ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱକସେନ ଦାଶ ଙ୍କ କବିତା ମାନବ

ମାନବ

 

ମାନବ ଦିଶୁନି ମାନବ ନଗରେ

ବର୍ଷା ହେଉ କି ଶୁଖିଲା ପାଗରେ

ଖୋଜ ଟିକେ ଘନ ଘନ

କେଉଁଠି ହଜିଛି ଇତିହାସର ସେ

ମାନବିକତାର ମନ ll

 

ମାନବ ଚାଲୁନି ନିଜର ପଥରେ

ଦିନ ହେଉ ଅବା ରାତି ସମୟରେ

ଡ଼ର ଅଛି ତାର ପ୍ରାଣେ

ନିଜେ ନିଜ ଭାଇ ବନ୍ଧୁ ବାନ୍ଧବ ଙ୍କୁ

ରାକ୍ଷସ ପରିକା ହାଣେ ll

 

ମାନବ ହସୁନି ନିଜ ମିଠା ଘରେ

ସମୟ ତାକୁ ହିଁ ଉପହାସ କରେ

କଳି ଝଗଡ଼ାରେ ଭାସେ

ସେଇ ମାନବ ର ପରାଜୟ ଘଟେ

ଦୁନିଆଁ ରୁ ଦିନେ ଖସେ ll

 

ମାନବ ଖାଉନି ନିଜର ଭୋଜନ

ଭୁଲିଅଛି ସିଏ ଶାନ୍ତିର ଶୟନ

ଭୋଜନେ ମିଶୁଛି ବିଷ

ଚୋର ସଇତାନ ଡରାଇଛି ତାକୁ

ମନ କରିଦେଇ ବଶ ll

 

ମାନବ ପାଳୁନି ନିଜର ନିୟମ

ପଶୁ ସହ ସିଏ ହୋଇଅଛି ସମ

ଆଇନ ହେଉଛି ଗଢ଼ା

ମାନିବାକୁ ଏଠି କେହି ଜଣେ ନାହିଁ

କହିବାକୁ ସବୁ ଜଡ଼ା ll

 

ମାନବ ଚିହ୍ନୁନି ନିଜ ପିତାମାତା

ପାଳିଥିଲେ ଦିନେ ପ୍ରାୟ ତରୁଲତା

ଶିକ୍ଷିତ ଏ ନାଗରିକ

ବୁଢ଼ା ବୁଢ଼ୀ ବୋଲି ତଡ଼ିଦିଏ ତାଙ୍କୁ

ପୁଅ ହେବା ତାଙ୍କ ଧିକ ll

 

ମାନବ ଡାକୁନି ନିଜ ଈଶ୍ୱର ଙ୍କୁ

ଭାବୁଛି ଖାଲି ନିଜରି କଥା କୁ

ପ୍ରଭୁ କେତେ ଦୟାମୟ

ତାଙ୍କରି ଚରଣେ ପ୍ରଣାମ ପାଇଁ କି

ନଥାଏ ଟିକେ ସମୟ ll

 

ମାନବ ଖେଳଇ ପ୍ରକୃତି ସାଙ୍ଗରେ

ସାହାଯ୍ୟ କରେ ଯେ ତାକୁ ପ୍ରତ୍ୟକ୍ଷ ରେ

ସ୍ୱାର୍ଥପର ଏହି ଜାତି

କାଟି ଚାଲିଅଛି ବନ ଲତା ସବୁ

ଭ୍ରମ ହୋଇଅଛି ମତି ll

 

ମାନବ କହୁଛି ସିଏ କାଳେ ବଡ଼

ପ୍ରତିବାଦ କଲେ ଦେଖାଏ ସେ ତୋଡ଼

ଶୁଣ ଟିକେ ଦେଇ ମନ

ମରଣ କୁ ବୋଧେ ଭୁଲି ସେ ଯାଇଛି

ସେଥିପାଇଁ ଉଗ୍ର ମନ ll

 

ଏଠି ରହିଛନ୍ତି ପ୍ରକୃତ ମାନବ

ପ୍ରଭୁ ଙ୍କ ଆଶିଷ ତଳେ

ଅଥଳ ପୃଥିବୀ ଜଳେ

ବାୟୁ ଜଗତ ର କୋଳେ

ଛିନ୍ନ କରି ଏ ବନ୍ଧନ ସବୁ

ଆଗେଇ ଆସ ହେ ଆସ

ଯଦି ତୁମେ ଜଣେ ପ୍ରକୃତ ମାନବ

ପର ଉପକାର କରି ଯେ ଚାଲିବ

କରିବନି କେବେ ଗର୍ବ

ମୁଣ୍ଡ ନଇଁବ ସର୍ବ

ପ୍ରଣାମ ଘେନ ସବୁ ମହତ ପୁରୁଷ

ଥିଲ ତୁମେ ଯିଏ ପ୍ରକୃତ ମଣିଷ ll

ବିଶ୍ୱକସେନ ଦାଶ

( ଭୁବନେଶ୍ୱରସ୍ଥିତ ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ରେ ପଠନରତ ଛାତ୍ର )

Related posts

ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଆଞ୍ଜୁଳାଏ ଅମୃତ

Sunil Chandra Nayak

ଫୁଲବାଣୀ ଜିରିଙ୍ଗିପଡା ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ୨୨ତମ ଜନ୍ମ ଦିବସ ଚନ୍ଦନଯାତ୍ରା ଆରମ୍ଭ

Leave a Comment

error: Content is protected !!