ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ସେବା ସମିତି ପକ୍ଷରୁ ଶିକ୍ଷାନୁଷ୍ଠାନ ମାନଙ୍କରେ ବୃକ୍ଷ ରୋପଣ 

ଜଗନ୍ନାଥ ସେବା ସମିତି ପକ୍ଷରୁ ଶିକ୍ଷାନୁଷ୍ଠାନ ମାନଙ୍କରେ ବୃକ୍ଷ ରୋପଣ 

ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମ ଦିବସ ଅବସରରେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଙ୍କ ନେତୃତ୍ଵରେ ରାଜ୍ଯରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ୭୫ ଲକ୍ଷ ଚାରାରୋପଣ କରାଯିବ।

ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ଧର୍ମଗଡ ବ୍ଲକ ଅନ୍ତର୍ଗତ ବଗାଡ, ଇଚ୍ଛାପୁର, ବୋଡ଼େନ ଗ୍ରାମର ଶିକ୍ଷାନୁଷ୍ଠାନ ମାନଙ୍କରେ ବୃକ୍ଷ ରୋପଣ କରାଯାଇଥିଲା।

ଏହି ଅବସରରେ ବୋଡ଼େନ ସାର୍ବଜନୀନ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ହୁକୁମ ଚାନ୍ଦ ନିଆଲ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବର୍ଷି ଜାଲ, ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶାନ୍ତନୁ କୁମାର ମିଶ୍ର,ଧର୍ମଗଡ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ବିଶ୍ୱଜିତ ବେହେରା ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ବଗାଡ ଗ୍ରାମର ଜୈନିକ ଗରିବ ପିଲାକୁ ଜଗନ୍ନାଥ ସେବା ସମିତି ପକ୍ଷରୁ ଦୁଇହଳ ପୋଷାକ ପ୍ରଦାନ କରାଯାଇଥିଲା।

ଆଗାମୀ ଦିନରେ ଆହୁରି ବୃକ୍ଷ ରୋପଣ କରି ଏକ୍ ପେଡ୍ ମା’ କେ ନାମ୍ ୨.୦’ଏହି ଅଭିଯାନରେ ସାମିଲ ହେବା ସହ ପରିବେଶ ସୁରକ୍ଷା ପାଇଁ ନିଜର ମୂଲ୍ୟବାନ ସମୟ ଦେବା ପାଇଁ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମସ୍ତଙ୍କୁ ଆହ୍ବାନ କରିଥଲେ।

ଧର୍ମଗଡ ବ୍ଲକ ରେ ଥିବା ସ୍କୁଲ ଗୁଡ଼ିକରେ ବୃକ୍ଷ ରୋପଣ କରାଯିବା ସହ ଶିକ୍ଷାନୁଷ୍ଠାନ ଗୁଡିକ ର ଭିତ୍ତିଭୂମି ଉନ୍ନତ କରାଯିବା ଓ ଶିକ୍ଷାନୁଷ୍ଠାନର ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ବିଷୟ ସଂପର୍କରେ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ଠିକାଦାର ପ୍ରତି ବିମୁଖ ଆଉଟସୋର୍ସିଂ କର୍ମଚାରୀ ବ୍ୟାଙ୍କ ନିୟନ୍ତ୍ରଣରେ କର୍ମନିଯୁକ୍ତି ପାଇଁ ଦାବି

masiha

ପୁରୁଣାପଡ଼ା ଶ୍ମଶାନ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ

କାମାକ୍ଷାନଗର ଉପଖଣ୍ଡର ଆଦିବାସୀ ବସ୍ତିରେ ମାଗେ ପର୍ବ ପାଳିତ

Sunil Chandra Nayak

Leave a Comment

error: Content is protected !!