ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନର୍ଲା,  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ। ୧୯୮୯ ମସିହାରେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ଅଦ୍ୟାବଧି ୩୦୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରିସାରିଛନ୍ତି। ବିଦ୍ୟାଳୟ ଅନେକ ପୁରାତନ ଛାତ୍ର ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେବା ସହ ଜାତୀୟସ୍ତରରେ ସ୍ଵୀକୃତିପ୍ରାପ୍ତ ହୋଇପାରିଛନ୍ତି। ଏଥିରେ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ଡିଲେଶ୍ୱର ରଣା, ସମାଜସେବୀ ସୁଶାନ୍ତ ସେନାପତି, ସେବାନିବୃତ୍ତ ସେନା ଅଧିକାରୀ ଭୂପେନ୍ଦ୍ର ଦୀପ, ଯଶୋବନ୍ତ ସାହୁ, ତେଜରାଜ ସାହୁ, ଦୁର୍ଗା ସାହୁ, କୁମୁଦ ସାହୁ, ସୁରେଶ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ଅଜିତ ଭୋଇ, ଦେବେନ୍ଦ୍ର ସାହୁ ପ୍ରମୁଖ ପୁରାତନ ଛାତ୍ର ସମେତ ଶିକ୍ଷକ ସୁଦାମ ମିଶ୍ର, ବିଜୟ ସାହୁ, ଚନ୍ଦ୍ରଶେଖର ବେହେରା, ରାଧାକାନ୍ତ ସେନାପତି, ବିକ୍ରମ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବହଳଦାରେ ବ୍ଳକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା;୨୪୫ ଜଣ ଆଶାୟୀ

masiha

ସ୍ଵାବଲମ୍ଵୀ ଭାରତ ନିର୍ମାଣ , ସ୍ୱଦେଶୀ ହିଁ ବିକଳ୍ପ , ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ବିଚାର ବର୍ଗ ଅନୁଷ୍ଠିତ 

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ଝାଡାବାନ୍ତି ରୋଗ ସମ୍ପର୍କରେ ସମୀକ୍ଷା

masiha

Leave a Comment

error: Content is protected !!