ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିପିଏଲଏଫରେ କର୍ମକର୍ତ୍ତା ପରିବର୍ତ୍ତନ କୁ ବିରୋଧ କରି ଇସି ସଙ୍ଘର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

ଜିପିଏଲଏଫରେ କର୍ମକର୍ତ୍ତା ପରିବର୍ତ୍ତନ କୁ ବିରୋଧ କରି ଇସି ସଙ୍ଘର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

ଡାବୁଗାଁ,୨୨/୯ (ମ.ନି.ସ.)- ମିଶନ ଶକ୍ତି ଜରିଆରେ ଗଠିତ ହୋଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ କୁ ନେଇ ଦିନକୁ ଦିନ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ବିବାଦ ବଢ଼ିବାରେ ଲାଗିଛି । କେତେବେଳେ ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ର ଆଦି କର୍ମଚାରୀ ଦରମା ପାଉନାହାନ୍ତି ତ ପୁଣି କେତେବେଳେ ଗଠିତ କମିଟିର କର୍ମକର୍ତ୍ତା ପରିବର୍ତ୍ତନ ପାଇଁ ସରକାର ନିର୍ଦ୍ଦେଶ ଦେଉଛନ୍ତି । ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଥିବା ଏସଏଚଜି, ସିଏଲଏଫ, ଜିପିଏଲଏଫ ଓ ବିଏଲଏଫର କର୍ମକର୍ତ୍ତା ପରିବର୍ତ୍ତନ କରିବା ପାଇଁ ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି ହୋଇଛି । ଏନେଇ ଡାବୁଗାଁ ବ୍ଲକ ବ୍ଲକରେ କାର୍ଯ୍ୟ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ସରକାରଙ୍କ ତରଫରୁ କର୍ମକର୍ତ୍ତା ପରିବର୍ତ୍ତନକୁ ତୀବ୍ର ବିରୋଧ କରି ସୋମବାର ଦିନ ମଧ୍ୟାନ୍ନ ରେ କାର୍ଯ୍ୟରତ ଇସି ମେମ୍ବର ମାନେ ଉକ୍ତ ନିର୍ଦ୍ଦେଶ କୁ ବେଆଇନ ଦର୍ଶାଇ ବ୍ଳକ କାର୍ଯ୍ୟାଳୟ ରେ ବିଡିଓ ଙ୍କ ଅନୁପସ୍ଥିତିରେ ସେକ୍ସନ ଅଧିକାରୀ ମନମୋହିନ ହାଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଦେବାର ମୁଖ୍ୟ କାରଣ ସରକାର ଏବେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥାନରେ ନୂତନ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସହ ସହ ମହିଳା ଏଭଳି ନିର୍ଦ୍ଦେଶ ନାମାକୁ ବିରୋଧ କରିଛନ୍ତି ଏବଂ ଦାବିପତ୍ର ଦେବା ପରେ ମିଶନ ଶକ୍ତି ଦାଇତ୍ୱ ରେ ଥିବା ବ୍ଳକ ଅଧିକାରୀ ଙ୍କୁ ଭେଟିବାକୁ ଯାଇଥିଲେ କିନ୍ତୁ ମିଶନ ଶକ୍ତି ବିଭାଗର ମୁଖ୍ୟ ତାଙ୍କ କାର୍ଯ୍ୟାଳରେ ନଥିଲେ । ଆଗାମୀ ଦିନରେ କୌଣସି ପରିବର୍ତନ ନ କରିବା ପାଇଁ ଇସି ମାନେ ଦାବି କରିଛନ୍ତି।କାରଣ ଆନ୍ୟ ବ୍ଲିକରେ କର୍ମକର୍ତା ପରିବର୍ତ୍ତନ ଆରମ୍ବ ମଧ୍ୟ ହୋଇ ନାହିଁ କିନ୍ତୁ ଡାବୁଗାଁ ବ୍ଲକରେ ପରିବର୍ତ୍ତନ କରିବା ପାଇଁ ମିଶନ ଶକ୍ତି ବିଭାଗ ମୁଖ୍ୟ ଓଏଲଏମ ର ବିପିଏମ ଦୀପ୍ତି କିଶୋର ନାୟକ ସିଆରପି, ଏମବିକେ ମାନଙ୍କୁ ବାଧ୍ୟ କରୁଛନ୍ତି ବୋଲି ଇସି ମେମ୍ବର ମାନେ ଅଭିଯୋଗ ଆଣିଛନ୍ତି । ଯଦି ସରକାର ତାଙ୍କ କଥା ନଶୁଣନ୍ତି ତାହାଲେ ଆଗାମୀ ଦିନରେ ଇସି ସଙ୍ଘ ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଦାବି ପତ୍ର ରେ ଉଲ୍ଲେଖ ରହିଛି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରତିଶ୍ରୁତି ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ କବି ଓ କଳାକାର ସମ୍ମିଳନୀ 

masiha

ଦକ୍ଷିଣି ଶୌଣ୍ଢିକ ମହାସଂଘର ଜିଲ୍ଲା କାର୍ଯ୍ୟକାରି ବୈଠକ

Sunil Chandra Nayak

ସରକାରୀ ପ୍ରାଥମିକ ବିଦ୍ୟାଳୟ ୟୁ ଦିଶାରୀ ଗୁଡା ରେ ଅଭିଭାବକ/ଅଭିଭାବିକା,ଶିକ୍ଷକ୍/ଶିକ୍ଷୟତ୍ରୀ ଙ୍କ ବୈଠକ

Sunil Chandra Nayak

Leave a Comment

error: Content is protected !!