ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ରେ ବିଜୁ ଜନତା ଦଳର ବୈଠକ

ଧର୍ମଗଡ ରେ ବିଜୁ ଜନତା ଦଳର ବୈଠକ

କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଆଜି ବିଜେଡି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ବର୍ଗତ ଗୌର ଛତ୍ରିଆ ଙ୍କ ଉଦ୍ଦେଶ୍ୟ ରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜେଡି କୁ କେମିତି ତୃଣମୂଳ ସ୍ତରରେ ମଜବୁତ କରାଯିବ ସେନେଇ କର୍ଣ୍ଣମନ୍ତ୍ର ଦେଇଥିଲେ। ଏହି ଅବସରରେ ବିଜୁ ଜନତା ଦଳର ନବ ନିର୍ବାଚିତ ଧର୍ମଗଡ ବ୍ଲକ ସଭାପତି ଡାକେଶ୍ୱର ଲହଜଲ ଏବଂ ନଗର ସଭାପତି ମଦନ ନାଏକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଜୋନ ୧ ସଭ୍ୟ ଗୋପୀନାଥ ମହାନନ୍ଦ, ଜୋନ ୨ ଜିଲ୍ଲାପରିଷଦ ସଭ୍ୟ ପ୍ରଣବ ପ୍ରକାଶ ଭଇସାଲ, ଜୋନ ୩ ଜିଲ୍ଲାପରିଷଦ ସଭ୍ୟ ଶଙ୍କର ଜୁଏଡ଼, ପୂର୍ବତନ ନଗରପାଳ ସୁଶ୍ରୀ ହୀରା ବାଗ, ଜିଲ୍ଲା ଉପସଭାପତି ଥବିର ପ୍ରସାଦ ସାହୁ, ସମ୍ପାଦକ ପ୍ରଶାନ୍ତ ତିୱାରୀ, ଖିରୋଦ ବାଗ,ନାରୀ ନେତ୍ରୀ କଲ୍ୟାଣୀ ନାଏକ, ମିଥିଳା ପୁଞ୍ଜି, ମମତା ଗୋପାଳ , ଯୁବ ସଭାପତି ଲିପୁ ମହାନ୍ତି, ଯୋଗିନ୍ଦ୍ର ସାହୁ, ସଞ୍ଜୀବ ପଣ୍ଡା, ସନ୍ତୋଷ ପାଢ଼ୀ, ଲବଣୀ ଯାଦବ ସମେତ ସମସ୍ତ କାଉନସିଲର,ପଞ୍ଚାୟତ ସଭାପତି ସମେତ ଅନେକ ବିଜେଡି କାର୍ଯ୍ୟକର୍ତା ଯୋଗଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆସୁଛନ୍ତି ନଡ୍ଡା

Sunil Chandra Nayak

କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ 

Sunil Chandra Nayak

ଜଣାଶୁଣା ଚେହେରା ତଥା ପୂର୍ବତନ ସରକାରୀ କର୍ମଚାରୀ ଶ୍ରୀ ସୁରେଶ ସାସ୍ତ୍ରୀ ଭାରତୀୟ ଜନତା ପାର୍ଟି ହେଲେ ସାମିଲ 

masiha

Leave a Comment

error: Content is protected !!