ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ

 ଭବାନୀପାଟଣା ୨୪/୦୯ : ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ ଏନ ଏସ ଏସ ବ୍ୟୁରୋ ପକ୍ଷରୁ ସ୍ଵେଚ୍ଛାସେବୀ ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଗହଣରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ କୁଳପତି ଡକ୍ଟର ନିବେଦିତା ନାଥ ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅନିମେଶ ପ୍ରଧାନ, ପ୍ରୋବେସେନାରୀ ଆ ଇଏସ୍-କମ୍ – ଇଓ, ମ୍ୟୁନିସପାଲିଟି, ଭବାନୀପାଟଣା, ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ମିସ ଚସ୍ମୀତ୍ କୌର୍, ୟୁଥ୍ ଆଇକନ୍, ମେରା ଯୁବା ଭାରତ, ମେଜର ଡକ୍ଟର ଜୟଦେବ ସାହୁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏନ ଏସ ଏସ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ପରିଚାଳନା କରିଥିଲେ । ଏହି ଅବସରରେ କୁଳପତି ମହାଶୟ। ଜାତୀୟ ସେବା ଯୋଜନା ର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ମିସ ରୋଜ ମେରୀ ରଶ୍ମିତା ଏକ୍କା ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ , ଡକ୍ଟର ପ୍ରିୟ ରଞ୍ଜନ ବେହେରା, କାର୍ଯ୍ୟକ୍ରମ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । 

( ମ ନି ସ ) 

Related posts

ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

masiha

ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ( ଏସଏସଡି ) ର ୬୯ ତମ ବାର୍ଷିକୋତ୍ସବ ଧୂମଧାମରେ ଅନୁଷ୍ଠିତ

masiha

କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ସୁରଭି ପି ଏମ ପୋଷଣ ଡ୍ରଇଂ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କଲେ ସାଇରାମ ପଣ୍ଡା

Sunil Chandra Nayak

Leave a Comment

error: Content is protected !!