ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବକାରୀ ବିଭାଗ ଏବଂ ପୋଲିସ ର ମିଳିତ ଚଢ଼ାଉ ବ୍ୟାପକ ଦେଶୀ ମଦ ଜବତ ସାଙ୍ଗ ୪ ଜଣକୁ ଗିରଫ କରାଯାଇଛି

ଅବକାରୀ ବିଭାଗ ଏବଂ ପୋଲିସ ର ମିଳିତ ଚଢ଼ାଉ ବ୍ୟାପକ ଦେଶୀ ମଦ ଜବତ ସାଙ୍ଗ ୪ ଜଣକୁ ଗିରଫ କରାଯାଇଛି

  ଯୋଡ଼ା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାରାଣି ପଟ୍ଟାୟକଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ଇନିସପେକ୍ଟର ଏଚ ଜଗା ରାଓଙ୍କ ତତ୍ୱାବଧାନରେ ଯୋଡା, ବଡବିଲ ଅବକାରୀ ବିଭାଗ ସମେତ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ ଯୋଡ଼ା ଅବକାରୀ ସବଇନ୍ସପେକ୍ଟର ପ୍ରଶାନ୍ତ ପରିଡା ଏବଂ ଯୋଡା ପୋଲିସ ମିଳିତ ଭାବେ ଶନିବାର ଦିନ ଯୋଡ଼ା ପୌରପାଳିକା ଅନ୍ତର୍ଗତ ୩ ଟି ପୃଥକ ସ୍ଥାନରେ ଚଢ଼ାଉ କରିଥିଲେ।ତେବେ ଚଢ଼ାଉ ବେଳେ ୫୦୦୦ କେଜି ଦେଶୀ ମହୁଲି ପଚ୍ଚ ଏବଂ ୩୮୯ ଲିଟର ଦେଶୀ ମଦ ଜବତ କରି ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଦେଶୀ ମଦ ଏବଂ ନକଲି ମଦ କୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଅବକାରୀ ବିଭାଗ ର ସ୍ପେସିଆଲ ଡ୍ରାଇଭ ଚାଲୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଯୋଡ଼ ପୌରପାଳିକା ଅନ୍ତର୍ଗତ ଉଲି ହୋଟିଂ, ବିଚାକୁଣ୍ଡି ଏବଂ ସହର ର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଚଢ଼ାଉ କରି ସଫଳ ହେଇଥିଲେ।ତେବେ ଅଭିଯୁକ୍ତ ମାନେ ହେଲେ ଯୋଡ଼ା ସ୍ତିତ ବିଚାକୁଣ୍ଡି ଅଞ୍ଚଳର ସୁରେଶ ମୁଣ୍ଡା(୨୫) ଏବଂ ଉଲି ହିଟିଂ ର ମିନା ସିଂ ବୟସ(୫୦ )ବୋଲି ଜଣାପଡିଛି।ସେହିପରି ଶନିବାର ଦିନ ଦିପହର ରେ ବସନ୍ତ ପୁର ରୁ ଯୋଡ଼ା କୁ ଦେଶୀ ମଦ ବାଇକ ନମ୍ବର (ଓଡ଼ି୦୯ୟୁ ୦୭୫୮)ଯୋଗେ ଚୋରା ଚାଲାଣ କରୁଥିବା ବେଳେ ଯୋଡ଼ା ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ୪୫ ଲିଟର ଦେଶୀ ମଦ ଏବଂ ବାଇକ କୁ ଜବତ କରି ୨ ଜଣ କୁ ଗୁରଫ କରି କୋର୍ଟ ଚାଲାଣ କରିଛନ୍ତି।ତେବେ ଅଭିଯୁକ୍ତ ମାନେ ହେଲେ ସୁରେନ୍ଦ୍ର ମୁଣ୍ଡ(୨୧) ଏବଂ ଜ୍ୟୋତି ମାଝୀ(୪୮) ବୋଲି ଜଣାପଡିଛି। 

ଅବୈଧ ମଦ ବ୍ୟବସାୟକୁ ନିୟନ୍ତ୍ରଣ କରିବା ପାଇଁ ଏପରି ଯୁକ୍ତ ଅଭିଯାନ ଆଗାମୀଦିନରେ ମଧ୍ୟ ଚାଲୁରହିବ ବୋଲି ଚମ୍ପୁଆ ଅବକାରୀ ଇନ୍ସପେକ୍ଟର ଜାଗା ରାଓ କହିଛନ୍ତି। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଭତ୍ତା ଦେବାରେ ରାଜ୍ୟ ସରକାର ବିଫଳ: ମାନବ ଅଧିକାର ସୁରକ୍ଷା ମଞ୍ଚର ଗଣବିକ୍ଷୋଭ ସହ ଦାବୀପତ୍ର 

Sunil Chandra Nayak

ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଶୋଭାଯାତ୍ରା ସହ ଆଜି ଧର୍ମଗଡରେ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩

Sunil Chandra Nayak

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ସହୀଦ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!