ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ  ରାଜ୍ୟରେ ପ୍ରଥମ ୧୦ ଜଣ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ 

ରାଜ୍ୟରେ ପ୍ରଥମ ୧୦ ଜଣ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ପ୍ରଥମ ଦଶ ଜଣ ଙ୍କ ମଧ୍ୟ ରେ ରହିଛନ୍ତି ଧର୍ମଗଡ ର ଶୈଳେଶ ଭୋଇ । ସେ ସପ୍ତମ ସ୍ଥାନ ରେ ରହି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଶ୍ରୀ ଭୋଇ ଧର୍ମଗଡ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ର ଥିଲେ । ଛାତ୍ର ଜିବନ ରୁ ହିଁ ସେ ପ୍ରଶାସନିକ ସେବା ପାଇ ଆଗ୍ରହୀ ରହିଥିଲେ । ସେଥି ପାଇଁ ସେ ରିଜର୍ଭ ଭଳି ବ୍ୟାଙ୍କ୍ ଚାକିରୀ ଛାଡ଼ି ଓ ଏ ଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇ ଥିଲେ । କୌଣସି କୋଚିଙ୍ଗ ନ ନେ଼ଇ ସେ ଘରେ ରହି ସୋସିଆଲ ମିଡ଼ିଆ ଓ ଡିଜିଟାଲ ମିଡ଼ିଆ ର ସହାୟତାରେ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରି ସଫଳତା ପାଇ ଥିଲେ । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ହାଇସ୍କୁଲ ଶିକ୍ଷକ ନିରଞ୍ଜନ ଭୋଇ ଓ ମାତା ଗୀତାଞ୍ଜଳି ଭୋଇ ଙ୍କ ସେ ଜ୍ୟେଷ୍ଠ ପୂତ୍ର ଅଟନ୍ତି । ତାଙ୍କର ଏହି ସଫଳତା ରେ ଅଞ୍ଚଳ ରେ ଖୁସି ପ୍ରକାଶ ପାଇ ଥିବା ବେଳେ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସୋଚ୍ଛସେବି ଅନୁଷ୍ଠାନ “ଅନ୍ୱେଷଣ” ର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

ଆସ ଖୋଜିବା ଓ ସାମାଜିକ ଗଣମାଧ୍ୟମ ଓ ମିଡିଆ ର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଖବର ପରେ ସମାଧାନ ବୈଠକ  

Sunil Chandra Nayak

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଫେଲ l ନୂଆପଡା ରେ ପାଞ୍ଚ ହଜାର ନକଲି ଭୋଟର – କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!