ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ନେତୃତ୍ୱ ବିକାଶ ତାଲିମ୍ ଶିବିର ଉଦ୍‌ଘାଟିତ 

ଯୁବ ନେତୃତ୍ୱ ବିକାଶ ତାଲିମ୍ ଶିବିର ଉଦ୍‌ଘାଟିତ 

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ ବ୍ୟୁରୋ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରୟୋଜନାରେ ଏକ ତିନି ଦିନିଆ ସ୍ୱେଚ୍ଛାସେବୀ ନେତୃତ୍ୱ ବିକାଶ ତାଲିମ୍‌ କାର୍ଯ୍ୟକ୍ରମ ଡ. ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ସଭାପତିତ୍ୱ କରି ସ୍ୱେଚ୍ଛାସେବୀ ମାନଙ୍କୁ ଯଥାସମ୍ଭବ ନିଜର ସାମର୍ଥ୍ୟ ଅନୁସାରେ ଅନ୍ୟକୁ ସହଯୋଗର ହାତ ବଢ଼େଇ ନିଜକୁ ବ୍ରତି କରିବା ପାଇଁ ଆହ୍ୱାନ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଅତିରୀକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, କଳାହାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ୱେଚ୍ଛାସେବୀ ମାନଙ୍କୁ ଶୃଙ୍ଖଳିତ, ନିଷ୍ଠାବାନ ହେବା ସହିତ ସମାଜର ଜଣେ ଜଣେ ଆଦର୍ଶ ନାଗରିକ ହେବା ପାଇଁ ବକ୍ତବ୍ୟ ରଖିଥିଲେ | କର୍ଣ୍ଣେଲ ସୁନୀଲ କୁମାର, 13 ବାଟାଲିୟନ ଏନସିସି, ଓଡିଶା, ମେଜର ଡ. ଜୟଦେବ ସାହୁ, ଉପ କୁଳସଚିବ, ଶ୍ରୀ ପ୍ରିୟବ୍ରତ ବାଣୁଆ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, କଳାହାଣ୍ଡି, ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଜୟନ୍ତ ଦନସନା ସମାରୋହ ସଂଯୋଜନା କରିଥିବା ବେଳେ ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ଼. ରାଧାରାଣୀ ନାୟକ ଅତିଥିଙ୍କ ପରିଚୟ ପ୍ରଦାନ, ମିସ ରୋଜ ମେରି ରୋସ୍ମିତା ଏକ୍କା ସମ୍ବର୍ଦ୍ଧନା ପର୍ବର ସଂଯୋଜନା କରିଥିବା ବେଳେ ଡ଼. ଚିତ୍ତରଞ୍ଜନ ଖୁଣ୍ଟିଆ, ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୋଟ୍ 7 ଜଣ ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀମାନେ ସୁଶାନ୍ତ ସାହୁ, ଭୁପେନ ବେସ୍ରା, ସସ୍ମିତା ପ୍ରଧାନ, ଗଣପତି ବାଗ, ସନ୍ତୋଷ ପ୍ରଧାନ ଏବଂ କନକ ମଞ୍ଜରୀ ବେହେରା ପ୍ରମୁଖ ବିଭିନ୍ନ ମହାବିଦ୍ୟାଳୟରୁ ଯୋଗଦାନ କରିଥିଲେ । ଏହି ଶିବିରରେ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ କଳାହାଣ୍ଡି ଜିଲ୍ଲାରୁ 26ଟି ମହାବିଦ୍ୟାଳୟରୁ 110 ଜଣ ମୋଟ ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ନେଇ ତିନି ଦିନ ଧରି ଚାଲୁ ରହିବା ସହିତ 10 ଗୋଟି ବିଭିନ୍ନ ବିଷୟ ବସ୍ତୁକୁ ନେଇ 10 ଟି ଅଧିବେଶନ ସହିତ ପାଞ୍ଚ ଗୋଟି ବିଭାଗ ରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଶେଷରେ ଏନ୍ ଏସ୍ ଏସ୍ ଅଧିକାରୀ ଡ. ପ୍ରିୟ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।  

( ମ ନି ସ )

Related posts

ଚାରି ଦିବସୀୟ ଷଷ୍ଠ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଆରମ୍ଭ l ପ୍ରଥମ ଦିନ ରେ ନାଟକ”ନିଶା” ମଞ୍ଚସ୍ଥ

Sunil Chandra Nayak

ଦିତୀୟ ଦିବସରେ ବିହୂ ନୃତ୍ୟ ଏବଂ ସାଜ ଔର ଆଓ୍ବାଜ ସଂଗୀତ ମୂର୍ଚ୍ଛନା ରେ ଦୁଲୁକିଲା ବାମନଘାଟୀ ମହୋତ୍ସବ ମଂଚ

Sunil Chandra Nayak

ଜଣେ ଶ୍ୱାସରୋଗୀଙ୍କୁ ସାହାଯ୍ୟର ହାତ ବଢ଼େଇ ମାନବିକତାର ପରିଚୟ ଦେଲେ ବିଜେପି ଚଚା ମଣ୍ଡଳ ସଭାପତି 

masiha

Leave a Comment

error: Content is protected !!