ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲିରେ ରଙ୍ଗାରଙ୍ଗ ସାମୂହିକ ନୂଆଁଖାଇ ଭେଟଘାଟ‐ ପାରମ୍ପରିକ ନୄତ୍ଯଗୀତରେ ଦୁଳୁକିଲା ମଂଚ

ସିନାପାଲିରେ ରଙ୍ଗାରଙ୍ଗ ସାମୂହିକ ନୂଆଁଖାଇ ଭେଟଘାଟ‐ ପାରମ୍ପରିକ ନୄତ୍ଯଗୀତରେ ଦୁଳୁକିଲା ମଂଚ

ସିନାପାଲି:୧୬/୦୮- ନୂଆପଡା ଜିଲ୍ଲା ସିନାପାଲିରେ ନୂଆଁଖାଇ ଦିନେ ଭବ୍ଯ ନୂଆଁଖାଇ ଭେଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି ା ସିନାପାଲି କାପସି ସ୍ଥିତ କେପି ଵାଟିକା ଠାରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସିନାପାଲି ଅଞ୍ଚଳର ସମସ୍ତ ବର୍ଗର ଲୋକ ସମବେତ ହୋଇ ପରସ୍ପର ଭେଟ ହେବା ସହ ପାରମ୍ପରିକ ନୄତ୍ଯଗୀତର ମଜା ନେଇଥିଲେ ା ସାମୂହିକ ନୂଆଁଖାଇ ଭେଟଘାଟ ପରିବାରର ସଭାପତି ତ୍ରିନାଥ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଖଡିଆଲ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଓ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହ ନୀଳମଣି ମେହେର, ବୈଶମ୍ପାୟନ ମେହେର, ଡମ୍ୱରୁଧର ମେହେର, ଗୋଳାମଣି ସା, ନାରାୟଣ ପାତ୍ର, ଅକ୍ଷୟ ନନ୍ଦ, ନନ୍ଦକୁମାର ପାତ୍ର, ତେଜରାଜ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ା ପ୍ରାରମ୍ଭରେ କମିଟିର ସଂପାଦକ ପ୍ରଭାତ କୁମାର ମେହେର କାର୍ଯ୍ଯକ୍ରମର ଉଦ୍ଦେଶ୍ଯ ଜଣାଇବା ସହ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ବେଣୁଧର ମେହେର ବିବରଣୀ ପଠନ କରିଥିଲେ ା ସ୍ବର ସଙ୍ଗମ କଳା ପରିଷଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ା କମିଟିର ବିଭିନ୍ନ କାର୍ଯ୍ୟକ୍ରମର ପତ୍ରିକା “ନୂଆଁଖାଇ ଦର୍ପଣ”କୁ ମଞ୍ଚରେ ଉନ୍ମୋଚନ କରାଯାଇଥିଲା l ଏହାପରେ ସ୍ଥାନୀୟ ଏବଂ ଜିଲ୍ଳା ବାହାରୁ ଆସିଥିବା କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ା ବିଶିଷ୍ଟ ସମ୍ବଲପୁରୀ ଗାୟିକା ସ୍ଵାଗତିକା ତ୍ରିପାଠୀ, ବ୍ଲୋଗସ ଶ୍ରଦ୍ଧା ପ୍ରଧାନ, କମେଡିଆନ ଚନ୍ଦନ ଶତପଥୀ, ୟୁଟୁବର ସ୍ମିତ ପ୍ରମୁଖ ଲୋକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲେ l ଭିନ୍ନଭିନ୍ନ ବର୍ଗର ଲୋକଙ୍କ ପାଇଁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୄତି ପ୍ରତିଭାଗିଙ୍କୁ ମଂଚରେ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ନୂଆଖାଇ ଭେଟଘାଟ ର କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ସା ପରିଚାଳନା କରିଥିଲେ ା ମଞ୍ଚରେ ବହୁମୁଖୀ ପ୍ରତିଭା ନରସିଂହ ମେହେରଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ଯକ୍ରମ ପୂର୍ବରୁ ଏକ ଶୋଭାଯାତ୍ରା ମାଧ୍ଯମରେ ସହର ପରିକ୍ରମା କରିବା ସହ ସମସ୍ତ ଦେବାଦେବୀ ମନ୍ଦିରରୁ ଆଶୀର୍ବାଦ କାମନା କରାଯାଇଥିଲା ା ପାରମ୍ପରିକ ବେଶଭୂଷା ଶୋଭାଯାତ୍ରାର ମୁଖ୍ଯ ଆକର୍ଷଣ ଥିଲା ା କାର୍ଯ୍ଯକ୍ରମ ପରିଚାଳନାରେ ନୂଆଖାଇ ଭେଟଘାଟ କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ା ପୋଲିସ କର୍ମ ଚାରି ମଧ୍ୟ ସହଯୋଗ କରିଥିଲେ | ହଜାର ହଜାର ଲୋକ ବିଳମ୍ବିତ ରାତି ଯାଏଁ ଶୃଙ୍ଖଳାର ସହ କାର୍ଯ୍ଯକ୍ରମକୁ ଉପଭୋଗ କରିଥିଲେ ।

Related posts

ଟେକ୍ନୋୱାର୍ଲଡ ଉଚ୍ଚ ମାଧ୍ୟାମିକ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

୧୧ରୁ ଜଳସେଚନ ଦାବିରେ ମୁଖୀଗୁଡା ନିର୍ମାଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଲଡୁଗାଁ ପଞ୍ଚାୟତର ଚାଷି

Sunil Chandra Nayak

କେନାଲ ପାଣି ଯୋଗାଣ ଦାବିରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ଚାଷୀ 

masiha

Leave a Comment

error: Content is protected !!