ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଯ୍ୟାପ୍ତ ପରିମାଣ ରେ ୟୁରିଆ ସାର ଯୋଗାଣ ପାଇଁ ଦାବୀ, ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

ପର୍ଯ୍ୟାପ୍ତ ପରିମାଣ ରେ ୟୁରିଆ ସାର ଯୋଗାଣ ପାଇଁ ଦାବୀ, ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ 

ଧର୍ମଗଡ ଅଞ୍ଚଳ ରେ ଚାଷ କାମ ଯୋର ଧରିଥିବା ବେଳେ ଚାଷୀ ଙ୍କୁ ଖତ ସାର ର ଆବଶ୍ୟକତା ଅଛି।ଆବଶ୍ୟକତା ଅନୁଯାୟୀ ଚାଷୀ ଙ୍କୁ ୟୁରିଆ ସାର ମିଳି ପାରୁ ନ ଥିବା ରୁ ଚାଷୀ ଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି । ପେକ୍ସ ତଥା ଡିଲର ପଏଣ୍ଟ ରେ ପର୍ଯ୍ୟାପ୍ତ ପରିମାଣ ରେ ସାର ଯୋଗାଇ ଦିଆ ଯାଉ ଥିବା କୁହା ଯାଉ ଥିଲେ ହେଁ ଚାଷୀ ଙ୍କୁ ଆବଶ୍ୟକତା ଅନୁସାରେ ସାର ମିଳି ପାରୁ ନ ଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଆଜି ଏହି ପରି ପେକ୍ଷି ରେ ଧର୍ମଗଡ କୃଷକ ମୋର୍ଚ୍ଚା ପକ୍ଷରୁ ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରା ଯାଇଛି । 

 ଚାଷୀ ନେତା ବିବେକ ରଞ୍ଜନ ମିଶ୍ର ଙ୍କ ନେତୃତ୍ୱ ରେ ଧର୍ମଗଡ ଅଞ୍ଚଳ ର ଚାଷୀ ନିରାକାର ଗୋପାଲ, ଅଶୋକ ମାଝୀ, ଗୟା ରାମ ଖରସେଲ , ଚୋଳ ଗଙ୍ଗ ନାଗେସ, ଦଇତାରୀ ବାଗ, ଏନ ଏସି ଉପାଧ୍ୟକ୍ଷା ମନିଷା ମିଶ୍ର, କାଉନସିଲର ମୁନୀରାମ ମାଝୀ, ସୁଶୀଳା ନାଏକ, ମମତା ବାଗ, ସନ୍ତୋଷିନି ନାଏକ, ପ୍ରଦୀପ ରାଉତ, ଭିକାରୀ ନାଏକ, ଅମର ସିଂ ଦୂର୍ଗା ଙ୍କ ସମେତ ଅନେକ ଚାଷୀ ସ୍ଥାନୀୟ ଡାକ ବଙ୍ଗଳା ଠାରେ ଏକତ୍ରିତ ହୋଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଙ୍କୁ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରା ଯାଇଥିଲା । ପଞ୍ଚାୟତ କୁ ୟୁନିଟ ଭାବେ ନିଆ ଯାଇ ପଞ୍ଚାୟତ ରେ ସାର, ଖତ, କୀଟନାଶକ ଚାଷୀ ଙ୍କୁ ଦିଆ ଯାଉ, ସାର ବଣ୍ଟନ ରେ ଅନ ଲାଇନ୍ ନିରୀକ୍ଷଣ କୁ କଡ଼ା କଡି କରାଯିବା ଆଦି ଦାବୀ ରହିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

Sunil Chandra Nayak

ହକ ମାଗି ଜେଲ ଗଲେ ଜମି ମାଲିକ

ଆରମ୍ଭ ଦିନରୁ ଜେଏସଡ଼ବ୍ଲୁ’ର ସାହାଯ୍ୟ ନାହିଁ,ଦାମସାହି/ଜାମୀତ୍ରାର ସୁଖଦୁଃଖରେ ଯୁବଗୋଷ୍ଠୀ

masiha

Leave a Comment

error: Content is protected !!