ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଶୁବେଡା କୁ ପଞ୍ଚାୟତ ଘୋଷଣା କରିବାକୁ ବିଡିଓ ଙ୍କୁ ଦାବୀପତ୍ର ପ୍ରଦାନ

ପରଶୁବେଡା କୁ ପଞ୍ଚାୟତ ଘୋଷଣା କରିବାକୁ ବିଡିଓ ଙ୍କୁ ଦାବୀପତ୍ର ପ୍ରଦାନ 

ଡାବୁଗାଁ, ୨୬/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ପଞ୍ଚାୟତ ଏକ ବଡ଼ ପଞ୍ଚାୟତ ହୋଇଥିବାରୁ ଏହାକୁ ଭାଗ କରି ନୂତନ ପଞ୍ଚାୟତ ଗଠନ କରିବାକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡାବୁଗାଁ ବିଡିଓ ଶରତ ମାଝି ଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ପଞ୍ଚାୟତ କୁ ଭାଗ କରି ଏକ ନୂତନ ପଞ୍ଚାୟତ ଗଠନ କରିବାକୁ ୬ ଟି ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି | ବୋରୀଗାଁ ପଞ୍ଚାୟତ ରୁ ପରଶୁବେଡା, ମେଣ୍ଡ୍ରା, ଗୋଦମା , ଖୁଟୁଗୁଡା, ଆମ୍ବାଗୁଡା, ମେଣ୍ଡ୍ରିଗୁଡା ଗ୍ରାମ ସହ ପ୍ରାୟ ୧୦ଟି ପଡା ଗ୍ରାମ କୁ ନେଇ ପରଶୁବେଡା ନାମରେ ଏକ ନୂତନ ପଞ୍ଚାୟତ ଗଠନ କରିବା ପାଇଁ ଏହି ୬ ଟି ଗ୍ରାମର ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ସରପଞ୍ଚ ରଇନୁ ପୂଜାରୀ, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର, ୱାର୍ଡ ସଭ୍ୟ ମାନସିଂ ଭତ୍ରା, ବିଘଲ ଭତ୍ରା, ବୁଦୁରୁ ଭତ୍ରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। କିଛି ଦିନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରେରଣ କରାଯାଇଛି।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ସ୍ଥାନ ରେ ଖାଦ୍ୟନିରାପତ୍ତ ଅଧିକାରୀ ଙ୍କ ଚଢ଼ାଉ : ଭୟରେ ଦୋକାନ ହୋଟେଲ ରେ ତାଲା 

masiha

ପଣ୍ଡକୁଲରେନୃତନ ଭୋଟ ବୁଥ୍ ଉଦ୍ଘାଟନ କଲେ ବିଏଲଓ 

masiha

ଗୋଲାମୁଣ୍ଡାରେ ବିଜେପିର ମିଶ୍ରଣ ପର୍ବ, ୬୦୦ରୁ ଊର୍ଦ୍ଧ୍ୱଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!