ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

ରାଉରକେଲା : ସେକ୍ଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଠାରେ ହିନ୍ଦୀ ଦିବସ ପାଳନ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ବିଶ୍ୱନାଥ ଆଇଚ୍,ଅରୁପ କୁମାର ସୁବୁଦ୍ଧି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ହିନ୍ଦୀ ଦିବସ ପାଳନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ହିନ୍ଦୀ ରାଷ୍ଟ୍ରୀୟ ଏକତାର ଭାଷା, ହିନ୍ଦୀ କିପରି ରାଜଭାଷା,ବିଶ୍ବରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମରେ ହିନ୍ଦୀ ସାମିଲ ସହ ବିଶ୍ବର ସର୍ବବୃହତ ତୃତୀୟ ଭାଷାର ମାନ୍ୟତା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ଏହା ହେଉଛି ଭାରତୀୟ ଜନମାନସର ଭାବନା, ପରମ୍ପରା, ଚିନ୍ତାଧାରା ଓ ସଂସ୍କାରର ପ୍ରତିମ୍ବିବ ବୋଲି ମତ ରଖିଥିଲେ। ଏହି ଅବସରରେ ଆଲଫା ପରବିନ,ସାହିଲ ଅନସାରୀ,ମେହେକ ଖାତୁନ ପ୍ରମୁଖ ଛାତ୍ର ଛାତ୍ରୀ ବକ୍ତବ୍ୟ ରଖିଥିଲେ। ଆରୁଷି, ଅଯୋଧ୍ୟା,ରେୟାଂଶ,ଆୟୂଷି, ଅଙ୍କିତା, ଆନନ୍ଦୀ,ସାଜିଆ,ନେତ୍ରୀ,ତନ୍ମୟୀ, ଭକ୍ତିଲତା,ଲୋଭ୍ୟା ପ୍ରମୁଖ ହିନ୍ଦୀ କବିତା ସହ ପୋଷ୍ଟର ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶ୍ରେୟାଂଶି ଶତପଥୀ ଓ ରାକ୍ଷୀ ପ୍ରଧାନଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶିକ୍ଷୟିତ୍ରୀ ଗୀତାରାଣୀ ବେହେରା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ସାହୁ,ପ୍ରତିଭା ରାଉତ, ବନ୍ଦନା ଦାସ, ଅଞ୍ଜଳି ମହାନ୍ତି, କଳ୍ପନା ଚୈ।ଧୁରୀ,ସୈ।ମ୍ୟରଞ୍ଜନ ପାଣିଗ୍ରାହୀ, ଶ୍ରୀଧର ସାହୁ, ସନ୍ତୋଷ ସାହୁ,ରତ୍ନପ୍ରଭା ସାହୁ, ସୂର୍ଯ୍ୟକାନ୍ତୀ ସାମଲ, ନନ୍ଦିନୀ ଦାସ, ଇପ୍ସିତା ସାହୁ,ଡି ଲଳିତା,ସୁମନ ଚାକୀ, ଦେବସ୍ମିତା ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ: ଶିଳ୍ପୀଙ୍କ ପ୍ରସ୍ତୁତି

Sunil Chandra Nayak

ପାଳକ ମାନଙ୍କ ପ୍ରଚେଷ୍ଟା ରେ ଅସହାୟ ବୃଦ୍ଧ ଙ୍କୁ ଦିଆଗଲା କବର, ପ୍ରଶଂସା କଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ?

Sunil Chandra Nayak

୧- ନାରାୟଣ ପାଟଣା ଠାରେ ମା ଚୈତରାଇ ଭଲିବଲ ଟୁର୍ଣମେଣ୍ଟ , ୨- ରଙ୍ଗର ପର୍ବ ହୋଲି ପାଇଁ ବନ୍ଧୁଗାଁ ବ୍ଲକରେ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି , ୩- ଅଗ୍ନିଗଙ୍ଗା ମାଙ୍କ ଦର୍ଶନ କଲେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ 

masiha

Leave a Comment

error: Content is protected !!