ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ବେଛାକୃତ ରକ୍ତଦାନ ଶିବିର

ବିଜେପି ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ବେଛାକୃତ ରକ୍ତଦାନ ଶିବିର

ଲାଞ୍ଜିଗଡ଼, ୨୧/୦୯(ମନିସ)- ଭାରତୀୟ ଜନତା ପାର୍ଟି ତରଫରୁ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ଲାଞ୍ଜିଗଡ ଓ ବିଶ୍ୱନାଥପୁର ମଣ୍ଡଳର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶଚନ୍ଦ୍ର ମାଝୀ ଯୋଗଦେଇ ଶିବିରର ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଭବାନୀଶଙ୍କର ଲେଙ୍କା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଜେପି ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବାସ ଚନ୍ଦ୍ର ଅଗ୍ରୱାଲ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ତୋଫାନ ସୁନାନୀ, ପୃର୍ବତନ ସାଂସଦ ପତିନିଧି ଲଷ୍ମୀଧର ସନ୍ତୋଷରାୟ, ବିଜେପି ନେତା ଅନନ୍ତରାମ ପ୍ରଧାନୀ, କନ୍ଦର୍ପ ନାୟକ, ତ୍ରିନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଦଳୀୟ କର୍ମକର୍ତ୍ତା ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ଭବାନୀପାଟଣାସ୍ଥିତ ଓଡ଼ିଶା ରକ୍ତଭଣ୍ଡାରର କର୍ମଚାରୀ ଅଜିତ ନାଏକ, ଡୋଳାମଣି ମାଝୀ, ଜଞ୍ଜିର ପ୍ରସାଦ ବାଗ ପ୍ରମୁଖ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ବିଶ୍ୱନାଥପୁର ମଣ୍ଡଳ ସଂପାଦକ ଗୌତମ ନାଗ, ଅମରେଶ କୁମାର ବୁଦ୍ଧିଆ, ଲାଞ୍ଜିଗଡ ମଣ୍ଡଳ ସଂପାଦକ ସଞ୍ଜୟ ସାହୁ, ମିଡିଆ ସେଲ ଇନଚାର୍ଜ ପ୍ରଭୁରଞ୍ଜନ ସାମଲ, ଦେବ ପଟେଲ, ଲାଞ୍ଜିଗଡ଼ ପଞ୍ଚାୟତ ସଭାପତି ରବି ସିଂ, ଦେବରାଜ ଗଉଡ଼, ଖୁସିରାମ ଗଉଡ଼ଙ୍କ ସମେତ ଅନ୍ୟମାନେ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସହିଦ ଭଗତ ସିଂହ କ୍ଳବର ସଦସ୍ୟମାନଙ୍କ ସହିତ ୫୦ରୁ ଉର୍ଦ୍ଧ୍ଵ ଦଳୀୟ କର୍ମକର୍ତ୍ତା ଓ ସ୍ବେଛାସେବୀ ରକ୍ତଦାନ କରିଥିଲେ।

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ବାଣପୁର ଗ୍ରସ୍ତରେ ରାଜ୍ୟ ମିଶନ ଶକ୍ତି ଉପଦ୍ୟେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର

Sunil Chandra Nayak

ଵୁଡାମରା ରେ ମା’ ଶାରଦା ସେବାସଂଘର ୩୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

masiha

ରାଇରଙ୍ଗପୁରରେ ଖେମକା ଇଣ୍ଟରପ୍ରାଇଜେସ ତରଫରୁ ମେଗା ” ବିର୍ଲା ଓପୁଷ ରଙ୍ଗ ସୋ ରୁମ୍ ‘ ଶୁଭଉଦଘାଟିତ

masiha

Leave a Comment

error: Content is protected !!