ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ବିଜେପି ତରଫରୁ ସେବା ପକ୍ଷ ଅବସରରେ ବିଶାଳ ରକ୍ତଦାନ ଶିବିର,ଉପଖଣ୍ଡ ଚିକିତ୍ସାଳୟରେ ୧୩୫ ୟୁନିଟ୍ ରକ୍ତ ସଂଗ୍ରହ

ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ବିଜେପି ତରଫରୁ ସେବା ପକ୍ଷ ଅବସରରେ ବିଶାଳ ରକ୍ତଦାନ ଶିବିର,ଉପଖଣ୍ଡ ଚିକିତ୍ସାଳୟରେ ୧୩୫ ୟୁନିଟ୍ ରକ୍ତ ସଂଗ୍ରହ

ମୟୂରଭଂଜ – ୨୫/୦୯ — ଯଶ୍ଵଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେପ୍ଟେମ୍ବର ୧୭ ର ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ବିଜେପି ତରଫରୁ ସେବା ପକ୍ଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ଏହି ଅବସରରେ ଆଜି ଗୁରୁବାର ଦିନ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ସଭାପତି ଜୁରୀଲାଲ ମହାନ୍ତ,ସାରସକଣା ନିର୍ବାଚନ ମଣ୍ଡଳୀର ବିଜେପି ନେତା ସରୋଜ ମହାନ୍ତ, ଜିଲ୍ଲା ଡ୍ରଗ୍ସ ଆସୋସିଏସନ୍ ସଭାପତି ବିକାଶ ମହାନ୍ତ, ପଶ୍ଚିମ ମୟୂରଭଂଜ ବିଜେପି ଜିଲ୍ଲା ସଂପାଦକ ମନୋଜ ଦାସ,ଏହି ସେଲର କିଶୋର କୁମାର ରଜକ, ସାଂସଦଙ୍କ ଉପଖଣ୍ଡ ଚିକିତ୍ସାଳୟ ପ୍ରତିନିଧି ସୁନ୍ଦର ମୋହନ ମହାନ୍ତ,ବିଜେପି ଯୁବମୋର୍ଚ୍ଚା ସଭାପତି ଆଲୋକ ରଞ୍ଜନ ମହାନ୍ତ, ରାଇରଙ୍ଗପୁର ବ୍ଳକ ସାଂସଦ ପ୍ରତିନିଧି ଅଶୋକ ମହାନ୍ତ,ଵହଳଦା ବ୍ଳକ ସାଂସଦ ପ୍ରତିନିଧି ସୁନିଲ ମହାନ୍ତ, ମଳୟ ଦାସ,ବିଜେପି ଆଇଟି ସେଲର ଶଶାଙ୍କ କୁମାର, ସମେତ ବହୁ ଦଳୀୟ ସବୁ ଛାମୁଆଁ ସଂଗଠନର ନେତୃଵୃନ୍ଦ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ ପ୍ରଥମେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଅତିଥିଗଣ ଫିତା କାଟି ରକ୍ତଦାନ ଶିବିରର ଉଦ୍ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଅତିଥିଗଣ କହିଥିଲେ ରକ୍ତଦାନ ମହାପୂଣ୍ଯ । ମାନବ ସେବା ହିଁ ମାଧବ ସେବା ।ଜଣେ ରକ୍ତଦାନ କଲେ ୩ ଜଣଙ୍କ ଜୀବନ ରକ୍ଷା ପାଇଁ ପାରିବ ।ମାନବ ଜୀବନ ଅମୂଲ୍ୟ ।ତେଣୁ ରକ୍ତଦାନ କରି ଏକ ଅମୂଲ୍ୟ ଜୀବନକୁ ରକ୍ଷା କରି ନିଜକୁ ଧନ୍ୟ ମଣନ୍ତୁ ।ଆଜିର ରକ୍ତଦାନ ପର୍ବରେ ୧୩୭ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବାଲିଗୁଡା ଓକିଲ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ: ସଭାପତି ହରିଶ୍ଚନ୍ଦ୍ର, ସମ୍ପାଦକ ଅନିଲ ନିର୍ବାଚିତ 

Sunil Chandra Nayak

ନେଗିଗୁଡାରେ ଅଷ୍ଟ ପ୍ରହର ନାମଯଜ୍ଞ 

masiha

ପରିଚୟ ଅପେକ୍ଷାରେ ଲୁକ୍କାୟିତ ବିରଳ ଶୈବପୀଠ ଶ୍ରୀ ମୀନାଝୋଲା 

masiha

Leave a Comment

error: Content is protected !!