୍ତ ତାଣ୍ଡି, ପ୍ରଭୁଦତ୍ତ ପୁରୋହିତ, ନିରଞ୍ଜନ ବିଶ୍ୱାଳ, ନୀଳିମାରାଣୀ ସାଗର, ରାଜଶ୍ରୀ ଦଣ୍ଡସେନା, ପୁଷ୍ପା ମହାପାତ୍ର, ରତନ ସିଂ ବାରିକ, ଶ୍ଯାମ ନାରାୟଣ ମୁଣ୍ଡ, ବୈଷ୍ଣବ ମେହେର, ଆଶିଷ କୁମାର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ଖଡ଼ିଆଳ, ସିନାପାଲି ଓ ବୋଡେନ ବ୍ଲକର ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

କଳାହାଣ୍ଡି ଶିକ୍ଷାଜୋନ ଶିକ୍ଷକ ପୁରସ୍କାର ପାଇଲେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା 

Sunil Chandra Nayak

ମ.ରାମପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ଶୋଭାଯାତ୍ରା ଓ ଗଣଧାରଣା

Sunil Chandra Nayak

Leave a Comment

error: Content is protected !!