ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତଃ ବିଦ୍ୟାଳୟ ବୈ।ଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ

ଆନ୍ତଃ ବିଦ୍ୟାଳୟ ବୈ।ଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା: ଭାରତ ବିକାଶ ପରିଷଦ, ରାଉରକେଲା ଶାଖା ତରଫରୁ ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ଠାରେ ଭାରତ କୋ ଜାନୋ ଆନ୍ତଃ ବିଦ୍ୟାଳୟ ବୈ।ଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସହରର ୨୪ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ କନିଷ୍ଠ ବିଭାଗ ଓ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବିଭାଗ କରାଯାଇ ପ୍ରତିଯୋଗିତା କରାଯାଇଥିଲା। କବିତା ମାହାତୋ ଙ୍କ ସଂଯୋଜନା ଓ ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ସନାତନ ପ୍ରଧାନ, ନୀରିକ୍ଷକ ଭାବେ ଡାକ୍ତର ଆର ସି ମେହେର, ସ୍ବତନ୍ତ୍ର ଅତିଥି ଭାବେ ସ୍କୁଲର ଅଧ୍ୟକ୍ଷ ଏଲ୍ ଏନ୍ ପ୍ରଧାନ ଓ ଉପାଧ୍ୟକ୍ଷ ବିଜୟ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାର କନିଷ୍ଠ ବିଭାଗରେ ଚିନ୍ମୟ ବିଦ୍ୟାଳୟର ସୀତାଂଶୁ ଶେଖର ସ୍ବାଇଁ,ଚିରାଗ ମହନ୍ତ ପ୍ରଥମ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ମେଘନା ପତି ଓ ମୃଣାଳ ମହାନ୍ତି ଦ୍ବିତୀୟ ତଥା ଡିଏଭି ପବ୍ଲିକ ସ୍କୁଲର ସମୀକ୍ଷା ପାତ୍ର ଓ ଅଂଶ ଆଚାର୍ଯ୍ୟ ତୃତୀୟ ସ୍ଥାନ, ସେହିପରି ବରିଷ୍ଠ ବିଭାଗରେ ଚିନ୍ମୟ ବିଦ୍ୟାଳୟର ସାଇ ସୋହମ ପାଲ,ଅସ୍ମିତ ଅନୁଭବ ପାଣି ପ୍ରଥମ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଲଗ୍ନଜିତ ପଣ୍ଡା ଓ ଆର୍ଯ୍ୟାନ୍ ପଟ୍ଟନାୟକ ଦ୍ବିତୀୟ ତଥା ଡିଏଭି ପବ୍ଲିକ ସ୍କୁଲର ନିଧି ସୈ।ମ୍ୟ ଓ ସଙ୍କେତ ପତି ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ପରିଷଦର ସମ୍ପାଦିକା ବନ୍ଦିତା ମାହାତୋ, କୋଷାଧ୍ୟକ୍ଷ ଅସୀମ ଗୁପ୍ତା, ମଧୁସୂଦନ ମହାପାତ୍ର, ଶିବପ୍ରସାଦ ତ୍ରିପାଠୀ, ଜିତେନ୍ଦ୍ର ପ୍ରସାଦ,ଅନୁପମ ଗୁପ୍ତା, ସୁକୃତୀ ଶୁକ୍ଳା,ଶାଲେନ୍ଦ୍ର ସିଂ, ବିଷ୍ଣୁ ଅଗ୍ରୱାଲ,ରବି ଦାସ, ପ୍ରାଞ୍ଜଳୀ ନାଗ,ଅଞ୍ଜୁ କକ୍କଡ,ମଞ୍ଜୁ ମେହେର, ବବିତା ଶୁକ୍ଳା, ସ୍ନେହଲତା ପାତ୍ର,ମାନା ନାୟାର ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅବସର ନେଲେ ବୃନ୍ଦାବନ 

masiha

୧- ରଗଡ଼ି ସାହି ନିକଟରେ ବୋମା ପଡ଼ିବା ଘଟଣା ସାହି ମହିଳାଙ୍କ ଟାଉନ ଥାନା ଘେରାଉ,୨- ସାଙ୍କୁଲେଇ ଗ୍ରାମପଞ୍ଚାୟତ ଆସବା ପାଇବାରୁ ବଞ୍ଚିତ ହିତାଧିକାରୀ ସଦର ବ୍ଲକ ଦ୍ବାରସ୍ଥ, ୩- -ବର୍ଷୀୟାନ୍‌ ପାଲା ଗାୟକ,କେନ୍ଦ୍ର ସଂଗୀତ ନାଟକ ଅକାଦେମୀ ପୁରସ୍କାରପ୍ରାପ୍ତ ସଂସ୍କୃତି ସାଧକ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ବିୟୋଗରେ ଶୋକ ,୪- ପୋଖରୀରେ ବୁଡି ଯୁବକ ମୃତ ,୫- ଘର କାନ୍ଥ ପଡ଼ି ଅଳ୍ପକେ ବର୍ଷିଲେ ପରିବାର

Sunil Chandra Nayak

ଭତ୍ତା ବାଣ୍ଟିଲେ ସରପଞ୍ଚ ଦାୟିତ୍ୱରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ

Sunil Chandra Nayak

Leave a Comment

error: Content is protected !!