ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମହାବିଦ୍ୟାଳୟ,ଢେଙ୍କାନାଳରେ ଦିଗ୍ ବିଜୟ ଦିବସରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖାର ପ୍ରଥମ ଉଦ୍ ବୋଧନୀ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ   

ମହିଳା ମହାବିଦ୍ୟାଳୟ,ଢେଙ୍କାନାଳରେ ଦିଗ୍ ବିଜୟ ଦିବସରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖାର ପ୍ରଥମ ଉଦ୍ ବୋଧନୀ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ   

ଢେଙ୍କାନାଳ : ତା.୧୪.୦୯.୨୦୨୫ ରିଖ:  ନିକଟରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ,ଢେଙ୍କାନାଳ ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଯୁବ ଶାଖାର ମିଳିତ ଆନୁକୂଲ୍ୟରେ ଦିବା ୧୦ ଘଟିକା ସମୟରେ ଦିଗ୍ ବିଜୟ ଦିବସରେ ପ୍ରଥମ ଉଦ୍ ବୋଧନୀ କାର୍ଯ୍ୟକ୍ରମ -୨୦୨୫ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଜ୍ୟ ସାହିତ୍ଯାଲୋକ ପ୍ରମୁଖ ଶଙ୍କର୍ଷଣ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ତଥା ଉଦ୍ ଘାଟିକା ଭାବରେ ଢେଙ୍କାନାଳ ମହିଳା ମହା ବିଦ୍ୟାଳୟର ଅଧ୍ଯକ୍ଷା ଡକ୍ଟର ଶକୁନ୍ତଳା ଜେନା ଉପସ୍ଥିତ ହୋଇ ବହୁତ ଖୁସି ବ୍ଯକ୍ତ କରିବା ସହିତ ଆଜି ପବିତ୍ର ବିଶ୍ୱ ଭାତୣତ୍ୱ ଦିବସରେ ବିଶ୍ୱ ବିଜୟୀ ବିବେକାନନ୍ଦଙ୍କ ବାଣୀକୁ ଆଧାର କରି ବ୍ଯକ୍ତି ବିଶେଷ ଙ୍କୁ ନେଇ ସମାଜର ସୣଷ୍ଟି,ତୁମର ଚେତନା ଶକ୍ତିକୁ ଜାଗ୍ରତ କରିବା ହିଁ ଉଦ୍ ବୋଧନୀ ବୋଲି ମତ ରଖିବା ସଙ୍ଗେ ସଙ୍ଗେ ସମାଜ କଲ୍ୟାଣରେ ଯୁବପିଢିଙ୍କ ନିର୍ଭିକତା ଓ ଶାରୀରିକ ଓ ମାନସିକ ସ୍ତରରେ ଶକ୍ତିଶାଳୀ ହେବା ପାଇଁ ପ୍ରେରଣା ଦେଇଥିଲେ।ଏ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ଆଜୀବନ ସଦସ୍ୟ ଡକ୍ଟର ଭବାନୀ ଶଙ୍କର ମିଶ୍ର ମୁଖ୍ୟବକ୍ତା ଭାବରେ ଦୀର୍ଘ ସମୟ ଧରି ବକ୍ତବ୍ୟ ଦେଇ ସମବେତ ଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଥିଲେ ସବୁ ଧର୍ମ ର ମୂଳ ତତ୍ତ୍ୱ ସମାନ,ମହାଭାରତୀୟ ଭାବନା ଅବିନଶ୍ୱର ବିଶ୍ୱପ୍ରେମର ଚେତନା,ମଣିଷ ହୋଇ ମଣିଷକୁ ଭଲ ପାଅ,ସମସ୍ତଙ୍କୁ ଭଲ ପାଇବା ହେଉଛି ଧର୍ମ,ଆଉ ଏହି ଧର୍ମ ଏକ ପଥ,ନିଜ ଜୀବନକୁ ଈଶ୍ୱରୀୟ ଭାବନା ସହ ଦେଶପ୍ରେମରେ ଉଦ୍ ବୁଧ କର।ବିବେକାନନ୍ଦଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଆଗାମୀ ଭବିଷ୍ୟତ ନିର୍ମାଣ ପାଇଁ ଆଗେଇ ଆସିବାକୁ ଉଦବୋଧନ ଦେଇଥିଲେ।ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ଯକ୍ଷା ଡକ୍ଟର ସୁସନ୍ଧ୍ଯା ମହାନ୍ତି କହିଥିଲେ ଯାହା ସ୍ୱପ୍ନ ଦେଖିବ ତାକୁ ସାକାର କରିବାକୁ ଚେଷ୍ଟା କରିବ,ଦମ୍ଭର ସହିତ ଚାଲିବ,ନ କାରାତ୍ମକ ଭାବନାକୁ ସକାରାତ୍ମକରେ ପରିଣତ କରି ନିଜ ଉପରେ ବିଶ୍ୱାସ ରଖ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ଜିଲ୍ଲା ଉଦ୍ ବୋଧନୀ ପ୍ରମୁଖ ଢେଙ୍କାନାଳ ସାନ୍ଧ୍ୟ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସମୀର କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ।ଛାତ୍ରୀ ଅମ୍ବିକା ପ୍ରିୟଦର୍ଶିନୀ ସାହୁଙ୍କ ମନ୍ତ୍ର ପାଠ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ଅବସରପ୍ରାପ୍ତ ବ୍ଯାଙ୍କ ଅଧିକାରୀ ତଥା ଆଜୀବନ ସଦସ୍ୟା ନିର୍ମଳା ମହାପାତ୍ର ସ୍ୱଦେଶ ମନ୍ତ୍ର ପାଠ କରିଥିଲେ।ସଭାପତି ଶଙ୍କର୍ଷଣ ଶତପଥୀ ଦୈନିକ ଗୀତା ପାଠ କରି ଆତ୍ମ ବିଶ୍ୱାସ ଜାଗ୍ରତ କରିବାକୁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଜିଲ୍ଲା ଯୁବ ସଂସଦ ପ୍ରମୁଖ ଅଧ୍ୟାପକ ବିଜୟ କୁମାର ସାହୁ ପ୍ରଭାବୀ ଢଙ୍ଗରେ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀ ଅମ୍ବିକା ପ୍ରିୟଦର୍ଶିନୀ ଓ ଜସ୍ମିନ ବନ୍ଦେ ମାତରଂ ଗାନ କରିଥିଲେ। ଜିଲ୍ଲା ସମ୍ପାଦକ ପଣ୍ଡିତ ବିପିନ ବିହାରୀ ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ,କାର୍ଯ୍ୟଶୈଳୀ ତଥା ସର୍ବୋପରି ଦିଗ ବିଜୟ ଦିବସ ଉପଲକ୍ଷେ ମହାବିଦ୍ୟାଳୟରେ ହୋଇଥିବା 9ଓ ତର୍କ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଆଜୀବନ ସଦସ୍ୟ ବୈକୁଣ୍ଠ ବିହାରୀ ସ୍ୱାଇଁ,ଡକ୍ଟର ଦେବୀ ପ୍ରସାଦ ମିଶ୍ର,ଡ ପ୍ରମୋଦ ନାୟକ,ଡ.କବିତା ମହାନ୍ତି,ପ୍ରଭାତ ନଳିନୀ ଦାସ ଅଧ୍ୟାପିକା ଡ. ସୁନନ୍ଦା ମହାନ୍ତି ଓ ସୁନିତା ମିଶ୍ର, ସମସ୍ତ ଅଧ୍ୟାପିକା,ଅଧ୍ୟାପକ, ସମସ୍ତ ଛାତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ମହାବିଦ୍ୟାଳୟ / ବିଶ୍ବବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଅଖିଳ ଭାରତୀୟ ଛାତ୍ର ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ମିଳିତ ଭାବେ ଗଣେଷ ପୂଜା ଭଷାଣ ପାଇଁ ନିଷ୍ପତି

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ “ଆୟୁଷ୍ମାନ ଭବ” : ଜିଲ୍ଲା ସ୍ତରୀୟ ଉନ୍ମୋଚନ ବୈଠକ

masiha

Leave a Comment

error: Content is protected !!