ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁଙ୍ଗଟା ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସହିତ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

ରୁଙ୍ଗଟା ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସହିତ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

କୋଇଡା ମାଇନିଂ ସେକଟର ଅନ୍ତର୍ଗତ ଓରାଘାଟ ଖଣି ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ରୁଗୁଡି ପାର୍କିଙ୍ଗ ପ୍ଲାଜ଼ା ନିକଟରେ ଫଳଗଛ ଚାରା ରୋପଣ କରାଯାଇଛି.17.09.25 ରିଖ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି. ଆହୁରି ମଧ୍ୟ ବ୍ୟାପକ ମାତ୍ରରେ ଚାରା ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି.ଏବଂ ଲୋକମାନଙ୍କୁ ଗଛ ଲଗାଇବା ପାଇଁ ସଚେତନ କରାଯାଇଥିଲା ଆହୁରି ମଧ୍ୟ ଆଇ. ବି. ଏମ. ଙ୍କ ନିର୍ଦ୍ଧେଶରେ ଏବଂ ଓରାଘାଟ ଲୌହ ଖଣି ର ସମସ୍ତ କର୍ମଚାରୀଙ୍କ ସହଯୋଗରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ଖଣିର ସମସ୍ତ ଭିଭାଗୀୟ ଓ ଠିକା ଶ୍ରମିକ ମାନଙ୍କ ଦ୍ୱାରା ସ୍ୱଚ୍ଛତା ଶପଥ ଗ୍ରହଣ କରାଯାଇଥିଲା ଖଣି ପରିଚାଳକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପ୍ରଧାନ ଶପଥ ପାଠ କରାଇଥିଲେ. ଓ ଏହି ସମସ୍ତ କାର୍ଯ୍ୟକ୍ରମ ଖଣି ପରିଚାଳକଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ କରାଯାଇଛି.,ସି ଏସ ଆର ବିଭାଗର ମୁଖ୍ୟ ଡ. ଅଞ୍ଜନ କୁମାର ଲେଙ୍କା ଗଛ ଲଗାଇବାର ମହତ୍ୱ ଓ ସ୍ୱଛତା ହିଁ ସେବା ସମ୍ଭନ୍ଧରେ ସମସ୍ତଙ୍କୁ ସଚେତନ କରାଇଥିଲେ.ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଅକଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିବ. ଏହି ପକ୍ଷରେ ନିକଟସ୍ଥ ବିଦ୍ୟାଳୟ ଗୁଡିକରେ ସ୍ୱଚ୍ଛତା ସମ୍ବନ୍ଧିତ ପ୍ରବନ୍ଧ,କୁଇଚି, ଡିବେଟେ, ଚିତ୍ରାଙ୍କନ ଆଦି କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୁଷ୍ଟି କlରାଯିବ ଓ ପୁରସ୍କାର ପ୍ରଦାନ କରାଯିବ.ଏବଂ ଖଣିର ସମସ୍ତ ଜାଗାରେ ସଫେଇ କାର୍ଯ୍ୟକୁ ବ୍ୟାପକ କରାଯାଇ ହାଇ ଜିନିକ କିଟ ବଣ୍ଟନ କରାଯିବ. ଏବଂ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ପୁରସ୍କାର ବିତରଣ କରିବାର କାର୍ଯ୍ୟକ୍ରମ ରହିଛି. ଏହି କାର୍ଯ୍ୟକର୍ମରେ ଓରାଘାଟ ଖଣି ତରଫରୁ ଶ୍ରୀଯୁକ୍ତ ପ୍ରକାଶ କୁମାର, ରଞ୍ଜନ କୁମାର ପାଣି, ବିଦ୍ୟାଧର ସାହୁ, ସତ୍ୟଜିତ ମହାପାତ୍ର, ବିଶ୍ୱରଂଜନ ବେହେରା, ସମୀରଞ୍ଜନ ଦାସ,ଡ଼ି ଏସ. ଦିନକର, ବନମାଳୀ ମହାନ୍ତ,ରାମେଶ୍ୱର ପାଇକରାୟ, ବି.ଏନ. ପଣ୍ଡା, ବିଶ୍ୱଜିତ ଚକ୍ବବର୍ତ୍ତ୍ତି, ନିତ୍ୟାନନ୍ଦ ଭାସ୍କର, ବସନ୍ତ କୁମାର ମହାପାତ୍ର, ଲିଟୁନ କୁମାର ପାତ୍ର,ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ. ଏବଂ ସୁରକ୍ଷା କର୍ମଚାରୀ ଓ ମିଡ଼ିଆ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।

ସୀତା ରାମ ଦୀକ୍ଷିତ ଙ୍କ ରିପୋର୍ଟ୍.

Related posts

୧୩୦ ଦିନ ହେଲା ବର୍ଷା ନାହିଁ , ଦେଖାଦେଇଛି ବନାଗ୍ନି ଭୟ

Sunil Chandra Nayak

କଳାହାଣ୍ଡି ଡମ୍ବ ସମାଜ ପକ୍ଷରୁ 5T ସଚିବ ଭୁବନେଶ୍ୱରଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ

masiha

ପାୟଲ ର ୩୭ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ

masiha

Leave a Comment

error: Content is protected !!