ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ  ରାଜ୍ୟରେ ପ୍ରଥମ ୧୦ ଜଣ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ 

ରାଜ୍ୟରେ ପ୍ରଥମ ୧୦ ଜଣ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ପ୍ରଥମ ଦଶ ଜଣ ଙ୍କ ମଧ୍ୟ ରେ ରହିଛନ୍ତି ଧର୍ମଗଡ ର ଶୈଳେଶ ଭୋଇ । ସେ ସପ୍ତମ ସ୍ଥାନ ରେ ରହି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଶ୍ରୀ ଭୋଇ ଧର୍ମଗଡ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ର ଥିଲେ । ଛାତ୍ର ଜିବନ ରୁ ହିଁ ସେ ପ୍ରଶାସନିକ ସେବା ପାଇ ଆଗ୍ରହୀ ରହିଥିଲେ । ସେଥି ପାଇଁ ସେ ରିଜର୍ଭ ଭଳି ବ୍ୟାଙ୍କ୍ ଚାକିରୀ ଛାଡ଼ି ଓ ଏ ଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇ ଥିଲେ । କୌଣସି କୋଚିଙ୍ଗ ନ ନେ଼ଇ ସେ ଘରେ ରହି ସୋସିଆଲ ମିଡ଼ିଆ ଓ ଡିଜିଟାଲ ମିଡ଼ିଆ ର ସହାୟତାରେ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରି ସଫଳତା ପାଇ ଥିଲେ । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ହାଇସ୍କୁଲ ଶିକ୍ଷକ ନିରଞ୍ଜନ ଭୋଇ ଓ ମାତା ଗୀତାଞ୍ଜଳି ଭୋଇ ଙ୍କ ସେ ଜ୍ୟେଷ୍ଠ ପୂତ୍ର ଅଟନ୍ତି । ତାଙ୍କର ଏହି ସଫଳତା ରେ ଅଞ୍ଚଳ ରେ ଖୁସି ପ୍ରକାଶ ପାଇ ଥିବା ବେଳେ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବ୍ଲକ ସ୍ତରୀୟ ଚଇତି, ଲୋକ ମହୋତ୍ସବ ୨୦୨୪ ବିଷମକଟକ ବ୍ଲକରେ ଧୁମଧାମରେ ପାଳିତ ହୋଇଯାଇଛି

masiha

ନୂଆପଡ଼ା ଅଟଳ ବସ ଷ୍ଟାଣ୍ଡ ଆକସ୍ମିକ ବ୍ୟୟ ସମ୍ପର୍କିତ ପ୍ରଚାରିତ ଖବର ଉପରେ ଜିଲ୍ଲା ପ୍ରଶାସନର ପୁଙ୍ଖାନୁପୁଙ୍ଖ ତଦନ୍ତ, ଆତ୍ମସାତ୍ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ 

Leave a Comment

error: Content is protected !!