ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଭାବିନୀ ଭାବନା

ଭାବିନୀ ଭାବନା

ଅସ୍ତରାଗର ପୂର୍ବାଭାସରେ

    ଗୋଳା ଗୋଧୂଳିର ଛାଇ

ମନେପଡି ପ୍ରିୟା ବିରହ ମୂର୍ଚ୍ଛନା

    ହୃଦୟ ଦେଉଛି ଦହି ।

ଚପଳ ନଈର ଚହଲା ପାଣିକୁ

     ଫିଙ୍ଗୁଥିବ ହେମଦେହୀ

ଅଳସୀ କନ୍ୟାର କାଖରେ କଳସୀ

    ପାଣି ଆଣିବାର ଛଇ ।

ଅଧା ଓଢ଼ଣାରେ ଉଚ୍ଛୁଳୁ ଥିବ ତା

   ଅଧରେ ମଧୁର ମଧୁ

ରୂପା ତାରକାର ତାରକସି ଟିଏ

    ଇନ୍ଦୁ ପୁନେଇର ଇନ୍ଦୁ।

ଚଉରା ମୂଳରେ ଚାରୁ ଚନ୍ଦ୍ରା

ନନୀ

    ସଂଜ ଦିପାଳୀ ଜାଳି

ପ୍ରଣତୀ ଢାଳିବ ପ୍ରାଣ ଆକୁଳରେ

    ହେଉଥିବ ନିଉଛାଳି ।

ଅଟକି ଥିବଟି ଫଗୁଣ ସେଇଠି

    ରାଗେ ଜଳୁଥିବ ଜହ୍ନ

ମାଡି ଆସୁଥିବ ମାୟାବିନୀ ରାତି

    କମ୍ପୁ ଥିବ ତନୁ ମନ ।

ରଙ୍ଗ ରସିଆ ମୁଁ ପରଦେଶିଆ ଗୋ !

     ଜିଉଁଛି ମୁଁ ଜଳି ଜଳି

କାନ୍ଦୁଥିବ ତୁମକୁଆଁରୀ କାମନା

    ମୋ କଥା ଭାଳି ଭାଳି । .

 

 
 କାଙ୍ଗାଳୀଚରଣ ସେଠୀ

        ଯାଜପୁର 

Related posts

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳ ଚଞ୍ଚଳ ଢେ଼ଙ୍କାନାଳ

Sunil Chandra Nayak

ବିଦ୍ୟୁତ ବିଲ୍ ବକେୟା ଯୋଗୁଁ ଲଇତରାରେ ପାନୀୟ ଜଳ ଯୋଗାଣ ବନ୍ଦ

Sunil Chandra Nayak

Leave a Comment

error: Content is protected !!