ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଙ୍ଗା ପୋଲ ସାଜିଛି ବାଧକ ! ଆମ୍ବୁଲାନ୍ସରେ ଯିବା ପାଇଁ ରୁଆଁସି ଗ୍ରାମ ଉପରେ ନିର୍ଭର କରୁଛନ୍ତି ସୁରିଆଗଡା ଗ୍ରାମବାସୀ 

ଭଙ୍ଗା ପୋଲ ସାଜିଛି ବାଧକ ! ଆମ୍ବୁଲାନ୍ସରେ ଯିବା ପାଇଁ ରୁଆଁସି ଗ୍ରାମ ଉପରେ ନିର୍ଭର କରୁଛନ୍ତି ସୁରିଆଗଡା ଗ୍ରାମବାସୀ 

 ମୟୂରଭଂଜ – ୧୪/୯  —  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସୁରିଆଗୋଡ଼ା ଗାଁ ମୁଣ୍ଡରୁ ରୁଆଁସି ସଂଯୋଗ ହେଉଥିବା , ସୁରିଆ ଗୋଡ଼ା ଗାଁ ମୁଣ୍ଡରେ ଥିବା ପୋଲ ଲଗାଣ ବର୍ଷା ରେ ଭଙ୍ଗିଯିବା ଫଳରେ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦୈନିକ ଯିବା ଆସିବା କରୁଥିବାବେଳେ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି l ଲଗାଣବର୍ଷା ଯୋଗୁଁ ପୋଲଟି ସମ୍ପୂର୍ଣ ଭାଙ୍ଗିଯିବା ଫଳରେ ଅଞ୍ଚଳବାସୀ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।ଏହି ପୋଲ ଭାଙ୍ଗି ୨ ମାସ ହେଲା ସରକାର ବାବୁ ମାନେ ଦୃଷ୍ଟି ଦେଉନାହାନ୍ତି l ସୁରିଆଗୋଡା ଗ୍ରାମବାସୀ ଆମ୍ବୁଲାନ୍ସ ପାଇଁ ରୁଆସି ଗାଁ କୁ ଯିବାକୁ ପଡୁଛି l ଭଙ୍ଗା ପୋଲ ଯୋଗୁଁ ଆମ୍ବୁଲାନ୍ସ ଯାଇପାରୁନି lତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଦୁନ୍ଦେଲମାଲ ଠାରେ ନୂତନ ପେକ୍ସ ଉଦଘାଟିତ

Sunil Chandra Nayak

ଜଟାବାଲ ରେ ହିନ୍ଦୁ ମହାସଂଘ ପ୍ରତିଷ୍ଠା ସପ୍ତାହ ପାଳିତ

Sunil Chandra Nayak

୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଆସନ୍ତା ୧୪ରେ….

masiha

Leave a Comment

error: Content is protected !!