ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟ୍ରିକ ପରିକ୍ଷାର୍ଥୀଙ୍କ ପ୍ରକାଶ ୨୦୨୬ କାର୍ଯ୍ୟକ୍ରମ ଆୟୋଜିତ

ମାଟ୍ରିକ ପରିକ୍ଷାର୍ଥୀଙ୍କ ପ୍ରକାଶ ୨୦୨୬ କାର୍ଯ୍ୟକ୍ରମ ଆୟୋଜିତ

 ନର୍ଲା: ନର୍ଲା ବ୍ଲକ ରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟାରେ ଏ-ୱାନ ଗ୍ରେଡ ହାସଲ ଓ ଉତ୍ତମ ପରୀକ୍ଷା ଫଳାଫଳ ପାଇଁ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ପ୍ରକାଶ-୨୦୨୬ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଆଜି ପଞ୍ଚାୟତ ସମିତି ନୋଡାଲ ହାଇସ୍କୁଲ, ନର୍ଲା ଠାରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତପିମଣି ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଥିଲେ ଓ ଆଗାମୀ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଓ ଉତ୍ତମ ଫଳାଫଳ ପାଇବା ପାଇଁ ବିଭିନ୍ନ ଉପାଦେୟ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ।ଏହି କର୍ମଶାଳାରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଚୟନିତ ୨୭ ଜଣ ଛାତ୍ରଛାତ୍ରୀ, ତାଙ୍କ ପିତାମାତା- ଅଭିଭାବକ, ବିଷୟ ଶିକ୍ଷକ ଓ ସମସ୍ତ ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ କୁମାର ପାଢୀ ଓ ଜିଲ୍ଲା ସାଧନ କର୍ମୀ ଶ୍ୱେତାଲିନ ପଧାନ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଡେମୋ କ୍ଲାସ କରିବା ସହ ପିଲାଙ୍କର ଶୈକ୍ଷିକ ବିକାଶ ରେ ସମସ୍ତଙ୍କର ଭୂମିକା ବିଷୟରେ ଆଲୋଚନା କରି ଥିଲେ । ଦ୍ଵିତୀୟ ଅଧିବେଶନ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜାନୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ମାଝୀ ସ୍କୁଲୱାରି ରିଜଲ୍ଡର ବିଶ୍ଳେଷଣ ଓ ଉନ୍ନତ ଯୋଜନା ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅତିତିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁସ୍ମିତା ସୁନମୁଦି ପରିଚାଳନା କରି ଥିଲେ । 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

masiha

ଗୁଣୁପୁର ଆଦର୍ଶ ଥାନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ରାଉରକେଲା ଗୁରୁଦ୍ଵାର ପକ୍ଷରୁ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ

Sunil Chandra Nayak

Leave a Comment

error: Content is protected !!